www.samajalive.in
Sunday, December 14, 2025
19.1 C
Bhubaneswar

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଇକୋ-ରିଟ୍ରିଟ୍;‌ ପ୍ରଥମ ସପ୍ତାହରେ ୩୫୩ କଟେଜ୍‌ ବୁକିଂ

– କୋଣାର୍କରେ ଅଧିକ ପର୍ଯ୍ୟଟକ
– ନୂଆବର୍ଷରେ ବଢ଼ିବ ସଂଖ୍ୟା: ନିର୍ଦେଶକ
ଭୁବନେଶ୍ବର : ପର୍ଯ୍ୟଟକଙ୍କ ମନ ମୋହୁଛି ଇକୋ ରିଟ୍ରିଟ୍‌। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଜୈବ ବିବିଧତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପର୍ଯ୍ୟଟନ ଋତୁରେ ଭ୍ରମଣ ସହିତ ମନୋରଞ୍ଜନର ନିଆରା ମାଧ୍ୟମ ପାଲଟିଛି। ଛୁଟିଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହୁଛି। ଚଳିତ ବର୍ଷ ପାଞ୍ଚଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଆୟୋଜିତ ହୋଇଥିବାବେଳେ କୋଣାର୍କରେ ସବୁଠୁ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏଯାବତ ଇକୋ ରିଟ୍ରିଟ୍‌ରେ ମୋଟ ୩୫୩ କଟେଜ୍‌ ବୁକିଂ ହୋଇଛି। ଆଗକୁ ନୂଆବର୍ଷ ଆସୁଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ଆର. ଯାଦବ ସୂଚନା ଦେଇଛନ୍ତି।
କୋଣାର୍କରେ ଆକର୍ଷଣ ପାଲଟିଛି ଜଳକ୍ରୀଡ଼ା
କୋଣାର୍କରେ ଦ୍ବିତୀୟ ଥର ପାଇଁ ଇକୋ-ରିଟ୍ରିଟ୍‌ ଆୟୋଜିତ ହେଉଛି। ଚଳିତବର୍ଷ ଏଠାରେ ଜଳକ୍ରୀଡ଼ା ସାମିଲ୍‌ କରାଯାଇଛି। ପୂର୍ବରୁ ପର୍ଯ୍ୟଟକ ସମୁଦ୍ର ଭିତରେ ଏଭଳି କ୍ରୀଡ଼ାର ସୁଯୋଗ ପାଇପାରୁ ନଥିଲେ। ଚଳିତ ବର୍ଷର ଏହି ନିଆରା ଯୋଜନା ସେମାନଙ୍କୁ ଆକୃଷ୍ଟ କରିଛି। ଇକୋ-ରିଟ୍ରିଟ୍‌ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ପିଡ୍‌ ବୋଟ୍‌ ଓ ଜେଟ ସ୍କାଏ ଚଳାଇବାର ସୁଯୋଗ ମିଳିଛି। ଇକୋ-ରିଟ୍ରିଟ୍‌ ପକ୍ଷରୁ ବିବାହ ଓ ଜନ୍ମଦିନ ପାଳନ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ରହିଛି, ହେଲେ ଏଯାବତ କୌଣସି ବୁକିଂ ହୋଇନଥିବା ଜଣାପଡିଛି। ତେବେ ବୁଧବାରଠାରୁ କୋଣାର୍କ ମନ୍ଦିରରେ ଲାଇଟ୍‌ ସାଉଣ୍ଡ ଶୋ’ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପର୍ଯ୍ୟଟକମାନେ ଉପଭୋଗ କରିପାରୁଛନ୍ତି।
ଭିତରକନିକାରେ ଭାସମାନ ରେସ୍ତୋରଁା
ଭିତରକନିକାରେ ପର୍ଯ୍ୟଟକଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ଆକର୍ଷିତ କରୁଛି। ପର୍ଯ୍ୟଟକମାନେ ଜଳ ଓ ସ୍ଥଳଭାଗର ସମସ୍ତ କ୍ରୀଡ଼ାର ମଜା ନେଇପାରୁଛନ୍ତି। ଏଠାରେ ଏଯାବତ ମୋଟ ୧୮ଟି କଟେଜ୍‌ ବୁକିଂ କରାଯାଇଛି। ଏଠାକୁ ଆସୁଥିବା ଦମ୍ପତିଙ୍କ ପାଇଁ ଭାସମାନ ରେସ୍ତୋରାଁ ରହିଛି। ବିଭିନ୍ନ ପ୍ରକାର ପକ୍ଷୀ ସହିତ ଗୋରୀ କୁମ୍ଭୀର ସେମାନଙ୍କ ମନ ମୋହୁଛି। ଏଠାରେ ପର୍ଯ୍ୟଟକ ହରିଣ, ରାଜାଙ୍କ ମଠ, ବୋଟିଂ, ମ୍ୟୁଜିୟମ୍‌ ଭ୍ରମଣ କରିବାର ସୁଯୋଗ ପାଇପାରୁଛନ୍ତି।
ସାତକୋଶିଆରେ କ୍ୟାମ୍ପ ଫାୟାର ଓ ବୋଟିଂ କ୍ରେଜ୍‌
ସାତକୋଶିଆରେ ପର୍ଯ୍ୟଟକଙ୍କୁ କ୍ୟାମ୍ପ ଫାୟାର ଓ ବୋଟିଂ ଆକୃଷ୍ଟ କରୁଛି। ପୂର୍ବାପେକ୍ଷା ବର୍ତ୍ତମାନ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉଦ୍‌ଘାଟନ ଦିନରୁ ଏଯାବତ ୧୦୦ଟି କଟେଜ ବୁକିଂ ହୋଇଛି। ଅଭୟାରଣ୍ୟ ବୁଲିବାକୁ ମଧ୍ୟ ପର୍ଯ୍ୟଟକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ମହାନଦୀ ପାଖରେ ଥିବାରୁ ବୋଟିଂ କରିବାର ସୁଯୋଗ ମିଳୁଛି।
ଦାରିଙ୍ଗବାଡ଼ିରେ ମନମୋହୁଛି ଜଳପ୍ରପାତ
ଦାରିଙ୍ଗବାଡିରେ ପ୍ରଥମ ଥର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଭଳି ନିଆରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯାହା ଏଠାକାର ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିପାରିଛି। ଏଠାରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିିବାରେ ଲାଗିଛି। ଏଯାବତ ୭୮ଟି କଟେଜ ବୁକିଂ ହୋଇଛି। ପର୍ଯ୍ୟଟକମାନେ ଝରଣା, ମିଦୁବନ୍ଧ ଜଳପ୍ରପାତ, କଫି ପାର୍କ ବୁଲିବାକୁ ପସନ୍ଦ କରୁଛନ୍ତି। ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ,ଏଟିଭି, ରୋପସ୍ବିଙ୍ଗ, ସ୍ବିଙ୍ଗ ଓ ଜିପଲାଇନ ଆରମ୍ଭ କରିବାକୁ ଯୋଜନା ରହିଛି।
ହୀରାକୁଦରେ ଜଙ୍ଗଲ ସଫାରୀ
ହୀରାକୁଦରେ ପର୍ଯ୍ୟଟକମାନେ ଜଙ୍ଗଲ ସଫାରୀରେ ବୁଲିବାକୁ ପସନ୍ଦ କରୁଛନ୍ତି। ଏଠାରେ ମଧ୍ୟ କଟେଜ ଅନୁସାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇକୋ ରିଟ୍ରିଟ୍‌ ଆରମ୍ଭରୁ ୪ଦିନ ଯାଏଁ କୌଣସି ବୁକିଂ ହୋଇନଥିବା ବେଳେ ଏବେ କିନ୍ତୁ ବୁକିଂ ବଢ଼ିବାଲେ ଳାଗିଛି। ଏଯାବତ ଏଠାରେ ୨୫ଟି କଟେଜ ବୁକିଂ ହୋଇଛି। ଏଠାରେ ରୋପୱେ, ଦେବ୍ରିଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟ ଭ୍ରମଣ କରିବାର ସୁଯୋଗ ପାଉଛନ୍ତି ପର୍ଯ୍ୟଟକ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories