www.samajalive.in
Sunday, December 7, 2025
26.1 C
Bhubaneswar

ସେନାରେ ସାମିଲ ହେବ ‘ହାୱିଜର୍ସ’, ଦେଖନ୍ତୁ ଭିଡିଓ

ଭୁବନେଶ୍ଵର: ଖୁବ୍‌ଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ଆର୍ଟିଲରୀ ଗନ୍‌ ‘ହାୱିଜର୍ସ’। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ହାୱିଜର୍ସ ଏଟିଏଜିଏସ (ଆଡ୍‌ଭାନ୍ସଡ୍‌ ଆର୍ଟିଲରୀ ସିଷ୍ଟମ) ନିର୍ମାଣ କରାଯାଇଛି। ବାଲେଶ୍ଵର ଜିଲାର ଚାନ୍ଦିପୁରସ୍ଥିତ ଫାୟାରିଂ ରେଞ୍ଜରେ ଏହାର ପରୀକ୍ଷା କରାଯାଇଛି। ଏହା ବିଶ୍ଵର ସର୍ବୋତ୍ତମ ତୋପ ବୋଲି ଏଟିଏଜିଏସ ପ୍ରକଳ୍ପର ନିର୍ଦେଶକ ଶୈଳେନ୍ଦ୍ର ଗାଡ଼ା କହିଛନ୍ତି। ଅନ୍ୟ କୌଣସି ଦେଶ ବର୍ତ୍ତମାନ ସୁଦ୍ଧା ଏପରି ତୋପ ବିକଶିତ କରିବାରେ ସକ୍ଷମ ହୋଇ ନାହାନ୍ତି ବୋଲି ସେ କହିଛନ୍ତି।

- Advertisement -

ଗାଡ଼ା କହିଛନ୍ତି, ଏହି ତୋପକୁ ୩ ବର୍ଷ ମଧ୍ୟରେ ଡିଜାଇନ୍ କରାଯାଇଥିଲା। ଖୁବଶୀଘ୍ର ଏହାର ପିଏସକ୍ୟୁଆର ପରୀକ୍ଷଣ କରାଯିବ। ଆର୍ଟିଲରୀ ସିଷ୍ଟମ କ୍ଷେତ୍ରରେ ଭାରତ ସବୁଠୁ ବଡ଼ ସଫଳତା ହାସଲ କରିବ। ଉଲ୍ଲେଖଯୋଗ୍ୟ, ସ୍ୱଦେଶୀ ଜ୍ଞାନକୌଶଳ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ତିଆରି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି, ଯାହାଦ୍ୱାରା ଦେଶ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଗ୍ରସର ହେଉଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତ ଡିଆରଡିଓର ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ଵ ଦେଇଥିଲେ। ଭବିଷ୍ୟତରେ କୌଣସି ରାଷ୍ଟ୍ର ସହ ଯଦି ଯୁଦ୍ଧ ହୁଏ, ତେବେ ଭାରତ ନିଜର ସ୍ବଦେଶୀ ଅସ୍ତ୍ରଶସ୍ତ୍ରରେ ଲଢ଼ିବ ଏବଂ ଶତ୍ରୁଙ୍କୁ ଧୂଳି ଚଟାଇବ ବୋଲି ସେ କହିଥିଲେ। ଚୀନ ଏବଂ ପାକିସ୍ତାନ ସହିତ ସୀମାରେ ଉତ୍ତେଜନା ଜାରି ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସେ କହିଥିଲେ, ପ୍ରତିରକ୍ଷା କ୍ଷେତ୍ରକୁ ନେଇ ଆମ ଘରୋଇ ଉଦ୍ୟୋଗଗୁଡ଼ିକ ବହୁ ଉତ୍ସାହିତ। ସେମାନଙ୍କୁ ସମର୍ଥନର ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ ଆମ ଦେଶ ଉତ୍ତର ଏବଂ ପଶ୍ଚିମ ସୀମାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧକୁ ଆମେ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ବଳରେ ଜିତିବୁ ବୋଲି ସେ କହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories