www.samajalive.in
Sunday, December 14, 2025
26.1 C
Bhubaneswar

ଦେଶରେ ୮୨ ଲକ୍ଷ ଟୀକାକରଣ କେନ୍ଦ୍ର : ପ୍ରଥମ ପର୍ଯ୍ୟାୟରେ କେବଳ ପିଏଚସିରେ

ନୂଆଦିଲ୍ଲୀ : ଦେଶ ତଥା ବିଶ୍ବରେ କରୋନା ଟିକାକୁ ଜୋରଦାର ଖବର ପ୍ରସାରିତ ହେଉଛି । ଏହି ସମୟରେ ଭାରତରେ କରୋନା ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାସ୍ତବରେ, ଭାରତରେ ଟୀକାକରଣ ପାଇଁ ପ୍ରାୟ ୮୨ ଲକ୍ଷ ଟୀକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସାର୍ବଜନୀନ ଟୀକା କରଣ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ନିର୍ମିତ ଏହି ଭିତ୍ତିଭୂମି, ବିଶ୍ବର ସବୁଠୁ ବଡ ନେଟୱାର୍କ ଭାବରେ ପରିଗଣିତ। ତେବେ ଦେଶରେ ପ୍ରାରମ୍ଭିକ ଟୀକାକରଣର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଏବଂ ଅନ୍ୟାନ୍ୟ କେନ୍ଦ୍ର ବ୍ୟବହାର କରିବ।

ଦେଶରେ ୮୨ ଲକ୍ଷ ଟୀକାକରଣ କେନ୍ଦ୍ର

- Advertisement -

ସାର୍ବଜନୀନ ଟୀକା କରଣ କାର୍ଯ୍ୟକ୍ରମର ସମୀକ୍ଷା ଏବଂ ବହୁ ବର୍ଷର ଯୋଜନା ତଥ୍ୟ ଅନୁଯାୟୀ, ଦେଶରେ ୮୧.୮୭ ଲକ୍ଷରୁ ଅଧିକ ଟୀକାକରଣ କେନ୍ଦ୍ର ଅଛି, ଯେଉଁଠାରେ ବିଭିନ୍ନ ଟିକା ଦିଆଯାଉଛି | ତେବେ ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶ କେନ୍ଦ୍ରର ଶୁଭାରମ୍ଭ ସେତେବେଳେ ହେବ, ଯେତେବେଳେ  ସ୍ୱାସ୍ଥ୍ୟସେବା ଏବଂ ଆଗଧାଡିର କର୍ମଚାରୀଙ୍କ ଟୀକାକରଣ ଆରମ୍ଭ ହେବ।

ସର୍ବପ୍ରଥମେ ବ୍ୟବହାର ହେବ ପିଏଚସି

କୋଭିଡ ଟୀକାକରଣର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତିରେ ନିୟୋଜିତ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନେକ ଅଧିକାରୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ପାଇଁ ସମସ୍ତ ରାଜ୍ୟ କେବଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚସି)ବ୍ୟବହାର କରିବେ। ନଚେତ ଏହା ଅପେକ୍ଷା ଉନ୍ନତ ବ୍ୟବସ୍ଥା ଥିବା ଚିକିତ୍ସା କେନ୍ଦ୍ର ବ୍ୟବହାର କରିବେ।

ଏହା ହେଉଛି ସରକାରଙ୍କ ଯୋଜନା

ମହାରାଷ୍ଟ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ରାମସ୍ୱାମୀ. ଏନ କହିଛନ୍ତି ଯେ, ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ ଟୀକାକରଣ ପାଇଁ ସମସ୍ତ ରାଜ୍ୟ ସାର୍ବଜନୀନ ଟୀକା କରଣ କାର୍ଯ୍ୟକ୍ରମର ନେଟୱାର୍କ ଏବଂ ମାନବ ସମ୍ବଳ ବ୍ୟବହାର କରିବେ। ଯେଉଁଥିରେ ‌ବିଡିଏସ୍ ଡାକ୍ତର ଏବଂ ଏନ୍ଏମ୍ ଟିକା ଦେବେ। ତେବେ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମଚାରୀ  ଏବଂ ଆଗଧାଡିର କର୍ମଚାରୀଙ୍କୁ ଟୀକାକରଣ କରାଯିବ । ସେହି ସମୟ ମଧ୍ୟରେ ସାର୍ବଜନୀକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଏହାଠାରୁ ଅଧିକ ସୁବିଧା ଥିବା କେନ୍ଦ୍ରକୁ ଟୀକାକରଣ କେନ୍ଦ୍ର କରାଯିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories