www.samajalive.in
Monday, December 15, 2025
27.1 C
Bhubaneswar

ସରକାରୀ ସହାୟତା ଅପେକ୍ଷାକୁ ଅନାଇ ବସିଛି ଆବାସ

ଚକାପାଦ : ସରାକରୀ ସହାୟତା ଅପେକ୍ଷାକୁ ଅନାଇ ବସିଛି ଆବାସ। କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ବପଲମେଣ୍ଡି(ଏଲ୍) ଗ୍ରାମ ପଂଚାୟତ ଅନ୍ତର୍ଗତ ପାନାବାଡ଼ି ଗ୍ରାମର ଆବାସ ନାୟକ ଦୀର୍ଘ ୬ବର୍ଷ ତଳେ ରାସ୍ତାର ଯିବା ବେଳେ ହଠାତ୍ ଏକ ଗଛ ତାହାରି ଉପରେ ପଡ଼ିଯାଇତିଲା। ଫଳରେ ଆବାସରେ ଗୋଡ଼ ଭାଙ୍ଗିଯାଇଥିଲା। ସେହିସମୟରେ ଗୁୁରୁତ୍ୱର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ ପରବାର ଲୋକେ। କିନ୍ତୁ କାଳକ୍ରମେ ଭାଙ୍ଗିଯାଇଥିବା ଅଂଶ ଭଲ ହୋଇ ପାରିନଥିଲା। ବର୍ତ୍ତମାନ ତାହା ଦିନକୁ ଦିନ ଗୁରୁତ୍ୱର ହେବା ସହିତ ଦିନକୁ ଦିନ ବିପଦ ଆଡ଼କୁ ଗତି କରିଛି। ପରିବାର ପକ୍ଷରୁ ଅଧିକ ଚିକିତ୍ସା କରିବା ସମ୍ଭବ ହେଉନାହିଁ। ତଥାପି ଯଥା ସମ୍ଭବ ପରିବାର ପକ୍ଷରୁ ବିଭିନ୍ନ ବଡ଼ ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ। ସବୁ ଆଡ଼େ ଅଧିକ ଚିକିତ୍ସାର ଆବଶ୍ୟକ ଓ ଏଥି ପାଇଁ ବହୁ ଟଙ୍କାର ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ସରକାରୀ ସହାୟତ ପାଇଁ ଗତ ଦିନରେ ପରବାର ପକ୍ଷରୁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇନଥିଲା । ଦିନକୁ ଦିନ ଏହା ଅଧିକ ଗୁରୁତ୍ୱର ହେବା ସହିତ ଗୋଡନକାଡ଼ିଲେ ପରିବତ୍ତି; ସମୟରେ ଏହା କ୍ୟାନସର ହେବା ସମ୍ଭାବନା ଥିବାର ନେଇ ତାଙ୍କ ଚିକତ୍ସା ସମୟରେ ପରାମର୍ଶ ଦିଆଯିବା ଫଳରେ କୋଭିଡ଼୍ କଟକଣା ସମୟରେ ପରିବାର ବାରମ୍ବାର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ନାହିଁ। ଏଭଳି ସ୍ଥଳେ ତୁରନ୍ତ ଆବାସର ସରକାରୀ ସ୍ତରରେ ଚିକିତ୍ସା କରାଇବାରେ ସହଯୋଗ ପାଇଁ ସରପଂଚ ଶାରଦା କହଁର , ଜିଲା ପରିଷଦ ସଭ୍ୟ ରଂଜନ କୁମାର ମଲିକ ଓ ବାପା ବିଶ୍ୱାମିତ୍ର ନାୟକ ଓ ଅନ୍ୟ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories