www.samajalive.in
Monday, December 15, 2025
16.1 C
Bhubaneswar

ପରୀ ପାଇଁ ବିଜେପିର ପଦଯାତ୍ରା ଆଜିଠାରୁ

ଭୁବନେଶ୍ୱର : ‘ପରୀ’ ହତ୍ୟାକାଣ୍ଡକୁ ନେଇ ବିଜେପି ପକ୍ଷରୁ ଦୀର୍ଘଦିନ ଧରି ଆନ୍ଦୋଳନ, ବିକ୍ଷୋଭ ଚାଲିଛି। ଘଟଣାର ସତ୍ୟ ଲୋକଲୋଚନକୁ ଆସିଲେ କାଳେ ସରକାରଙ୍କୁ ମହଙ୍ଗା ପଡିବ ସେହି ଭୟରେ ସିବିଆଇ ତଦନ୍ତ ନଦେଇ ଲୋକଦେଖାଣିଆ ଏସଆଇଟି ତଦନ୍ତ ନିର୍ଦେଶ ଦେଇଥିଲେ। ଏସଆଇଟି ତଦନ୍ତର ପକ୍ଷପାତିକାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି। ଆଗାମୀଦିନରେ ଆନ୍ଦୋଳନକୁ ବ୍ୟାପକ କରିବ। ଆସନ୍ତାକାଲିଠାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରୁ ଦଳ ସଂକଳ୍ପ ନେଇ ପଦଯାତ୍ରା ଆରମ୍ଭ କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଶନିବାର ସାମ୍ବାଦିକ ସମ୍ମିଳୀନରେ ସେ କହିଛନ୍ତି ଯେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ପଦଯାତ୍ରା କାର୍ୟ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭନୀତ ଶ୍ରୀନିବାସନ ଶୁଭାରମ୍ଭ କରିବେ। ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହୋଇ ଆଗାମୀ ୫ ଦିନରେ ୯୮କିଲୋମିଟର ଯାତ୍ରା କରି ଯଦୁପୁରଠାରେ ପହଞ୍ଚିବ ।
ସେ କହିଛନ୍ତି ଯେ ଏସଆଇଟି ଏବେ ମୁଖ୍ୟ ଅଭିଯୁକ୍ତ ବୋଲାଉ ଥିବା ଗଞ୍ଜେଇ ବେପାରି ବାବୁଲି ନାୟକ ଓ ତାଙ୍କୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁକୁ ଛାଡି ଗୋଟେ ଯୁବକକୁ ଦୋଷୀ ବୋଲି ଦର୍ଶାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏସଆଇଟି ମୁଖ୍ୟ ସେହି ଯୁବକକୁ ଜୋବରଦସ୍ତ ଭାବେ ଦୋଷ ସ୍ୱୀକାର କରିବାକୁ ୫ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିବାର ପ୍ରକାଶ ପାଇଛି। ଏପରିକି ଦୋଷ ସ୍ୱୀକାର କଲେ ତାକୁ ନାବାଳକ ଦର୍ଶାଇ ଖସାଇ ଦିଆଯିବ ବୋଲି ଏସଆଇଟି ମୁଖ୍ୟ କହିଥିବା ପ୍ରକାଶ ପାଇଛି। ଏଭଳି ସଙ୍ଗିନ୍ ଅଭିଯୋଗ ଆସିବା ପରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ବି ଏହି ପ୍ରସଙ୍ଗରେ ନିଜେ ଜଣେ ପକ୍ଷ ହୋଇଗଲେ। ତେଣୁ ଯିଏ ଏହି କେସରେ ପକ୍ଷଭୁକ୍ତ ସେ କିଭଳି ଏହି କେସକୁ ତଦନ୍ତ କରିପାରିବ ତାହା ବୁଝାପଡୁ ନାହିଁ। ମାନ୍ୟତା ନଥିବା ଏସଆଇଟି ଯେଉଁଭଳି ଭାବରେ ଗିରଫ କରି ତଦନ୍ତକୁ ଗୋଟିଏ ନିର୍ଦିଷ୍ଟ ଦିଗରେ ନେବା ପାଇଁ ଚେଷ୍ଟା କରୁଛି ଏହା ଅତ୍ୟନ୍ତ ଦୁଃଖଦ ଏବଂ ଅତି ହୀନକଥା ବୋଲି ଡ. ସାମନ୍ତସିଂହାର କହିଛନ୍ତି। ଯଦି ପୁଲିସ୍ କୌଣସି କାମ କରୁନି ଏବଂ ଏସଆଇଟି ଆସି ଦଶ ଦିନ ମଧ୍ୟରେ ସମସ୍ତ ତଥ୍ୟ ଦେଇଦେଲା, ତେବେ ନୟାଗଡ ଜିଲାର ସ୍ଥାନୀୟ ପୁଲିସ୍ ପଦାଧିକାରୀ ଓ ଏସପିଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ପୁଲିସ ଡିଜି ପରୀ ହତ୍ୟାକାଣ୍ଡ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂରେ ବୋଲି କହିଛନ୍ତି। ମାତ୍ର ଏହା ମିଥ୍ୟା, ବନ୍ଦ ଲଫାଫାରେ ସିଲ୍ ହୋଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କିଭଳି ସର୍ବସାଧାରଣ ହୋଇଛି ? ଏପର୍ୟ୍ୟନ୍ତ ପୁଲିସ ମହାନିର୍ଦେଶକ କାହିଁକି ମନ୍ତ୍ରୀ ଶ୍ରୀ ସାହୁଙ୍କୁ ତଦନ୍ତ ପରିସରଭୁକ୍ତ କରିନାହାନ୍ତି ତାହାର ଜବାବ ରାଜ୍ୟବାସୀଙ୍କୁ ଦିଅନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories