www.samajalive.in
Sunday, December 7, 2025
26.1 C
Bhubaneswar

ମଦ ନିବାରଣ ପାଇଁ କାର୍ଯ୍ୟାନୁଷ୍ଠାନ ନହେଲେ ଫାଣ୍ଡି ସମ୍ମୁଖରେ ଧାରଣା ଚେତାବନୀ

ବାଙ୍କୀ : ବାଙ୍କୀ ଅଞ୍ଚଳର ବିଭିନ୍ନ ଗ୍ରାମରେ ଦିନକୁ ଦିନ ଖୋଲା ଚୋରା ରନ୍ଧା ମଦ ବିକ୍ରୀ ବଢିବଢି ଚାଲିଛି। ଏସବୁକୁ ବନ୍ଦ କରିବା ପାଇଁ ପ୍ରଶାସନିକ ତତ୍ପରତା ନଥିବାରୁ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଅସସାମାଜିକ କାର୍ଯ୍ୟ କଳାପ ଓ ପାରିବାରିକ କଳହ ଅଶାନ୍ତିର କାରଣ ହେଉଛି। ଏପରିକି ସନ୍ଧ୍ୟାରେ ମଦ୍ୟପ ମାନେ ଖୁଲମ ଖୁଲା ମଦ ପିଇ ରାସ୍ତାଘାଟ,ଛକ,ଗାଧୁଆ ତୁଠ ଏବଂ ଗାଁ ଦାଣ୍ଡରେ ବିଭିନ୍ନ କାଣ୍ଡ କରୁଥିବାରୁ ଗାଁର ମହିଳା ମାନେ ମୁକ୍ତ ଭାବରେ ଯାଆସ କରିବାକୁ ଡରୁଥିବାର ଅଭିଯୋଗ ଆସିଛି।

ସୋମବାର ଅପରାହ୍ନରେ ଡମପଡା ବ୍ଲକ ଅଧିନ କଇଁମୁଣ୍ଡି ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଯୁବକ ସଂଘର ଶତାଧିକ ବ୍ୟକ୍ତିଙ୍କ ସ୍ୱାକ୍ଷର ଥାଇ ବାଙ୍କୀ ଅବକାରୀ ବିଭାଗ ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇ କଇଁମୁଣ୍ଡି ଗ୍ରାମରେ ମଦ୍ୟପାନ ନିବାରଣ କରିବା ପାଇଁ ଦାବୀ ଓ ଅନୁରୋଧ କରିଛନ୍ତି। ଏଭଳି କାର୍ଯ୍ୟକୁ ନିବାରଣ କରିଲେ ଗ୍ରାମବାସୀ ମାନେ ଶାନ୍ତିପୂର୍ଣ୍ଣ ଭାବରେ ରହିବେ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି। ଉକ୍ତ କାର୍ଯ୍ୟକୁ ୭ଦିନ ମଧ୍ୟରେ ବିଚାର କରାନଗଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଯୁବକ ସଂଘର ସଦସ୍ୟ ମାନେ ସ୍ଥାନୀୟ କଇଁମୁଣ୍ଡି ଫାଣ୍ଡି ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories