www.samajalive.in
Tuesday, December 9, 2025
23.1 C
Bhubaneswar

ଯୁବକଙ୍କୁ ଛୁରା ମାଡ କରି ଦୁର୍ବୃତ୍ତ ଫେରାର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ଡେଲି ମାର୍କେଟରେ ରାସ୍ତା କଡରେ ଆଜି ସଂଧ୍ୟା ୭ ରୁ ୭.୩୦ ମଧ୍ୟରେ ପନି ପରିବା ବିକ୍ରୟ କରୁଥିବା ବେହେରାପଡାର ଯୁବକ ଜଗବନ୍ଧୁ ବେହେରା(୩୦)ଙ୍କୁ ହଠାତ୍ ବାଇକରେ ଆସି କେହି ଦୁର୍ବୃତ୍ତ ଛୁରା ମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ଡେଲିମାର୍କେଟରେ ଥିବା କିଛି ଯୁବକ ଓ ପରିବାର ବର୍ଗ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ଆଣିବା ପରେ ଜଗବନ୍ଧୁଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା।ଡାକ୍ତରଙ୍କର ସୂଚନା ଅନୁଯାୟୀ, ତଳି ପେଟରେ ଗଭୀର ଆଘାତ ଥିବାରୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ସବୁଦିନ ଭଳି ଆଜି ସଂଧ୍ୟାରେ ପନିପରିବା ବିକ୍ରୟ କରୁଥିବା ବେଳେ ହଠାତ୍ ମୁଣ୍ଡରେ ଟୋପି ମୁହଁରେ ମାସ୍କ ଲଗାଇଥିବା ଅଜଣା ଦୁର୍ବୃତ୍ତ ବାଇକରୁ ଓହ୍ଲାଇ ଜଗବନ୍ଧୁଙ୍କର ଦୁଇ ହାତ ଓ ଜଙ୍ଘ ତଳ ଓ ପେଟର ୨ ଜାଗାରେ ଛୁରା ମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୂର୍ବରୁ ୨ ବର୍ଷ ମଧ୍ୟରେ ଜଗବନ୍ଧୁ ଆକ୍ରମଣର ଶିକାର ହୋଇଥିବା ସହରରେ ଚର୍ଚ୍ଚା ହେଉଛି। ଏହି ଘଟଣା ଖବର ପାଇ ସ୍ଥାନୀୟ ପୁଲିସ ଛାନ୍ ବିନ୍ ଆରମ୍ଭ କରିଛି। ବଙ୍ଗୋମୁଣ୍ଡା, ତୁରେକେଲା, ବେଲପଡା ଓ ମୂରିବାହାଲ ଥାନକୁ ଖବର ଦେବାସହ ସବୁ ରାସ୍ତାରେ ବାଇକ ଆରୋହୀଙ୍କୁ ଯାଞ୍ଚ ଚାଲିଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories