www.samajalive.in
Monday, December 15, 2025
15.1 C
Bhubaneswar

ଘର ଖଣ୍ଡିଏ ପାଇବା ପାଲଟିଛି ସାତସପନ, ଭଙ୍ଗା କୁଡିଆରେ ପରିବାର

ଗଡ଼ମଧୁପୁର: ଦେଶର ଗରିବ ଓ ଅସହାୟ ବାସହୀନ ମାନଙ୍କ ମୁଣ୍ଡଉପରେ ଛାତ ଖଣ୍ଡିଏ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ହେଲେ ଏହି ଯୋଜନାର ସୁଫଳ ଏବେ ଯୋଜନ ଯୋଜନ ଦୂରରେ। ଯୋଜନା ରାଜନୈତକ ଛତ୍ରଛାୟରେ ରହି ହାତଗୁଞ୍ଜା ଦେଇପାରୁଥିବା ବଡବଡିଆଙ୍କ ପାଇଁ ହୋଇଥିବାବେଳେ ଗରିବ, ଅସହାୟ ଓ ଭିନ୍ନକ୍ଷମଙ୍କ ପାଇଁ ଘରଖଣ୍ଡଏ ସାତସପନ ହୋଇଛି। ଏଭଳି ଏକ ଭିନ୍ନକ୍ଷମ ପରିବାର ଧର୍ମଶାଳା ବ୍ଲକ ଅଣ୍ଟିଆ ପଞ୍ଚାୟତର ଅଣ୍ଟିଆ ଦଳିତ ସାହିରେ ବର୍ଷ ବର୍ଷ ଧରି ବାସ କରୁଛନ୍ତି। ପରିବାରଟି ଦୁର୍ଦିନରେ ଭଙ୍ଗା କୁଡିଆରେ ପାଲ ଟାଣି ରହୁଥିଲେ ମଧ୍ୟ ଏମାନଙ୍କର ଛତାଘରର ସ୍ୱପ୍ନ ପୁରଣ ହୋଇପାରିନାହିଁ। ଏହି ଗ୍ରାମରେ ବାସ କରୁଥବା ଗୋପାଳ ମଳିକ(୭୫) ପିତା୰ କଳାଚାନ୍ଦ ମଳିକ ଜଣେ ଭିନ୍ନକ୍ଷମ ବ୍ୟକ୍ତି। ଦୁଇ ପୁଅ, ଦୁଇ ନାତି, ନାତୁଣି ଓ ସ୍ତ୍ରୀଙ୍କୁ ନେଇ ପରିବାର। ପରିବାର ପ୍ରତିପୋଷଣ ନିମନ୍ତେ କାମ କରିବାକୁ ଯାଇଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଗୋଟିଏ ଗୋଡ ଅକ୍ଷମ ହୋଇଯାଇଛି। ଏହି ଗୋଡକୁ ଭଲ କରିବା ପାଇଁ ଲକ୍ଷଧିକ ଟଙ୍କା ଖର୍ଚ୍ଚ ହୋଇଛି। ତଥାପି ଗୋଡ ଚାଲିବାକୁ ସକ୍ଷମ ହୋଇନାହିଁ। ବଡପୁଅ ମୂଲମଜୁରୀ ଖଟି ଏବେ ପରିବାର ଚଳାଇବାର ଭାର ମୁଣ୍ଡକୁ ନେଇଛି। ଗୋପାଳ ପିଲାମାନଙ୍କୁ ଧରି ଭଙ୍ଗା କୁଡିଆରେ ଜୀବନ କାଟୁଥିଲେ ହେଁ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି। ଆଜକୁ ପନ୍ଦର ବର୍ଷ ପାଖାପାଖି ହେବ, ତାଙ୍କୁ ଏକ ଆବାସ ଘର ପାଇଁ କାର୍ଯ୍ୟାଦେଶ ମିଳିଥିଲା। ଘର ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ସେତିକି ବେଳେ ଦୁର୍ଘଟଣାର ଶିକାର ହୋଇ ଘରପାଇଁ ମିଳିଥିବା ୨୦ ହଜାର ଟଙ୍କାକୁ ଗୋଡ ଭଲହେବା ପାଇଁ ଖର୍ଚ୍ଚ କରିଦେଲେ। ତାଙ୍କ ପାଖରେ ଆଉ ସମ୍ବଳ ନହେବାରୁ ଘର କରିପାରିଲେ ନାହିଁ। ପରବର୍ତ୍ତୀ ସମୟରେ ସେ ବାରମ୍ବାର ବ୍ଲକ କାର୍ୟ୍ୟାଳୟ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭଙ୍ଗା ଗୋଡରେ ଦୌଡିଛନ୍ତି। ପୁର୍ବରୁ ପାଇଥିବା ଟଙ୍କା ଫେରସ୍ତ କରି ପୁନଃର୍ବାର ନୂଆକରି ଘରଟିଏ ପାଇବାର ଆଶା ବାନ୍ଧିଛନ୍ତି। କିନ୍ତୁ ତାଙ୍କର ସେହି ଆଶା ଆଉ ପୂରଣ ହୋଇ ପାରିନାହିଁ। ଯେତେଥର ପଞ୍ଚାୟତର କାର୍ୟ୍ୟନିର୍ବାହୀଙ୍କୁ ଭେଟି ଘର ବିଷୟରେ କହିଛନ୍ତି ସେ ତାଙ୍କୁ କେବଳ ପ୍ରତିଶୃତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ପୂର୍ବରୁ ପାଇଥିବା୨୦ ହଜାର ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟକୁ ଫେରସ୍ତ ପାଇଁ ନେଇ ଯାଇଥିଲେ ମଧ୍ୟ ତାହାକୁ କେହି ଗ୍ରହଣ କରି ନଥିଲେ କି ତାଙ୍କ କଥା ସୁଣନଥିଲେ । ଫଳରେ ଆଜି ପର୍ଯ୍ୟନ୍ତ ସେ ପକା ଘରଟିଏ ପାଇବାକୁ ସକ୍ଷମ ହୋଇ ପାରି ନାହାଁନ୍ତି। ତାଙ୍କୁ ମିଳିଥିବା ଟଙ୍କା ଗୋଡ ଭଲ କରିବାରେ ଖର୍ଚ୍ଚ ହୋଇ ଯାଇଥିଲେ ମଧ୍ୟ ସେ ଟଙ୍କା ଫେରସ୍ତ କରିବାକୁ ପ୍ରସ୍ତୁତ ଥାଇ ମଧ୍ୟ ତାଙ୍କୁ କାହିଁକି ଘର ମିଳୁନାହିଁ? ବାରମ୍ବାର ସରପଞ୍ଚକୁ ଭେଟିବାକୁ ଯାଇ ମଧ୍ୟ ନିରାସ ହୋଇଛନ୍ତି। ତେବେ ଏହି ପଞ୍ଚାୟତରେ ଅନେକ ପରିବାରରେ ଏକାଧିକ ଆବାସ ଘର ଯୋଗାଇ ଦେଇଥିବା ସରପଞ୍ଚ ଓ ପିଇଓ ମୋ ଠାରୁ ଟଙ୍କା ଫେରସ୍ତ ନେଇ କାହିିଁକି ଘର ପାଇଁ କାର୍ଯ୍ୟାଦେଶ ଦେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଘର ନମିଳିବାରୁ ଗୋପାଳ ଏବେ ଅସହାୟ ହୋଇ ଭଙ୍ଗା ଘରେ ରହି ପିଲାମାନଙ୍କ ରହିବା ପାଇଁ ଘର ଚିନ୍ତାରେ ଦିନ କାଟୁଛି। ଯଦି ଗୋପାଳଙ୍କ କ୍ଷେତ୍ରରେ ଆବସ ଘର ନାହିଁ ତେବେ ଆବାସ ଯୋଜନା କାହାପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଏହାର ଏକ ନିରପେକ୍ଷ ତଦନ୍ତ କରି ଗୋପାଳକୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories