www.samajalive.in
Sunday, December 14, 2025
23.1 C
Bhubaneswar

‘ଝୋ ଲୋ’ ମାର୍ଗରେ ଚାଲୁଥିଲା ଆକାଶ

ଭୁବନେଶ୍ବର : ଗୁଗଲ୍‌ ସର୍ଚ୍ଚ ଓ ୟୁଟ୍ୟୁୁବ୍‌ରେ ‘ଝୋ ଲୋ’ ଟାଇପ୍‌ କଲେ ଆପଣଙ୍କୁ ଉପଲବ୍ଧ ହେବ ବଡ଼ ଦଲାଲ ତଥା ଠକର ଅନେକ ତଥ୍ୟ। ମାଲେସିଆର ଏହି ଯୁବ ବ୍ୟବସାୟୀ ଝୋ ଲୋ ଜଣକ କିଛି ବର୍ଷ ମଧ୍ୟରେ ବିଶ୍ବରେ ଏକ ନାମୀ ଠକ ହୋଇଯାଇଥିଲା। ବଡ଼ ବଡ଼ ରାଜନେତା, ତାରକା ଓ ବ୍ୟବସାୟୀଙ୍କ ଗହଣରେ ବସାଉଠା କରୁଥିବା ଝୋ ଲୋ ମାଲେସିଆର ବିକାଶ ଲାଗି ସିଙ୍ଗାପୁର, ୟୁକେ, ବ୍ରିଟେନ୍‌ ଓ ଆଦି ପ୍ରମୁଖ ରାଷ୍ଟ୍ରର ବ୍ୟବସାୟୀ ଓ ରାଜନେତାଙ୍କୁ ୧ ମାଲେସିଆ ଡେଭଲପ୍‌ମେଣ୍ଟ ବରହାଡ (୧ଏମ୍‌ଡିବି)ରେ ବିନିଯୋଗ କରିବା ଲାଗି ପ୍ରଲୋଭନ ଦେଖାଇ ପ୍ରାୟ ୪.୫ ବିଲିଅନ୍‌ ଡଲାର ଚୂନ ଲଗାଇଥିଲା। ୨୦୧୫ରେ ୧ଏମ୍‌ଡିବି ଠକେଇ ପଦାକୁ ଆସିଥିଲା। ମାଲେସିଆ ସରକାରଙ୍କ ନାମରେ ଏକ ପାଣ୍ଠି ଗଠନ କରି ଝୋ ଲୋ ଚତୁରତା ସହ ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରି ଚମ୍ପଟ ହୋଇଯାଇଥିଲା। ଏବେ ତାକୁ ଠାବ ଲାଗି ମାଲେସିଆ ସରକାର ଇଣ୍ଟରପୋଲ୍‌ର ସହାୟତା ନେଇଛନ୍ତି।

ଝୋ ଲୋ ଯେଉଁ ଢ଼ଙ୍ଗରେ ଠକାମି କରୁଥିଲେ ଅନୁରୂପ ଢ଼ଙ୍ଗରେ ଲୋକଙ୍କୁ ଠକିବା ଲାଗି ବାଟ ଆପଣାଇଥିଲା ଆକାଶ। ୬୫ ଲକ୍ଷ ଠକେଇ ମାମଲାରେ ୪ ଦିନ ପାଇଁ ପଚରାଉଚରା ଲାଗି କମିସନରେଟ୍ ପୁଲିସ ଆକାଶକୁ ହେପାଜତରେ ଆଣିଥିଲା। ସୋମବାର ଆକାଶକୁ ଜେଲ୍‌ ପଠାଇ ଦିଆଯାଇଛି। ଆକାଶ ବିରୋଧରେ ଖୁବ୍‌ଶୀଘ୍ର ଅଭିଯୋଗ ଫର୍ଦ ଦାଖଲ କରାଯିବ ବୋଲି ଡିସିପି ଡ. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। କଥା କହିବାର ଶୈଳୀରେ ଆକାଶ ଏତେ ମାହିର ଅତି କମ୍ ସମୟ ମଧ୍ୟରେ ସେ ଜଣଙ୍କୁ ତା’ର ଜାଲ୍‌ରେ ଫସାଇ ଦେଇପାରିବ। ଜେରା ବେଳେ ପୁଲିସ ଅଧିକାରୀଙ୍କୁ ବଦଳି ଭୟ ଦେଖାଇ ଜେରାକୁ ବି ପ୍ରଭାବିତ କରିବାକୁ ସେ ଉଦ୍ୟମ କରିଥିଲା।

- Advertisement -

ବାପାର ଦୁର୍ନୀତି ଉପାର୍ଜିତ ଅର୍ଥକୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହ ସର୍କଲ ତିଆରି କରିବା ଲାଗି ବିନିଯୋଗ କରୁଥିଲା। କିଛି ବର୍ଷ ମଧ୍ୟରେ ଦେଶରେ ଅନ୍ୟ ଏକ ‘ଝୋ ଲୋ’ ହୋଇ ଆକାଶ ବାହାରିଥାନ୍ତା ବୋଲି ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି। ମୁମ୍ବଇ ଓ ପୁଣେଠାରେ ସେ ଅନେକ ବ୍ୟବସାୟୀ, ତାରକା ଏବଂ ରାଜନେତାଙ୍କ ସଂସ୍ପର୍ଶରେ ଆସିଥିଲା। ତା’ର ବାପା ଜଣେ ଆଇଏଫ୍ଏସ୍‌ ଏବଂ ଭାବୀ ଶ୍ବଶୁର ଜଣେ ଓଡ଼ିଶାର ପୂର୍ବତନମନ୍ତ୍ରୀ ତଥା ବିଧାୟକ ହୋଇଥିବାରୁ ସେ ଏହାର ବେଶ୍‌ ଫାଇଦା ଉଠାଇଥିଲା। ମୁମ୍ବଇର ସବୁଠାରୁ ଦାମୀ କିର୍ଲୋସ୍କର ଆପାର୍ଟମେଣ୍ଟରେ ଭଡ଼ାରେ ନେଇ ଅନେକ ଦାମୀ ଲୋକଙ୍କ ଗହଣରେ ବସାଉଠା କରୁଥିଲା। ଜଣଙ୍କ ସହ ମିଶିଲେ ତାହାର ଫାଇଦା ନେଇ ଅନ୍ୟ ଜଣଙ୍କୁ ପ୍ରଭାବିତ କରିଥାଏ। ପୁଣେଠା‌େ‌ର ଭଡ଼ା ନେଇଥିବା ଫାର୍ମ ହାଉସ୍‌ରେ ବହୁ ସମୟରେ ବ୍ୟକ୍ତିିଗତ ପାର୍ଟି ଆୟୋଜନ କରି ରାଜନେତା ଓ ବ୍ୟବସାୟୀଙ୍କୁ ଡାକୁଥିଲା। କିଛି ସେଲିବ୍ରିଟି ମଧ୍ୟ ସେଠାକୁ ଆସୁଥିଲେ। ରାଜନେତାଙ୍କ ସହ ସମ୍ପର୍କ ଥିବା କହି ଅନେକ ବ୍ୟବସାୟୀଙ୍କର ବିଭିନ୍ନ କାମ କରାଇଦେବା ଲାଗି ଲକ୍ଷାଧିକ ଟଙ୍କା ନେଉଥିଲା। ଏହି ବାହାନାରେ ମହାରାଷ୍ଟ୍ର‌େ‌ର ଏକ ନିର୍ଦିଷ୍ଟ ଦଳ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟ କରୁଥିଲା ବୋଲି ପୁଲିସକୁ କହିଛି।

ଓଡ଼ିଶା ରାଜନୀତିରେ ତା’ର ପତିଆରା ଥିବା ନେଇ ଦେଖାଇବାକୁ ଯାଇ ଆକାଶ କୋଭିଡ୍‌-୧୯ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ବ୍ୟକ୍ତିଗତ ଭାବେ ୫ ଲକ୍ଷ ଟଙ୍କା ସହାୟତା ଦେଇଥିଲା। ଏହାକୁ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଟାଟା କମ୍ପାନୀର ଏମ୍‌ଡି ଭାବେ ଏହି ସହାୟତା ପ୍ରଦାନ କରିଥିବା ନେଇ ଅପ୍‌ଲୋଡ୍‌ କରିଥିଲା। ଆକାଶର ଏହି ଜାଲ୍‌ରେ ଫସି ଯାଇଥିଲେ ଦୁଇ ରାଜନେତା। ସେମାନଙ୍କୁ ଆକାଶ ଚାର୍ଟର ପ୍ଲେନ୍‌ରେ ମୁମ୍ବଇ ବୁଲାଇବାକୁ ନେଇଥିଲା। ମୁମ୍ବଇରେ ପୂର୍ବରୁ ପୁଲିସ କମିସନର ଥିବାରୁ ଅରୁପ ପଟ୍ଟନାୟକଙ୍କ ସହ ତା’ର ସମ୍ପର୍କ ଥିବା ଦେଖାଇ ମୁମ୍ବଇ ଓ ପୁଣେରେ ଆକାଶ ତା’ର ଦଲାଲିର ଚେରକୁ ଅଧିକ ମଜଭୁତ୍‌ କରିଥିଲା ବୋଲି ସ୍ପଷ୍ଟ ହୋଇଯାଉଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories