www.samajalive.in
Sunday, December 14, 2025
19.1 C
Bhubaneswar

ଇଏସ୍‌ଆଇ ଡାକ୍ତରଖାନାରେ ଡାକ୍ତର ଅଭାବ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନସ୍ଥ ଭୁବନେଶ୍ବର ଇଏସ୍‌ଆଇ ହସ୍ପିଟାଲରେ ସୃଷ୍ଟ ୧୨୬ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ପଦରେ ଏଯାବତ୍‌ ନିଯୁକ୍ତି ଦିଆଯାଉ ନାହିଁ। ହସ୍ପିଟାଲ ୫୦ ଶଯ୍ୟାରୁ ୧୦୦ ଶଯ୍ୟା ମାନ୍ୟତା ପାଇବା ପରେ ରାଜ୍ୟ ସରକାର ଉପରୋକ୍ତ ପଦ ସୃଷ୍ଟି କରିଥିଲେ। ସୃଷ୍ଟ ପଦରେ ଖୁବ୍ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କପକ୍ଷରୁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ବର୍ଷକରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ପଦ ପୂରଣ ହୋଇ ନାହିଁ। ଫଳରେ ବୀମା କାର୍ଡଧାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଏଠାକୁ ଆସୁଛନ୍ତି ସତ ହେଲେ ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇ ଦିଆଯାଉଛି। ଚିକିତ୍ସା ପାଇଁ ହସ୍ପିଟାଲରେ ସମସ୍ତ ବିଭାଗ ଖୋଲିଛି ଏବଂ ପରୀକ୍ଷା ନିମନ୍ତେ ଆବଶ୍ୟକ ମେସିନ୍ ରହିଛି; କିନ୍ତୁ ଡାକ୍ତର ଏବଂ ଟେକ୍ନିସିଆନ୍ କର୍ମଚାରୀ ଅଭାବ ହେତୁ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ବାହାର ହସ୍ପିଟାଲକୁ ପଠାଉଛନ୍ତି। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର କେବେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ନିଯୁକ୍ତି କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃୃଷ୍ଟି ହୋଇଛି।

ଦେଢବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରି ଏହାକୁ ୧୦୦ ଶଯ୍ୟାର ମାନ୍ୟତା ଦେଇଥିଲେ। ରାଜ୍ୟ ସରକାର ୨୨ ଅକ୍ଟୋବର ୨୦୧୯ରେ ୧୨୬ ଡାକ୍ତର, ପାରାମେଡିକାଲ, ଟେକ୍ନିସିଆନ୍, ନର୍ସ ଏବଂ ଅଣଚିକିତ୍ସା କର୍ମଚାରୀ ପଦ ସୃଷ୍ଟି କରିଥିଲେ। ହସ୍ପିଟାଲର ବହିର୍ବିଭାଗକୁ ଦୈନିକ ୫୦୦ ଏବଂ ଆନ୍ତଃବିଭାଗକୁ ୧୦୦ ରୋଗୀ ଆସୁଛନ୍ତି। କମ ସଂଖ୍ୟକ ଡାକ୍ତରରେ ଏତେ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବ ହୋଇପାରୁ ନଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି। ସାଧାରଣ ଏବଂ ଗୁରୁତର ରୋଗୀ ହସ୍ପିଟାଲ ଆସିଲେ ଚିକିତ୍ସା ଯୋଗାଇବା ପରିବର୍ତ୍ତେ ଘରୋଇ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ ଏବଂ ଏମସ୍‌କୁ ରେଫର କରି ଦିଆଯାଉଛି। ଏବେ ହସ୍ପିଟାଲରେ ୨୩ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ସ୍ଥାୟୀ ଏବଂ ୭ ଚୁକ୍ତିଭିତ୍ତିକ ଡାକ୍ତର। ୪୦ ନର୍ସ ରହିବା ସ୍ଥାନରେ ୧୨ ନର୍ସ ରହିଛନ୍ତି। ହସ୍ପିଟାଲ ୫୦ ଶଯ୍ୟା ବିଶିଷ୍ଟ ଥିଲାବେଳେ ୮୦ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ଥିଲେ। କାଳକ୍ରମେ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ଅବସରନେବାରୁ ପଦ ଖାଲି ପଡିଛି।

- Advertisement -

ଇଏସ୍‌ଆଇ ଡାକ୍ତରଖାନାରେ ଡାକ୍ତର, ପାରାମେଡିକାଲ, ନର୍ସ, ଟେକ୍ନିସିଆନ ଏବଂ ଅଣଚିକିତ୍ସକ କର୍ମଚାରୀଙ୍କୁ ପଦୋନ୍ନତି ମିଳୁ ନାହିଁ। ନିଯୁକ୍ତିରୁ ଅବସରନେବା ପର୍ଯ୍ୟନ୍ତ ଗୋଟିଏ ପଦରେ ରହିଥାନ୍ତି ଇଏସ୍‌ଆଇ ହସ୍ପିଟାଲ କର୍ମଚାରୀ। ହସ୍ପିଟାଲରେ ୨.୨୫ ଲକ୍ଷ ବୀମା କର୍ମଚାରୀଙ୍କ କାର୍ଡ ପଞ୍ଜିକୃତ ହୋଇଛି। ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଶାଇଲେ ପ୍ରାୟ ୫ଲକ୍ଷ ବ୍ୟକ୍ତି ଚିକିତ୍ସା ପାଇବା ପାଇଁ ଦାବିଦାର। ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ନିର୍ଦେଶାଳୟର ନିର୍ଦେଶକ ରମେଶ ରାଉତ କହିଛନ୍ତି କୋଭିଡ଼ ଯୋଗୁଁ ଡାକ୍ତର ଏବଂ ପାରାମେଡିକାଲ ପଦରେ ନିଯୁକ୍ତି ଦିଆଯାଇ ପାରି ନାହିଁ। ସାକ୍ଷାତକାର କରି ନିଯୁକ୍ତି ଦେବା ପାଇଁ ନିର୍ଦେଶାଳୟ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। କରୋନା ପାଇଁ ଓପିଏସ୍‌ସି ସାକ୍ଷାତକାର ନିମନ୍ତେ ପ୍ରାର୍ଥୀଙ୍କୁ ଡାକି ପାରି ନାହିଁ। ଡିସେମ୍ବର ୧୫ରେ ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ ଡାକିଛି। ଆଶା କରାଯାଉଛି ଜାନୁଆରୀ ଶେଷ ସୁଦ୍ଧା ନିଯୁକ୍ତି ଦିଆଯିବ। ସେହିପରି ହସ୍ପିଟାଲର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରୀୟ କର୍ମଚାରୀ ଓ ରାଜ୍ୟ ବୀମା ନିଗମକୁ ଜଣାଇ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories