www.samajalive.in
Tuesday, December 9, 2025
16.1 C
Bhubaneswar

ପାଇଲଟ ଝିଅର ବିମାନରେ ଏୟାର ହୋଷ୍ଟେଜ୍‍ ମା’ର ଶେଷ ଉଡ଼ାଣ

ମୁମ୍ବଇ: ଦୀର୍ଘ ୩୮ବର୍ଷ କାଳ ଏୟାର ଇଣ୍ଡିଆ ବିମାନରେ ଏୟାର ହୋଷ୍ଟେଜ ଭାବେ କାର୍ଯ୍ୟରତ ପୂଜା ଚିନଚାଙ୍କର ଶେଷ ଉଡାଣଟି ତାଙ୍କ ପାଇଁ ବେଶ୍‍ ସ୍ମରଣୀୟ ହୋଇ ରହିବ। କାରଣ ଅବସର ପୂର୍ବର ଶେଷ ଉଡ଼ାଣ ତାଙ୍କ ପାଇଁ ଥିଲା ବେଶ୍‍ ମହତ୍ୱପୂର୍ଣ୍ଣ। ଦୀର୍ଘ ଦିନର ଚାକିରୀରୁ ଅବସର ତାଙ୍କ ପାଇଁ ଦୁଃଖଦ ହୋଇଥିଲେ ମଧ୍ୟ ଶେଷ ଉଡ଼ାଣ ତାଙ୍କୁ କରିଥିଲା ଗର୍ବିତ। କାରଣ ବିମାନରେ ପାଇଲଟ ସ୍ଥାନଟି ମଣ୍ଡିତ କରିଥିଲେ ତାଙ୍କ ଝିଅ। ମୁମ୍ବଇରୁ ମୁମ୍ବଇ-ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଥିବା ବିମାନରେ ମଙ୍ଗଳବାର ଏଭଳି ଦୃଶ୍ୟକୁ ଦେଖିବାର ସୁଯୋଗ ପାଇଥିଲେ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସମେତ ଅନ୍ୟାନ୍ୟ ବିମାନ କର୍ମଚାରୀ। ଏହି ବିମାନରେ ଏୟାର ହୋଷ୍ଟେଜ ଭାବେ ଶେଷ ଥର ପାଇଁ ଯାଇଥିଲେ ପୂଜା। ଆଉ ତାଙ୍କ ଝିଅ ଆଶ୍ରିତା ଉକ୍ତ ବିମାନର ପାଇଲଟ ଦାୟିତ୍ୱରେ ଥିଲେ।
ପୂଜାଙ୍କ ଜୀବନର ଏଭଳି ଏକ ଐତିହାସିକ ମୁହୂର୍ତ୍ତ ସମ୍ପର୍କରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ବିମାନ ଓହ୍ଲାଇବାର ୧୦ମିନିଟ ପୂର୍ବରୁ ଆଶ୍ରିତା ଘୋଷଣା କରିଥିଲେ। ଏଭଳି ଘୋଷଣା ଶୁଣି ବିମାନର ସମସ୍ତ କର୍ମଚାରୀ ତଥା ଅନ୍ୟାନ୍ୟ ଏୟାର ହୋଷ୍ଟେଜଙ୍କ ସମେତ ବିମାନ ଯାତ୍ରୀ ପୂଜାଙ୍କୁ ଅଭିବାଦନ ଜଣାଇବା ସହ କରତାଳି ଦେଇ ତାଙ୍କ ସୁଖମୟ ଜୀବନର କାମନା କରିଥିଲେ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories