ବାଲିପଶି ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ତୁରୁମୁଙ୍ଗାକୁ ହରାଇ ଚଢେଇଭୋଳ ଚମ୍ପିୟାନ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବାଲିପଶି ମା ନାଗେଶ୍ବରୀ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ଅନୁଷ୍ଠିତ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ତୁରୁମୁଙ୍ଗା ଟିମକୁ ହରାଇ ଚଢେଇଭୋଳ ଟିମ ଚମ୍ପିୟାନ ହୋଇଛି । ପୁରସ୍କାର ବିବରଣ ଉତ୍ସବରେ ଅତିଥି ଭାବେ ସାହାରପଡା ବ୍ଲକ ଉପାଧ୍ୟକ୍ଷା କିରଣବାଳା ସିଂ, ମଲାରପଦା ସରପଞ୍ଚ ବିମ୍ବାଧର ନାଏକ, ଜିଲ୍ଲା ଯୁବ ବିଜେଡି ଉପସଭାପତି କରୁଣାକର ଖଟୁଆ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବେହେରା, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟନାରାୟଣ ପଣ୍ଡା, ଛାତ୍ର ବିଜେଡ଼ି ଜିଲ୍ଲା ଉପସଭାପତି ବିପ୍ଳବ କୁମାର ପୃଷ୍ଟି ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଟିମକୁ ନଗଦ ୬ ହଜାର ଟଙ୍କା ଓ ରନର୍ସ ଅପ୍‍ ଟିମକୁ ୪ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ।

Comments are closed.