www.samajalive.in
Saturday, December 13, 2025
26.1 C
Bhubaneswar

କଦଳୀ ଚାଷ ଯୋଗାଇଛି ରୋଜଗାର ପନ୍ଥା

ବାଙ୍କୀ(ଡମପଡ଼ା): କଥାରେ ଅଛି ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର- ଚାଷୀଭାଇ ଯୋଗାଉଛି ଦୁନିଆକୁ ଆହାର’ । ବାଙ୍କୀ ଓଡ଼ିଶାର ଏକ ପ୍ରମୁଖ କୃଷି ଭିତ୍ତିକ ଅଞ୍ଚଳ ଭାବେ ଜଣାଶୁଣା ଥିବା ବେଳେ ଏହାର ୯୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭର କରି ଜୀବନ ଜୀବିକା ନର୍ବାହ କରିଥାନ୍ତି । ମହାନଦୀର ବନ୍ୟା ବେଳେ ବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଥିବା ବେଳେ ଚଳିତ ବର୍ଷର କରୋନା ମହାମାରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଅନେକ ଜନସାଧାରଣ ରୋଜଗାର ପନ୍ଥା ହରାଇ ବସିଥିଲେ। ରଗଡ଼ି ଗ୍ରାମର ପ୍ରତାପ କୁମାର ମହାପାତ୍ର ସ୍ଥାନୀୟ ଏକ ସ୍ୱର୍ଣ୍ଣ ଅଳଙ୍କାର ଦୋକାନରେ କାମକରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଲକ୍‌ଡାଉନ ଏବଂ ସଟ୍‌ଡାଉନ୍ ଆର୍ଥିକ ସମସ୍ୟା ସୃଷ୍ଟି କରିଥିଲା। କିନ୍ତୁ ଏହାରି ଭିତରେ ଘରେ ନବସି ଚାଷକୁ ଆପଣେଇବାକୁ ମନସ୍ଥ କରିଥିବା ବେଳେ ଘର ପଛପାଖରେ ଖାଲିପଡିଥିବା ବାଡ଼ିରେ କଦଳୀ ଗଛ ଲଗାଇଥିଲେ  ବିଭିନ୍ନ ପ୍ରଜାତିର କଦଳୀ ଗଛ ଲଗାଇଥିବା ବେଳେ ସେଗୁଡ଼ିକ ଏବେ ବଡ଼ ହୋଇ ଅନେକ କଦଳୀ କାନ୍ଧୀ ପଡ଼ିବା ଫଳରେ ସେଗୁଡ଼ିକୁ ସ୍ଥାନୀୟ ମାର୍କେଟରେ ବିକ୍ରିବଟା କରି ରୋଜଗାର ପନ୍ଥା ପାଇପାରିଛନ୍ତି ଚାଷୀ ପ୍ରତାପ କୁମାର ମହାପାତ୍ର।

ନିଜସ୍ୱ ଉଦ୍ୟମରେ ବାଡ଼ି ପଛପାଖରେ କଦଳୀ ବଗିଚା ସୃଷ୍ଟି କରିବା ସହିତ ସକାଳୁ ସଞ୍ଜଯାଏ ସେଗୁଡିକର ଯତ୍ନ ନେଉଥିବା ଦେଖାଯାଉଛି। କଦଳୀ ରୋଜଗାରର ପନ୍ଥା ଯୋଗାଇଥିବା ବେଳେ ଆଗମୀ ଦିନରେ ତାଙ୍କର ଖାଲି ପଡିଥିବା ଜମିରେ ଆହୁରି ଚାଷ କାର୍ଯ୍ୟକୁ ବ୍ୟାପକ କରିବା ସହିତ କଦଳୀ ଉତ୍ପାଦନକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଆର୍ଥିକ ସମସ୍ୟା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ପ୍ରକାଶ କରିଛନ୍ତି ଚାଷୀ ପ୍ରତାପ। ସରକାରଙ୍କ ତରଫରୁ ଚାଷୀମାନଙ୍କୁ ଚାଷର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଥିବା ବେଳେ ତାଙ୍କୁ ଆଜି ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇ ପାରିନାହିଁ। କଦଳୀ ଚାଷକୁ ପ୍ରୋସାହିତ କରିବା ପାଇଁ ସରକାରୀ ସ୍ତରରେ ପ୍ରତାପଙ୍କୁ ସହଯୋଗର ହାତ ବଢ଼ା ଗଲେ ବାଙ୍କୀରେ କଦଳୀ ଉତ୍ପାଦନ ବଢ଼ିପାରିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନକୁ ଅନୁରୋଧ କରୁଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories