www.samajalive.in
Monday, December 8, 2025
16.1 C
Bhubaneswar

ଆସନ୍ତା ୨୭ରେ ପଲସାପାଲି ରାସ୍ତାରେ ୩ଟି ମନ୍ଦିରର ରତ୍ନମୁଦ ଉତ୍ସବ

ରେଙ୍ଗାଲି କ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡକ୍ଷ ପଞ୍ଚାୟତ ପାଳସାପାଲି ରାସ୍ତାରେ ନିର୍ମାଣ ହେଉଛି ତିନୋଟି ମନ୍ଦିର। ହିର୍ଲିପଳିଏନ, ନୁନିଆଇ ଓ ବାରଭାଇ ନାମରେ ଏହି ତିନୋଟି ମନ୍ଦିରର ନିର୍ମାଣ କାର୍ଯ୍ୟ ବଡ ଜୋରସୋରରେ ଚାଲିଛି। ଗତ ଅକ୍ଟୋବର ୨୪ତାରିଖରୁ ଏହି ମନ୍ଦିର ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ୨୭ତାରିଖରେ ଏହାର ରତ୍ନମୁଦ୍ ଉତ୍ସବ ହେବ ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ସ୍ଥାନରେ ଝାଡ଼ ଜଙ୍ଗଲ ଭିତରେ ଏହି ଦେବାଦେବୀ ମାନେ ପୂଜା ପାଇ ଆସୁଥିଲେ। କାଳକ୍ରମେ ଅନ୍ୟ ଲୋକମାନେ ମଧ୍ୟ ଏଠାକୁ ପୂଜା କରିବା ପାଇଁ ଆସିଲେ। ଏହି ପୂଜା ସ୍ଥାନକୁ ଯିବାପାଇଁ ଭଲ ରାସ୍ତାଟିଏ ବି ନଥିଲା। ଧିରେ ଧିରେ ଲୋକ ଅସ୍ଥା ଓ ବିଶ୍ୱାସ ବଢ଼ିବାରେ ଲାଗିଲା ଓ ଭକ୍ତମାନଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଲା। ଏହା ଦେଖି  କୁଲୁନ୍ଦା ଗ୍ରାମର କିଛି ଯୁବକ ମନ୍ଦିର ନିର୍ମାଣ ତଥା ଏହି ରାସ୍ତାର ବିକାଶ ପାଇଁ ନିଜ ନିଜ ଭିତରେ ଆଲୋଚନା ଆରମ୍ଭ କରିଥିଲେ। ସମୟକ୍ରମେ ଏହି ଆଲୋଚନା  ଆଖପାଖ ଗ୍ରାମ ବଞ୍ଜିପାଲି ଓ ପାଳସାପାଲିକୁ ମଧ୍ୟ ବିସ୍ତାରିତ ହେଲା। ତାପରେ ତିନୋଟି ଗ୍ରାମାମାନଙ୍କ ମୁଖ୍ୟ ଲୋକମାନେ ମିଶି ଏକ ସଭାକଲେ ଓ ଗୋଟିଏ ସ୍ଥାୟୀ ମନ୍ଦିର ନିର୍ମାଣ କରିବା ପାଇଁ ସଂକଳ୍ପ ନେଲେ। ମନ୍ଦିର ନିର୍ମାଣ କଥା ପ୍ରଘଟ ହେଲା ପରେ କୁଳୁଣ୍ଡକ୍ଷ ଗ୍ରାମର ଜଣେ ଭଦ୍ର ବ୍ୟକ୍ତି ଯିଏକି ବିଦେଶରେ ରହି କାମ କରୁଛନ୍ତି ସେ ପ୍ରଥମେ ଏହି ମନ୍ଦିର ନିର୍ମାଣ ପାଇଁ ଅର୍ଥରାଶି ଦେବେ ବୋଲି କହି ସହାୟତାର ହାତ ବଢ଼ାଇଥିଲେ ।ପରେ ପାଖରେ ମାଙ୍କ ମନ୍ଦିର ପାଇଁ ଉକ୍ତ ବ୍ୟକ୍ତିଙ୍କ ଧର୍ମପତ୍ନୀ ମଧ୍ୟ କିଛି ଅର୍ଥରାଶି ପ୍ରଦାନ କଲେ। ଫଳରେ ଲୋକଙ୍କ ମନରେ ଆହୁରି ଉତ୍ସାହ ବଢିଲା। ତିନି ଖଣ୍ଡ ଗ୍ରାମର ଗ୍ରାମବାସୀ ମିଶି ଅବଶିଷ୍ଟ ଅର୍ଥ ରାଶି ବହନ କରି ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କଲେ। ଭଗବାନଙ୍କ ପ୍ରତି ମଣିଷର ଭକ୍ତି ମଣିଷ ମନରେ ଦୁର୍ବାର ଇଚ୍ଛାଶକ୍ତି ଆଣିଥାଏ। ଗୋଟିଏ ମନ୍ଦିର ନିର୍ମାଣ ପାଇଁ କାମ ଆରମ୍ଭ ହେଲା ବେଳକୁ ତିନି ଦେବାଦେବୀଙ୍କ ନାମରେ ତିନିଟି ଅଲଗା ଅଲଗା ମନ୍ଦିର ଗଢିବାର ଜିଜ୍ଞାସା ଫଳରେ ଗ୍ରାମବାସୀମାନେ ମିଳିତ ହୋଇ ନିଜ ନିଜ ସାମର୍ଥ୍ୟ ଅନୁସାରେ କିଛି କିଛି ଟଙ୍କା ସଂଗ୍ରହ କରି ତିନି ମନ୍ଦିରର ଭିତ୍ତି ପ୍ରସ୍ତର ପକାଇଲେ। ଏବେ ଏହି ମନ୍ଦିର ଗୁଡ଼ିକର ରତ୍ନମୁଡ଼ ହେବାକୁ ଯାଉଛି। ଏହା ବ୍ୟତୀତ ପାଖରେ ଏକ ଜଳର ପ୍ରାକୃତିକ ଉତ୍ସ ରହିଛି । ବର୍ଷସାରା ସେଥିରୁ ପାଣି ବାହାରୁଛି ଯାହା ଫଳରେ ୧୦ରୁ ୧୫ଏକର ଜମି ଜଳସେଚିତ ହୋଇପାରୁଛି ଓ ଧାନ ଚାଷ ହେଉଛି। ଏହି ପାଣି କେଉଁଠାରୁ ଆସୁଛି କେହି ବି ଜାଣିନାହାନ୍ତି।ମନ୍ଦିର ନିର୍ମାଣ ହେଲାପରେ ଏହା ଏକ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ମାନେ ସେଥିକୁ ରାସ୍ତା ନିର୍ମାଣ କରୁଛନ୍ତି। କୁଳୁଣ୍ତକ୍ଷ ପଞ୍ଚାୟତର ମାତ୍ର ୩କିମି ଦୂରରେ ଏହି ତିନି ମନ୍ଦିର ନିର୍ମିତ ହେଉଛି। ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ବା ପାଇଁ ଆବାଳ ବୃଦ୍ଧ ବନିତା ଅଣ୍ଟା ଭିଡିଥିବା ଜଣାପଡିଛି। କରୋନା କଟକଣା କୁ ମାନି ରତ୍ନମୁଡ଼ ଉତ୍ସବ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories