www.samajalive.in
Saturday, December 6, 2025
26.1 C
Bhubaneswar

ମନ୍ଦିର ଖୋଲିବାକୁ ରାଜ୍ୟ ସରକାରଙ୍କୁ ମୋଡାଲିଟି ଦେଲେ ଦେବୋତ୍ତର କମିଶନର

ଭୁବନେଶ୍ଵର: କରୋନା ମହାମାରୀ ଯୋଗୁ ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଛି। ଏହାକୁ ଖୋଲିବା ଦିଗରେ ପଦକ୍ଷେପ ନେବା ଲାଗି ହାଇକୋର୍ଟ ନିର୍ଦେଶ ଦେବା ପରେ ଦେବୋତ୍ତର ବିଭାଗ ତତ୍ପର ହୋଇଛି। ଦେବୋତ୍ତର ବିଭାଗ ଅଧୀନରେ ଥିବା୧୮ ହଜାର ମନ୍ଦିର ଖୋଲିବା ନେଇ ଦେବୋତ୍ତର କମିଶନର ମୋଡାଲିଟି ନିର୍ଦ୍ଧାରଣ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।

ଦେବୋତ୍ତର କମିଶନର ସରକାରଙ୍କୁ ଦେଇଥିବା ମୋଡାଲିଟିରେ କେତେକ ପ୍ରସ୍ତାବ ଦେଇଛନ୍ତି। ଏକକାଳୀନ ଭକ୍ତ ପ୍ରବେଶ କରିବା ବାରଣ ରହିଛି। ସାମାଜିକ ଦୂରତା, ମନ୍ଦିର ଦ୍ବାରରେ ସାନିଟାଇଜର ରଖିବା ଓ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ମନ୍ଦିରଗୁଡ଼ିକରେ କେବଳ ଦର୍ଶନ କରାଯିବ। ବଡ଼ ପୂଜା ହେବ ନାହିଁ।

- Advertisement -

ଏସବୁ ନିୟମ ମାନି ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ନିୟମ ନ ମାନିଲେ ମନ୍ଦିର ଖୋଲିବ ନାହିଁ। ଏ ଦିଗରେ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଦେବୋତ୍ତର କମିଶନର କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories