www.samajalive.in
Monday, December 15, 2025
17.1 C
Bhubaneswar

ନୂଆ ରୂପ ନେବ ୪୬ ପର୍ଯ୍ୟଟନ ସ୍ଥଳ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ବର : ରାଜ୍ୟର ୩୬୦ ପର୍ଯ୍ୟଟନସ୍ଥଳରୁ ୪୬ଟି ପର୍ଯ୍ୟଟନସ୍ଥଳକୁ ଫୋକସ୍‌ରେ ରଖିଛି ପର୍ଯ୍ୟଟନ ବିଭାଗ। ଏହି ପର୍ଯ୍ୟଟନସ୍ଥଳକୁ ନୂଆ ରୂପ ଦିଆଯିବ। ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ରହଣି, ପାନୀୟଜଳ, ରାସ୍ତା ଏବଂ ଶୌଚାଳୟର ସୁବିଧା ମିଳିପାରିବ। ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କୋରାପୁଟ, ଗଞ୍ଜାମ ଭଳି ୧୯ଟି ଜିଲାର ୪୬ଟି ପର୍ଯ୍ୟଟନସ୍ଥଳକୁ ପ୍ରାଥମିକତା ଦିଆଯାଇଛି। ଏ କ୍ଷେତ୍ରରେ ମହିଳାଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଧିକ ପ୍ରୋତ୍ସାହିତ କରାଯାଉଛି ବୋଲି ବିଭାଗୀୟ ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି।

ନୂତନ ଭାବେ ପର୍ଯ୍ୟଟନ କ୍ଷେତ୍ରକୁ ସ୍ବାଭାବିକ କରିବା ସହ ଆତିଥ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ। ପର୍ଯ୍ୟଟକଙ୍କ ପାଇଁ ରାସ୍ତା, ଗାଡ଼ିପାର୍କିଂ, ପାନୀୟ ଜଳ, ଶୌଚାଳୟ, ପୋଷାକ ବଦଳାଇବା ପାଇଁ କକ୍ଷ, ଆବର୍ଜନା ପରିଚାଳନା ବକ୍ସ, ସପିଂ ଷ୍ଟୋର୍‌, ଖାଦ୍ୟ ସାମଗ୍ରୀ, କାଫେଟେରିଆ ଓ ପାୱାର ସପ୍ଲାଏ ଭଳି ବିଭିନ୍ନ ସୁବିଧା କରାଯିବା ଯୋଜନା ରହିଛି।

- Advertisement -

ରାଜ୍ୟର ୪୬ଟି ପର୍ଯଟନ କ୍ଷେତ୍ର ମଧ୍ୟରୁ ଖୋର୍ଦ୍ଧା ଜିଲା ଚିଲିକାର ବରକୁଳ, ଖଣ୍ଡଗିରି ଓ ଉଦୟଗିରି, ଧଉଳି, ନନ୍ଦନକାନନ, ଯାଜପୁରର ଉଦୟଗିରି, ରତ୍ନଗିରି, ଲାଗୁଡ଼ି ପର୍ଯ୍ୟଟନ କ୍ଷେତ୍ର ରହିଥିବା​‌ବେଳେ କେନ୍ଦୁଝରର ଘଟଗାଁ, ସାନଘାଗରା, ଖଣ୍ଡାଧାର, ବଡ଼ଘାଗରା ରହିଛି। ଏଥିସହ ମୟୂରଭଞ୍ଜର ଖିଚିଙ୍ଗ, ଜଗତସିଂହପୁରର ପାରାଦ୍ବୀପ, କଟକର ଧବଳେଶ୍ବର ଓ ଲଳିତଗିରି ରହିଥିବା ବେଳେ ସୁନ୍ଦରଗଡ଼ର ଖଣ୍ଡାଧାର, କୋରାପୁଟର ଗୁପ୍ତେଶ୍ବର ଓ ଡୁଡୁମା ପର୍ଯ୍ୟଟନକ୍ଷେତ୍ରର ଉନ୍ନତି କରାଯିବ। କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ମଣ୍ଡାସରୁ, ପୁରୀର ସତ୍ୟବାଦୀ, ପିପିଲି, ରାମଚଣ୍ଡି ଓ ସାତପଡ଼ା ରହିଥିବା ବେଳେ ଗଞ୍ଜାମର ଗୋପାଳପୁର, ରମ୍ଭା ଅଞ୍ଚଳର ଉନ୍ନତୀକରଣ କରାଯିବ। ଗଜପତିର ଜିରାଙ୍ଗ, ବରଗଡ଼ର ନୃସିଂହନାଥ, ବଲାଙ୍ଗୀରର ହରିଶଙ୍କର, ରାଣୀପୁର ଏବଂ ଭୀମଡୁଙ୍ଗୁରି ରହିଛି। ବାଲେଶ୍ବରର ଚନ୍ଦନେଶ୍ବର, ବଳରାମଗଡ଼ି, ଚାନ୍ଦିପୁର, ରେମୁଣା, ପଞ୍ଚଲିଙ୍ଗେଶ୍ବର, ତାଳସାରୀ ରହିଥିବାବେଳେ ସୁବର୍ଣ୍ଣପୁରର ସ୍ବର୍ଣ୍ଣପୁର, ଅନୁଗୋଳର ଦେଉଳିଝର ଓ ଟିକରପଡ଼ା ରହିଥିବାବେଳେ ଢେଙ୍କାନାଳର ଯୋରନ୍ଦା, ସପ୍ତଶଯ୍ୟା, କପିଳାସ ରହିଛି। ଏଥିସହ ନୟାଗଡ଼ର ବାରମୂଳ ଓ ଓଢ଼ଙ୍ଗ ପର୍ଯ୍ୟଟନ କ୍ଷେତ୍ରକୁ ବିଭାଗ ପ୍ରଥମ ପର୍ଯ୍ୟାୟରେ ଗୁରୁତ୍ବ ଦେଉଛି। ଚିଲିକା ଓ ଭିତରକନିକାରେ ଥିବା ବୋଟ୍‌ଗୁଡ଼ିକ ମରାମତି କରାଯିବ। ପର୍ଯ୍ୟଟକମାନେ ଯେପରି ସୁବିଧାରେ ବୋଟ୍‌ରେ ଭ୍ରମଣ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଥିବା ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories