www.samajalive.in
Sunday, December 14, 2025
19.1 C
Bhubaneswar

ସାଣ୍ଟା କ୍ଲଜ୍‌କୁ ଅତ୍ୟାବଶ୍ୟକ କର୍ମୀ ଘୋଷଣା କଲା ଏହି ଦେଶ

ସାଣ୍ଟା କ୍ଲଜ୍ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି। ଖ୍ରୀଷ୍ଟମାସ୍‌ ସମୟରେ ବିଶ୍ଵର କୋଣ ଅନୁକୋଣରେ ସେମାନେ ପିଲାମାନଙ୍କ ଭିତରେ ଖୁସି ବାଣ୍ଟିଥାନ୍ତି। ପିଲାମାନଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରିଥାନ୍ତି। ତେବେ ଚଳିତବର୍ଷ କରୋନା ମହାମାରୀ ଯୋଗୁ ବିଭିନ୍ନ ଦେଶରେ ଏହି ଖ୍ରୀଷ୍ଟମାସ ଉତ୍ସବ ଫିକା ପଡ଼ିବା ସମ୍ଭାବନା ରହିଛି। କିନ୍ତୁ କାନାଡ଼ା ଏହାର ଦେଶବାସୀଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଦେଶର ସରକାର ସାଣ୍ଟାକ୍ଲଜକୁ ଅତ୍ୟାବଶ୍ୟକ କର୍ମୀ ଭାବେ ଘୋଷଣା କରିଛନ୍ତି। ଫଳରେ ଏଥର ଖ୍ରୀଷ୍ଟମାସ ଉତ୍ସବ ପାଳନରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

- Advertisement -

ପ୍ରତିବର୍ଷ ଖ୍ରୀଷ୍ଟମାସ୍‌ ଅବସରରେ ସାଣ୍ଟାକ୍ଲଜମାନେ ବିଭିନ୍ନ ସ୍ଥାନ ବୁଲି ବୁଲି ପିଲାମାନଙ୍କ ସହିତ କିଛି ମୁହୂର୍ତ୍ତ ବିତାଇଥାନ୍ତି। ଏହା ପିଲାମାନଙ୍କ ମନରେ ବେଶ୍‌ ଉତ୍ସାହ ଭରିଦେଇଥାଏ। ଏହି ସମୟରେ ସାଣ୍ଟାମାନେ ବହୁ ଗୁରୁତ୍ଵପୂର୍ଣ୍ଣ ବାର୍ତ୍ତା ଦେବା ସହିତ ଲୋକଙ୍କୁ ସଚେତନ ମଧ୍ୟ କରାଇଥାନ୍ତି। ତେଣୁ ସମାଜରେ ସେମାନଙ୍କର ସ୍ବତନ୍ତ୍ର ସ୍ଥାନ ରହିଥିବା ଉପଲବ୍ଧି କରି କାନାଡ଼ା ଏହି ପଦକ୍ଷେପ ନେଇଛି।

ଦେଶର ମୁଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଥେରେସା ତାମ୍‌ ଏକ ଭିଡିଓ ଜାରି କରି ସାଣ୍ଟା କ୍ଲଜକୁ ଅତ୍ୟାବଶ୍ୟକ କର୍ମୀ ଘୋଷଣା କରାଯାଇଥିବା ଖବର ଦେଇଛନ୍ତି। ଭିଡିଓରେ ତାମ୍‌ ଜଣେ ସାଣ୍ଟାଙ୍କ ସହିତ ଭର୍ଚୁଆଲ ବାର୍ତ୍ତାଳାପ କରୁଥିବା ଦେଖାଯାଇଛି। ଆରମ୍ଭରୁ ସାଣ୍ଟା ଜଣକ ଉଦାସ ଥିବା ଦେଖିବାକୁ ମିଳିଛି। କିନ୍ତୁ ଯେତେବେଳେ ବାର୍ତ୍ତାଳାପ ଆରମ୍ଭ ହେଲା ସେତେବେଳେ ସାଣ୍ଟା କିପରି ଜଣେ ଅତ୍ୟାବଶ୍ୟକ କର୍ମୀ ସେ ନେଇ ତାମ୍‌ ବର୍ଣ୍ଣନା କରିଥିଲେ।

ଏଥର ମହାମାରୀ ସମୟରେ ବି ସାଣ୍ଟା କ୍ଲଜ୍‌ ସେମାନଙ୍କର କାର୍ଯ୍ୟ ନିର୍ବିଘ୍ନରେ ଜାରି ରଖିପାରିବେ। କୋଭିଡ-୧୯ର ସମସ୍ତ ନିୟମ ପାଳନ କରି ସେମାନେ ବିଭିନ୍ନ ସ୍ଥାନକୁ ଯାଇପାରିବେ। ସେମାନଙ୍କର ଆବଶ୍ୟକ ଯତ୍ନ ନିଆଯିବ ବୋଲି ତାମ୍‌ କହିଛନ୍ତି। ବାର୍ତ୍ତାଳାପ ଶେଷରେ ସାଣ୍ଟା ସମସ୍ତଙ୍କୁ ମହାମାରୀ ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସ୍ମରଣ କରାଇ ଦେଇଥିଲେ।

ଟ୍ବିଟରରେ ଏହି ଭିଡିଓ ଶେୟାର କରାଯିବା ପରେ ଖୁବ୍‌ କମ୍‌ ସମୟ ମଧ୍ୟରେ ୧ ଲକ୍ଷ ଦର୍ଶକ ଏହାକୁ ଦେଖିନେଇଥିଲେ। ଏହା ସହିତ ବହୁମାତ୍ରାରେ ବ୍ୟବହାରକାରୀ ଭିଡିଓକୁ ଶେୟାର କରିବା ସହିତ ନିଜର ଖୁସି ବ୍ୟକ୍ତ କରିଥିଲେ। ଏହି ଭିଡିଓ ପିଲାମାନଙ୍କୁ ଅତ୍ୟନ୍ତ ଖୁସି ଦେବ ବୋଲି ମଧ୍ୟ ଅନେକ ବ୍ୟବହାରକାରୀ କହିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories