www.samajalive.in
Sunday, December 14, 2025
17.1 C
Bhubaneswar

ବାଙ୍କୀରେ ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ

ବାଙ୍କୀ : ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ଅବସରରେ ବାଙ୍କୀ ଟାଉନକ୍ଲବ ପରିସରରେ କଂଗ୍ରେସ ପକ୍ଷରୁ ଏହି ଦିବସ ସୋମବାର ଦିନ ପାଳିତ ହୋଇଯାଇଛି। ବାଙ୍କୀ ଉପଖଣ୍ଡର ସମସ୍ତ ପଞ୍ଚାୟତ ଓ ବାଙ୍କୀ ଏନ.ଏ.ସିର ୧୭ଟି ଓାର୍ଡରୁ ବହୁ ପୁରୁଖା ଓ ଯୁବ କଂଗ୍ରେସ ପ୍ରେମୀ ମାନେ ଯୋଗଦାନ କରି ବାଙ୍କୀର ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଡକାଯାଇଥିବା ସାଧାରଣ ସଭାରେ ଯୋଗଦେଇ କଂଗ୍ରେସର ଦୃଢତା ଓ ବାଙ୍କୀରେ ଆଗାମୀ ଦିନରେ ଶାସକ ବିଜେଡିକୁ ହଟାଇ କଂଗ୍ରେସର ବିଜୟ ହେବାପାଇଁ ସଙ୍କଳ୍ପ ନେଇଥିଲେ।

ଏହି ଅବସରରେ ଆୟୋଜିତ ପ୍ରତିିଷ୍ଠା ଦିବସ ଉତ୍ସବ ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ,ପ୍ରଦେଶ କଂଗ୍ରେସର ପର୍ଯ୍ୟବେକ୍ଷକ ସଂଗ୍ରାମ ଜେନା,ମୁଖପାତ୍ର ପ୍ରଦୋଷ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତିଷ୍ଠା ଦିବସର ଅନୁଚିନ୍ତା ଓ ବାଙ୍କୀରେ କଂଗ୍ରେସର ସାଙ୍ଗଠନିକ ମଜବୁତ୍‍ ପାଇଁ ଦେବାଶିଷ ପଟ୍ଟନାୟକଙ୍କର ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ସନ୍ତୁଳିତ ସହଯୋଗର ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ। କଂଗ୍ରେସର ବରିଷ୍ଠ ପଦାଧିକାରୀ ବାଙ୍କନିଧି ବେହେରା ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅନ୍ୟାୟକୁ କଂଗ୍ରେସ ସହିବ ନାହିଁ ବରଂ ହକ୍‍ ପାଇଁ ଲଢିବା ପାଇଁ ପ୍ରତିଷ୍ଠା ଦିବସରେ ଆଜିର ସଂକଳ୍ପ ଆଗାମୀ ଦିନ ପାଇଁ ଏବେ ଠାରୁ କଂଗ୍ରେସର ଆହ୍ୱାନ ହେଉ ବୋଲି ମତ ପ୍ରକାଶ ପାଇଥିଲା।

- Advertisement -

ଏହି ସଭାରେ କଂଗ୍ରେସର ବରିଷ୍ଠ ନେତା କୁବେର ଚୌଧୁରୀ,ମାନସ ପରିଡା,ବାଙ୍କୀ ଯୁବ କଂଗ୍ରେସର ସଭାପତି ବିଶ୍ୱରଞ୍ଜନ ପଣ୍ଡା ପ୍ରମୁଖ ସଂଗ୍ରାମୀ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ନେତା କାଶୀନାଥ ମହାପାତ୍ର ସଭାରେ ସାମ୍ବିଧାନିକ ରେଜୁଲେସନ ପାଠ କରିଥିଲା ବେଳେ ଶିବ ପ୍ରଶାଦ ମହାପାତ୍ର ଏହାକୁ ଦୃଢ ସମର୍ଥନ କରିଥିଲେ। ନୂଆଗାଁ ସରପଞ୍ଚ ମମତା ସ୍ୱାଇଁ କଂଗ୍ରେସ ପାଇଁ ଧର୍ଯ୍ୟ ଓ ସାହାସର ସହ କାର୍ଯ୍ୟ କରିବା ପାଇଁ ନିଜର ସଂକଳ୍ପ ପ୍ରକାଶ କରିବା ସହ କଂଗ୍ରେସ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବାଙ୍କୀରେ ଶୀତଳ ଭଣ୍ଡାର ନାହିଁ,ନିଯୁକ୍ତି ନାମରେ ଧୂଆଁବାଣ ମାରୁଥିବା ବିଜେଡି ବିପକ୍ଷରେ ପ୍ରତିଷ୍ଠା ଦିବସରେ ସ୍ୱର ବଉତ୍ତୋଳନ କରାଯାଇଥିଲା ଏବଂ ସଭାପତି ପୂର୍ବତନ ବିଧାୟକ ତଥା ଆଜି ସଭାର ସଭାପତି ବାଙ୍କୀରେ କଂଗ୍ରେସକୁ ଫେରାଇ ଆଣିବା ପାଇଁ ଆହ୍ୱାନ ଦେବା ସହିତ ସବୁ ସମୟରେ କର୍ମୀ ମାନଙ୍କ ସହିତ ଅଛନ୍ତି। ଦୁର୍ନିତି ଗ୍ରସ୍ଥ କର୍ମଚାରୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ।

ଜନସାଧାରଣଙ୍କର ମୌଳିକ ଅଧିକାର କ୍ଷୂର୍ଣ୍ଣ କଲେ ତାର ପ୍ରତିବାଦ ଓ ଯବାବ୍‍ ଦେବା ସହିତ ସର୍ବପ୍ରଥମେ ବାଙ୍କୀ ବ୍ଲକ,ଡମପଡା ବ୍ଲକ ଏବଂ ବାଙ୍କୀ ଏନ.ଏ.ସିରେ କଂଗ୍ରେସର ସସାଙ୍ଗଠନିକ କାର୍ଯ୍ୟକ୍ରମକୁ ଦୃଢତାର ସହିତ ଗ୍ରହଣ କରାଯିବା ପାଇଁ ଘୋଷଣା କରିଛନ୍ତି। ଶେଷରେ କ୍ଷେତ୍ରବାସୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରତିଷ୍ଠା ଦିବସ ଅବସରରେ ଧୃବ ସାହୁ,ଶଙ୍କର ଧଳ,ଶିବ ଧଳ,ସନ୍ତୋଷ ଦେହୁରୀ,ବାଙ୍କନିଧି ମଙ୍ଗୁଆଳ,କୁଳମଣି ରଣା,ଦୁଃଖୀଶ୍ୟାମ ରଣା ପ୍ରମୁଖ ଅନ୍ୟ ଦଳରୁ କଂଗ୍ରେସ ଦଳରେ ମିଶ୍ରଣ ହୋଇଥିବା ସମ୍ପର୍କରେ ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରି କଂଗ୍ରେସ ଦଳକୁ ସେମାନଙ୍କୁ ସ୍ୱାଗତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories