www.samajalive.in
Saturday, December 6, 2025
14.1 C
Bhubaneswar

୧୦ ବଖରା ଭସ୍ମୀଭୂତ

ତିହିଡି: ଭଦ୍ରକ ଜିଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ନୂଆ ଶାସନ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ନୂଆଶାସନ ଗାଁ ପଣ୍ଡାସାହିର ଳାଶ ଚନ୍ଦ୍ର ପଣ୍ଡା, ଅଶୋକ କୁମାର ପଣ୍ଡା ଓ ଅମୂଲ୍ୟ କୁମାର ପଣ୍ଡାଙ୍କର ୧୦ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଅଗ୍ମିକାଣ୍ଡ ଘଟିବା ପରେ ସମସ୍ତ ଲୋକ ଘରୁ ବାହାରି ଆସିଥିବା ବେଳେ ଆସବାବପତ୍ର, ଟଙ୍କା, ସୁନା ଗହଣା ନିଆଁରେ ଜଳିଯାଇଛି । ତିହିଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସମାନ ଗାଁରେ ଅଗ୍ନିକାଣ୍ଡ ଯୋଗୁ ସେହି ଗାଁର ୫ ବଖରା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିଲା। ସାଂସଦ ମଞ୍ଜୁଲତା ମଣ୍ଡଳ, ଗୁଆମାଳ ପଞ୍ଚାୟତର ସରପଞ୍ଚ ପ୍ରଦୀପ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories