ପଟୌଦି ବେଗମ୍ କରୀନା କପୁର ଖାନ୍ ଦ୍ବିତୀୟ ଥର ଗର୍ଭବତୀ ଅଛନ୍ତି। ପ୍ରଥମଥର ଗର୍ଭବତୀ ଥିବା ସମୟରେ ସେ ରୀତିମତ ସୁଟିଂ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିଲେ। ଦ୍ବିତୀୟ ଥର ଗର୍ଭବତୀ ଥିବା ସମୟରେ ଲକ୍-ଡାଉନ୍ କାରଣରୁ ସେ ଭଲଭାବେ ବିଶ୍ରାମ ନେଇଛନ୍ତି। ଏଇ ସମୟରେ ସ୍ବାମୀ ସୈଫ୍ଙ୍କ ସହ ହିଲ୍ଷ୍ଟେସନ୍ରେ ୨୦ଦିନ ଛୁଟି କାଟି କରୀନା ମୁମ୍ବଇ ଫେରିଛନ୍ତି। ଫେରିବା ପରେ ପୁଣି କାମରେ ଲାଗିପଡ଼ିଛନ୍ତି କରୀନା, ନିଜ ରେଡିଓ ଶୋ’ରେ ସେ ଦୈନିକ ୩-୪ ଘଣ୍ଟା କାମ କରୁଥିବାର କହିଛନ୍ତି। ଅବଶ୍ୟ ଘରକୁ ଫେରିବା ପରେ ସେ କେବଳ ବିଶ୍ରାମ ହିଁ କରୁଛନ୍ତି। ବକେୟା ଥିବା ସୁଟିଂକୁ କରୀନା ଯଥା ଶୀଘ୍ର ଶେଷ କରିବାରେ ଆଦୌ ହେଳା କରିନାହାନ୍ତି। ଆଗାମୀ ୬-୭ ମାସ ପର୍ଯ୍ୟନ୍ତ ସେ ସୁଟିଂ କରିପାରିବେନାହିଁ, ଏଣୁ ଯଥା ସମୟ ପୂର୍ବରୁ ସେ ସୁଟିଂ କାମ ସାରିଦେଲେ। ଖାଦ୍ୟପ୍ରିୟ କରୀନା ଆଜିକାଲି ନିୟମିତ ଘିଅ ପରଟା, ଆପଲ୍ ପାଏ ଇତ୍ୟାଦି ଖାଉଛନ୍ତି। ଗର୍ଭବତୀ ଥିବା ସମୟରେ ଜଣେ ମହିଳା ସମସ୍ତ ପ୍ରକାର ଫ୍ୟାଟ୍ ଫୁଡ୍ ଖାଇପାରିବ ବୋଲି ହସିହସି କହିଛନ୍ତି କରୀନା।
Popular Categories



