www.samajalive.in
Tuesday, December 9, 2025
15.1 C
Bhubaneswar

ଉଦଯାପିତ ହେଲା ଚତୁର୍ଥ ଗଡଜାତ ଲୋକମହୋତ୍ସବ

ବୌଦ୍ଧ : ମଙ୍ଗଳବାରଠାରୁ ହରଭଙ୍ଗା ବ୍ଲକ ବୀରନରସିଂହପୁରଠାରେ ଆରମ୍ଭ ହୋଇଥିବା ଚତୁର୍ଥ ଗଡଜାତ ଲୋକମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ସାରା ଦେଶରେ କରୋନା କଟକଣା ଯୋଗୁଁ ମେଳା ମହୋତ୍ସବ ବନ୍ଦ ହୋଇଯାଇଥିବା ବେଳେ କିନ୍ତୁ ବୀର ନରସିଂହପୁର ଗଡଜାତ ଲୋକମହୋତ୍ସବ ସାଂସ୍କୃତିକ କମିଟି ପକ୍ଷରୁ ପରମ୍ପରାକୁ ବଜାୟ ରଖିବା ପାଇଁ ନିରାଡମ୍ବର ଭାବରେ ଓ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ପାଳନ କରାଯାଇଥିଲା। ଶନିବାର ଉଦଯାପନୀ ଦିବସରେ ମହୋତ୍ସବ କମିଟର ଅଧ୍ୟକ୍ଷ ତଥା ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଊତ୍ସବରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଟେଲି ଧାରାବାହିକ ନିର୍ଦ୍ଦେଶକ ବନମାଳୀ ରଣା,ବୀରନରସିଂହପୁର ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ଓ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ପ୍ରବୀର କୁମାର ଦାସ ଯୋଗଦେଇଥିଲେ।

ଏହି ଅବସରରେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ, ଓଡ଼ିଶୀ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ଭାଇନା, ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ, ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ଅଲେଖିକା ପୃଷ୍ଟି, ଶ୍ରେଷ୍ଠ କୃଷକ ସୁବିଜ୍ଞ କୁମାର ପ୍ରଧାନ ଓ ମଞ୍ଚ କଳାକାର ଭାବରେ ରାଜକିଶୋର ନନ୍ଦଙ୍କୁ ସାଂସ୍କୃତିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟିର ସଂପାଦକ ଦେବାଶିଷ ମହାକୁଡ ସଂପାଦକୀୟ ବିବରଣୀ ପାଠ କରିଥିଲାବେଳେ ବିଭୁରଂଜନ ତରାସିଆ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ହରଭଙ୍ଗା ବ୍ଲକର ଚାଷୀମାନଙ୍କୁ ନେଇ ଏକ କୃଷକ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ବୈଜ୍ଞାନିକ ମୟୁରୀ ସିଂ ସରଦାର ଓ ଜ୍ୟୋତିରେଖା ମଲ୍ଲିକ ଯୋଗଦେଇ ତାଲିମ ଓ ପରାମର୍ଶ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଜୟ କିଶୋର ମିଶ୍ର, କୋଷାଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ଗାଇଗୌରିଆ, ନିକାଞ୍ଚଳ ବିହାରୀ ମିଶ୍ର, ଦୁଃଖୀଶ୍ୟାମ ଗାଇଗୌରିଆ, ଅଖିଳ ମଲ୍ଲିକ, କମ୍ଭୁ ପ୍ରଧାନ, ସୁଶାନ୍ତ ପ୍ରଧାନ, ସୁଜ୍ଞାନ ପ୍ରଧାନ, ସୁଶାନ୍ତ ପାତ୍ର, ପ୍ରଭାତ ନାଏକ ଓ ଜ୍ୟୋତି ଗାଇଗୌରିଆ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories