www.samajalive.in
Monday, December 15, 2025
14.1 C
Bhubaneswar

ବିଜେପିକୁ ୫ ବର୍ଷ ଦିଅନ୍ତୁ, ପଶ୍ଚିମବଙ୍ଗକୁ ‘ସୋନାର୍‌ ବାଙ୍ଗଲା’ କରି ଦେଖାଇବୁ : ଅମିତ ଶାହା

କଲକାତା : ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି । ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ ଛାଡ଼ିବା ଘଟଣା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଡୁଆରେ ପକାଇଛି । ରାଜ୍ୟରେ ବିଜେପିର ପୃଷ୍ଠଭୂମିକୁ ମଜଭୁତ କରିବା ଲାଗି ନିକଟରେ ସଭାପତି ଜେ. ପି. ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଆସିଥିବାବେଳେ ଶନିବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି ଗୃହମନ୍ତ୍ରୀ ଅମିତ ଶାହ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଉଛନ୍ତି ।

ପଶ୍ଚିମବଙ୍ଗ ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହା ବିଶାଳ  ଜନସଭାକୁ ସମ୍ବୋଧିତ କରିବା ଅବସରରେ ମମତା ବାନାର୍ଜୀଙ୍କୁ କଡା କଟାକ୍ଷ କରିଛନ୍ତି । ମମତା ବାନାର୍ଜୀ କହୁଛନ୍ତି, ବିଜେପି ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରୁଛି । କିନ୍ତୁ ଖୋଦ ଦିଦି କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ ଗଢିଛନ୍ତି, ଏହା କଣ ଦଳ ବଦଳ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଶାହ ।

- Advertisement -

ଅମିତ ଶାହ କହିଛନ୍ତି ଯେ କିଛି ବଡ ନେତା କହିଛନ୍ତି ଯେ ବଙ୍ଗଳାରେ ତୃଣମୂଳ କଂଗ୍ରେସକୁ କେହି ପରାସ୍ତ କରିପାରିବେ ନାହିଁ। ମୁଁ ତାଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ଲୋକସଭା ନିର୍ବାଚନରେ ​​ସେ କହୁଥିଲେ ଯେ ବିଜେପି ଖାତା ଖୋଲିପାରିବ ନାହିଁ। ଆମେ ଦିଲ୍ଲୀପ ଘୋଷ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ୧୮ ଟି ଆସନ ଜିତିଛୁ।ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ସିଟ୍ ଜିତିବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।


ଏଥି ସହିତ ମେଦିନପୁରର ବିଶାଳ ଜନସଭାରେ ଅମିତ ଶାହା ପଶ୍ଚିମବଙ୍ଗ ବାସୀଙ୍କୁ କହିଛନ୍ତି ଯେ ଆପଣମାନେ କଂଗ୍ରେସକୁ ତିିନି ଦଶନ୍ଧି,କମ୍ୟୁନିଷ୍ଟଙ୍କୁ ୨୭ ବର୍ଷ ଏବଂ ମମତା ଦିଦିଙ୍କୁ ୧୦ ବର୍ଷ ଶାସନ କରିବାର ସୁଯୋଗ ଦେଲେ ।କିନ୍ତୁ ବେଙ୍ଗଲ ସେହି ପୁରୁଣା ବେଙ୍ଗଲ ହୋଇ ରହିଗଲା । ଆପଣମାନେ ବିଜେପିକୁ କେବଳ ୫ ବର୍ଷର ସୁଯୋଗ ଦିଅନ୍ତୁ । ବିଜେପି ପଶ୍ଚିମବଙ୍ଗକୁ ସୁନାର ବଙ୍ଗଳା କରି ଦେଖେଇବୁ ବୋଲି ଅମିତ ଶାହା କହିଛନ୍ତି।

ଅମିତ ଶାହା ଆହୁରୀ ମଧ୍ୟ କହିଛନ୍ତି ପଶ୍ଚିମବଙ୍ଗର ଟିଏମସି ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରଙ୍କୁ  କୃଷକଙ୍କ ତାଲିକା ଦେଲେନାହିଁ। କେନ୍ଦ୍ରର କୃଷି ସହାୟତା ପଶ୍ଚିମବଙ୍ଗ ଚାଷୀଙ୍କୁ ମିଳିଲାନି। ପଶ୍ଚିମବଙ୍ଗ କୃଷକ ୬ ହଜାର ଟଙ୍କା ସହାୟତାରୁ ବଞ୍ଚିତ ବୋଲି ଶାହ କହିଛନ୍ତି। ବାତ୍ୟା ସହାୟତା ଟିଏମସି ଗୁଣ୍ଡାଙ୍କ ପକେଟକୁ ଯାଇଛି। ଗରିବଙ୍କ ସହାୟତା ଟିଏମସି ଗୁଣ୍ଡା ଲୁଟୁଛନ୍ତି। ପଶ୍ଚିମବଙ୍ଗରେ ଗୁଣ୍ଡାରାଜ ଚାଲିଛି ବୋଲି ଶାହ କହିଛନ୍ତି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories