www.samajalive.in
Sunday, December 14, 2025
26.1 C
Bhubaneswar

ୟୁରୋପୀୟ ଦେଶରେ ବ୍ୟାପୁଛି ନୂଆ ପ୍ରକାର କୋଭିଡ ସଂକ୍ରମଣ

ୟୁରୋପର କେତେକ ଦେଶରେ ନୂତନ ପ୍ରକାର କୋଭିଡ ସଂକ୍ରମଣ ଦେଖିବାକୁ ମିଳିଛି। ବ୍ରିଟେନରେ ଦେଖାଦେଇଥିବା କୋଭିଡର ନୂତନ ଭୁତାଣୁ ଦ୍ୱାରା ସ୍ପେନ୍‍ର ୪ଜଣ ନାଗରିକ ସଂକ୍ରମିତ ହୋଇଛନ୍ତି ବୋଲି ସେଠାକାର ସରକାର ସ୍ପଷ୍ଟ କରିଛନ୍ତି। ମାଦ୍ରିଦ୍‍ର ଉପସ୍ୱାସ୍ଥ୍ୟ ମୁଖ୍ୟ ଆଣ୍ଟୋନିଓ ଜାପାଟେରୋ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଚିହ୍ନଟ ହୋଇଥିବା ୪ ଜଣ ବ୍ୟକ୍ତି ମାଦ୍ରିଦ୍‍ର ବାସିନ୍ଦା ଏବଂ ସେମାନେ ସମସ୍ତେ ନିକଟରେ ବ୍ରିଟେନ୍‍ ଗସ୍ତରେ ଯାଇଥିଲେ।

ସେହିଭଳି ଜାପାନ ମଧ୍ୟ ବ୍ରିଟେନ୍‍ ଗସ୍ତରୁ ଫେରିଥିବା ୫ଜଣ ଜାପାନୀ ନାଗରିକ ସଂକ୍ରମିତ ହୋଇଥିବାର ସୂଚନା ଦେଇଛି। ଅନ୍ୟ ଦେଶଗୁଡିକ ମଧ୍ୟରେ ଡେନ୍‍ମାର୍କ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଏହିଭଳି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories