www.samajalive.in
Monday, December 15, 2025
16.1 C
Bhubaneswar

ସ୍ମାର୍ଟସିଟିରେ ଲୁଟିଆ ଆତଙ୍କ

ଭୁବନେଶ୍ବର : ସହର ଭିତରେ ପ୍ରମୁଖ ଛକରେ ଲାଗିଛି ସିସିଟିଭି କ୍ୟାମେରା। ପିସିଆର ଭ୍ୟାନ୍‌ ଚକ୍କର କାଟୁଛି। ପୁଲିସ ଭ୍ୟାନ୍‌ ମଧ୍ୟ ପାଟ୍ରୋଲିଂ କରୁଛି। ବିଟ୍‌ ବାଇକ ଗଳିକନ୍ଦିରେ ଘୂରି ବୁଲୁଛି । ତଥାପି ଅପରାଧ ନିୟନ୍ତ୍ରଣ ହୋଇପାରୁନି। ସଚିବାଳୟ ମାର୍ଗଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ସବୁଠି ଲୁଟିଆ ଆତଙ୍କରାଜ ଚଳାଇଛନ୍ତି। ରାସ୍ତା ମଝିରେ ଅଟକାଇ ସୁନା ଚେନ, ଟଙ୍କା ଓ ମୋବାଇଲ ଝାମ୍ପି ନେଉଛନ୍ତି। ସେମାନଙ୍କ ଉତ୍ପାତରେ ସାଧାରଣ ଲୋକଙ୍କ ଧନହାନି ସହ ପ୍ରାଣପୀଡା ବଢିଚାଲିଛି। ଲୁଟିଆମାନେ ମାରଣାସ୍ତ୍ର ଦେଖାଇ ଲୁଟ କରିବା, କେମିକାଲ ସ୍ପ୍ରେ କରିବା ଦ୍ବାରା ଅଧିକାଂଶ କ୍ଷେତ୍ରରେ ଲୋକେ ଆହତ ହେଉଛନ୍ତି।
କମିସନରେଟ ପୁଲିସ ରାଜଧାନୀକୁ ଅପରାଧ ମୁକ୍ତ କରିବା ଲକ୍ଷ୍ୟରେ ବଛାବଛା ଅପରାଧୀଙ୍କ ତାଲିକା ଯୋଗାଡ କରି ସେମାନଙ୍କୁ ଏନଏସଏ ବୁକ୍‌ କରିସାରିଲାଣି। ହେଲେ ଧରାପଡୁଥିବା ଲୁଟିଆଙ୍କ ଠାରୁ ପୁଲିସ ତଥ୍ୟ ହାସଲ କରିପାରୁନି ଲୁଟ ସାମଗ୍ରୀ ଉଦ୍ଧାର ହୋଇପାରୁନି। ଗତ ସପ୍ତାହକ ଭିତରେ ଅପରାଧ ମାତ୍ରା ଏତେ ପରିମାଣ ବଢି ଯାଇଛି ଯେ, ଲୋକେ ନିଜକୁ ଅସହାୟ ମଣିଲେଣି। ତେବେ କମିସନରେଟ ପୁଲିସ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଲୁଟିଆଙ୍କୁ ଧରିବାରେ ସକ୍ଷମ ହୋଇଛି।

ଗହଣା ଲୁଟ, ଧକ୍କା ମାରି ଦୁର୍ବୃତ୍ତ ଫେରାର
ଯାଁଳା ବଜାରରେ ଗତକାଲି ଯେଉଁସ୍ଥାନରୁ ଦୁଇ ଭଉଣୀଙ୍କଠାରୁ ଦୁର୍ବୃତ୍ତମାନେ ସୁନା ଚେନ୍‌ ଝାମ୍ପି ନେଇଥିଲେ ଆଜି ପାଖାପାଖି ସେହି ସ୍ଥାନରେ ଜଣେ ବ୍ୟବସାୟୀଙ୍କଠାରୁ ସୁନା ଗହଣା ଲୁଟିନେଇଛନ୍ତି। ସମାନ ସ୍ଥାନ ଏବଂ ସମାନ ଘଟଣାରେ ଦୁଇଦିନ ହେଲା ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇଥିବାବେଳେ ପୁଲିସ କୌଣସି ଘଟଣାରେ ଲୁଟିଆଙ୍କୁ ଠାବ କରିପାରିନାହିଁ। କ୍ରମାଗତ ଭାବେ ଲୁଟ୍‌ପାଟ ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ଅସୁରକ୍ଷିତ ମଣୁଛନ୍ତି। ଶନିବାର ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ସ୍ଥାନୀୟ ବଜାରରୁ ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ବାଇକ ଡିକି ତାଡି ପ୍ରାୟ ୬୫ ଗ୍ରାମର ସୁନା ଗହଣା ଲୁଟି ନେଇଛନ୍ତି। ଜନଗହଳିପୂର୍ଣ୍ଣ ଏକ ଚା’ ଦୋକାନ ସମ୍ମୁଖରୁ ଲୁଟିଆଦ୍ବୟ ସୁନା ଗହଣା ଲୁଟ କରି ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଲୁଟର ଶିକାର ହୋଇଥିବା ଗହଣା ବ୍ୟବସାୟୀ ହେଲେ ଭଗବାନ ସୁବୁଦ୍ଧି। ଯାଁଳା ଫାଣ୍ଡି ପୁଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟିଆଙ୍କ ପତ୍ତା ପାଇନାହିଁ। ସୂଚନାନୁସାରେ ଭଗବାନଙ୍କର ଯାଁଳା ବଜାରରେ ସ୍ୱାତୀ ଜୁଏଲର୍ସ ନାମରେ ଗହଣା ଦୋକାନ ରହିଛି। ଗ୍ରାହକଙ୍କ ବରାଦ ଅନୁସାରେ ଘରକୁ ଘର ଯାଇ ଗହଣା ଆଣି ଦିଅନ୍ତି। ଆଜି ତମାଣ୍ଡୋ ଅଞ୍ଚଳର ଜଣେ ଗ୍ରାହକଙ୍କ ପାଇଁ କିଛି ଗହଣା ନେଇ ଦୋକାନରୁ ବାହାରିଥିଲେ। ଯାଁଳା ବଜାର ଭବାନୀଶ୍ୱରୀ ମନ୍ଦିର ପାଖ ଚା ଦୋକାନ ନିକଟରେ ଅଟକିଥିଲେ। ସେତେବେଳେ ଚା’ ଦୋକାନରେ କିଛି ଲୋକଥିଲେ। ଭଗବାନ ଚା’ ପିଉଥିବା ବେଳେ ଜଣେ ଯୁବକ ଏକ ଦୋ’ ମୁନିଆ ଯନ୍ତ୍ରରେ ତାଙ୍କ ବାଇକ ଡିକି ତାଡି ତା ଭିତରୁ ଗହଣା ବ୍ୟାଗ ଉଠାଇ ନେଇଥିଲା। ଅନ୍ୟ ଜଣେ ବ୍ୟକ୍ତି ଏହି େଦଖି ଦୁର୍ବୃତ୍ତର ହାତକୁ ଧରି ଚୋର ଚୋର ବୋଲି ପାଟି କରିଥିଲେ। ଭଗବାନ ବାଇକ୍ ପାଖକୁ ଆସି ଦୁର୍ବୃତ୍ତକୁ ଧରିବାକୁ ଉଦ୍ୟମ କରିଥିଲେ। ତେବେ ଦୁର୍ବୃତ୍ତ ଜଣକ ଦୁଇଜଣଙ୍କୁ ଠେଲିଦେବା ସହ ଧରିଥିବା ଅସ୍ତ୍ର ଦେଖାଇ ଭୟଭୀତ କରିଥିଲା। ଏତିକି ବେଳେ ଫିଲ୍ମ ଷ୍ଟାଇଲରେ ଏକ ବାଇକ ସେଠାରେ ପହଞ୍ଚିଥିଲା ଓ ଲୁଟିଆ ଜଣକ ଉକ୍ତ ବାଇକରେ ବସି ଖୋର୍ଦ୍ଧା ଆଡୁ ପଳାଇଥିଲେ। ସମସ୍ତଙ୍କ ଆଖି ଆଗରେ ଏପରି ଘଟଣା ଘଟିଥିଲେ ବି କେହି ସେମାନଙ୍କୁ କାବୁ କରିପାରିନଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତକାଲି ସନ୍ଧ୍ୟାରେ ଠିକ ଏହି ସ୍ଥାନରେ ରାଜପଥ ଉପରେ ଦୁର୍ବୃତ୍ତମାନେ ଦୁଇଭଉଣୀଙ୍କୁ ଲୁଟିଥିଲେ।

- Advertisement -

ଲୁଟିଆଙ୍କ ଗୋଇଠା ମାଡ଼
ସଚିବାଳୟ ସାମ୍‌ନାରେ ଉତ୍ପାତ ଦେଖାଇଲେଣି ଲୁଟିଆ। ଦେବରାଜ ନାମକ ଯୁବକ ନିଜ ଅସୁସ୍ଥ ଭଉଣୀକୁ ଚିକିତ୍ସା ପାଇଁ ସ୍କୁଟିରେ କ୍ୟାପିଟାଲ୍‌ ହସ୍ପିଟାଲକୁ ନେବା ବେଳେ ଲୁଟିଆ ତାଙ୍କ ଫୋନ ଝାମ୍ପି ନେଲେ। ଦେବରାଜ ଲୁଟିଆଙ୍କୁ ପିଛା କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଗୋଇଠା ମାରିଥିଲେ। ଫଳରେ ଦେବରାଜ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଲୁଟିଆଙ୍କୁ ଧରିପାରିନି।
େସହିପରି ୧୬ନଂ ଜାତୀୟ ରାଜପଥର ଯାଁଳା ବଜାର ନିକଟରୁ ଶୁକ୍ରବାର ଅପରାହ୍ଣରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିବା ବେଳେ ଗାଡିରୁ ଦୁଇ ଭଉଣୀ ଜ୍ୟୋତ୍ସ୍ନା ଦାସ ଓ ସାନ ଭଉଣୀ ମମତା ମହାନ୍ତି ଆହତ ହୋଇଥିଲେ। ସେହିପରି ନୂଆପଲ୍ଲୀ ଥାନା ଅଞ୍ଚଳରେ ପ୍ରତିଭା ବଳିଆରସିଂ ନାମକ ମହିଳା ସିଆରପି ଛକ ନିକଟରେ ବ୍ୟାଙ୍କରୁ ୯୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଦୁଇଜଣ ଦୁର୍ବୃତ୍ତ ବାଇକରେପିଛା କରି ତାଙ୍କ ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ।
ପାଣ୍ଡରା ଏବଂ କେଶୁରା ରାସ୍ତା ମଝିରେ ବାଇକରେ ଦୁଇ ଲୁଟିଆ ପିଛା କରି ଯୁବତୀଙ୍କ ବେକରୁ ସୁନାଚେନ ଛିଣ୍ଡାଇ ନେଇଥିଲେ। ଏନେଇ ଯୁବତୀ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।
କ୍ୟାପିଟାଲ ଥାନା ଅଧୀନ ୟୁନିଟ-୬ ଅଞ୍ଚଳରେ ରହୁଥିବା ଛାତ୍ର ପୀୟୂଷ କୁମାର ପାତ୍ର ଶୁକ୍ରବାର ଅପରାହ୍ଣରେ ସାଇକଲରେ ଘରକୁ ଫେରୁଥିବା ବେଳେ ବରମୁଣ୍ଡା ଫାୟାର ଷ୍ଟେସନ ଛକରୁ ତିନି ଦୁର୍ବୃତ୍ତ ତାଙ୍କ ମୁହଁରେ କେମିକାଲ ‌େ‌ସ୍ପ୍ର କରି ଅପହରଣ କରି ଏଜି ଛକ ପାଖରେ ପିଙ୍ଗି ତାଙ୍କଠାରୁ ଲୁଟପାଟ କରିଥିଲେ। ସହିଦନଗର ଥାନା ଇମ୍ଫା ପାର୍କ ନିକଟରେ ବାଳକାଟି ଅଞ୍ଚଳର ବାପୁ ଚନ୍ଦ୍ର ପାଲଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ତାଙ୍କ ମୋବାଇଲ ଫୋନ୍‌ ଛଡାଇ ନେଇଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories