www.samajalive.in
Wednesday, December 10, 2025
16.1 C
Bhubaneswar

ଧାନ ତଳିକୁ ଦଳି ନଷ୍ଟ କଲେ ଜଙ୍ଗଲି ବାର୍‍ହା ପଲ; ଚିନ୍ତାରେ ଚାଷୀ

କଲମପୁର : ଆଗାମୀ ରବି ଫସଲ ପାଇଁ ଏବେ ଇନ୍ଦ୍ରାବତି ସେଚାଞ୍ଚଳରେ ଚାଲିଛି ତଳି ପକା କାର୍ଯ୍ୟ। ମଧ୍ୟମ ଅମଳ କିସମ ଧାନ ପାଇଁ ଚାଷୀ ଡିସେମ୍ବର ୧୦ ତାରିଖରୁ ଧାନ ତଳି ପକାଇବା ଆରମ୍ଭ କରିଛନ୍ତି। ଝର ପାଣି ଉପରେ ଭରସା କରୁଥିବାରୁ ଘୋଡାବନ୍ଧା ଗ୍ରାମର ଚାଷୀମାନେ ମଧ୍ୟ ତଳି ପକାଇ ସାରିଲେଣି। ଘୋଡାବନ୍ଧା ଜମିରେ ଝର ପାଣି ଲାଗୁଥିବାରୁ ଚାଷୀ ଦିଲିପ ଗୁପ୍ତା ପ୍ରାୟ ୧୨ ଏକର ଚାଷ ଜମି ପାଇଁ ଧାନ ତଳି ପକାଇଥିଲେ। କିନ୍ତୁ ଏହି ଧାନ ତଳି ପକାଇବାର ଦୁଇ ଦିନ ମଧ୍ୟରେ ଜଙ୍ଗଲି ବାରହା ତଳିରେ ପଶିଯାଇ ମାଡି ମକଚି ଦେଇଛନ୍ତି। ଚାଷୀ ଶ୍ରୀ ଗୁପ୍ତାଙ୍କ ଧାନ ତଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେଇଯାଇଛି। କ୍ଷତିଗ୍ରସ୍ଥ ହେଇଥିବା କାରଣରୁ ଏବେ ପୁଣି ଚାଷ କରିବା ପାଇଁ ଅସମର୍ଥ। ଏନେଇ ଜଙ୍ଗଲ ବିଭାଗକୁ ସୂଚନା ଦେବା ପରେ ବନପାଳ ଭୁବନେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ଦଳ ଘଟଣା ସ୍ଥଳରେ ପହଂଚି କ୍ଷୟ କ୍ଷତି ଦେଖିଥିଲେ। ତୁରନ୍ତ ଏନେଇ ସରକାଙ୍କ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories