www.samajalive.in
Friday, December 12, 2025
26.1 C
Bhubaneswar

୩ ମିନିଟ୍‌ର ବିଜ୍ଞାପନ ପାଇଁ ଦେବାକୁ ପଡ଼େ ୫୦ଲକ୍ଷ ଟଙ୍କା!

ଦୁବାଇର ବୁର୍ଜ ଖଲିଫା, ସେଠିକାର ଶେଖ୍‌ମାନଙ୍କର ମନୋରଞ୍ଜନର ଏହା ଏକ ପ୍ରମୁଖ ସ୍ଥାନ। ଦେଶବିଦେଶରୁ ପର୍ଯ୍ୟଟକଙ୍କ ମଧ୍ୟ ରୀତିମତ ଭିଡ଼ ଏଠାରେ ଦେଖିବାକୁ ମିଳେ। ବିଶ୍ବର ଦୀର୍ଘତମ ଅଟ୍ଟାଳିକା ବୁର୍ଜ ଖଲିଫାକୁ ରାତିରେ ଦେଖିବାର ଦୃଶ୍ୟ ବେଶ୍ ଆକର୍ଷଣୀୟ। ପ୍ରତିଦିନ ରାତିରେ ବୁର୍ଜ ଖଲିଫା ଟାୱାର ଚାରିପାଖ ନାମୀଦାମୀ କମ୍ପାନୀର ବିଜ୍ଞାପନମାନ ପ୍ରଦର୍ଶିତ ହୁଏ। ଏଥିପାଇଁ କମ୍ପାନୀଗୁଡ଼ିକ ପାଖରୁ ବର୍ଜ ଖଲିଫା କର୍ତ୍ତୃପକ୍ଷ ମୋଟା ଅଙ୍କର ପାଉଣା ମଧ୍ୟ ନେଇଥାନ୍ତି। ଦିନକୁଦିନ ଏହି ଟାୱାରରେ ବିଜ୍ଞାପନର ଦର ବଢ଼ିଚାଲିଛି, ହେଲେ ବଡ଼ବଡ଼ କମ୍ପାନୀ ଗୁଡ଼ିକ ସେଠାରେ ପ୍ରଦର୍ଶନ ପାଇଁ ପଛାଉନାହାନ୍ତି।

ବୁର୍ଜ ଖଲିଫାର କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଗୋଟିଏ ରାତିରେ ୩ ମିନିଟ୍‌ର ବିଜ୍ଞାପନ ପ୍ରଦର୍ଶନ ପାଇଁ ୧୬ ଲକ୍ଷ ଟଙ୍କା ଅଗ୍ରିମ କମ୍ପାନୀ ଦିଏ। ପରେ ୫୦ ଲକ୍ଷ ଟଙ୍କା, ହେଲେ ଶନିବାର-ରବିବାରରେ ବୁର୍ଜ ଖଲିଫାକୁ ଦେଖିବାକୁ ଭିଡ଼ ଅଧିକ ହେଉଥିବାରୁ ସେଦିନର ଭଡ଼ା ୩ ମିନିଟ୍ ପାଇଁ ୭୦-୯୦ ଲକ୍ଷ ଟଙ୍କାରେ ପହଞ୍ଚେ। ରାତି ୮-୧୦ଟା ସମୟ ମଧ୍ୟରେ ବିଜ୍ଞାପନ ଚାଲେ, ୨୦୧୭ରୁ ବୁର୍ଜ ଖଲିଫାରେ ବିଜ୍ଞାପନ ପ୍ରଦର୍ଶିତ ହେଉଛି। ତେବେ ଦୁବାଇର ଏଇ ଲୋକପ୍ରିୟ ମହଙ୍ଗା ଟାୱାର ଗତ ୨ ବର୍ଷ ହେଲା କିଙ୍ଗ୍ ଖାନ୍ ଶାହରୁଖ୍‌ଙ୍କ ଜନ୍ମଦିନରେ ଭିନ୍ନ ଭାବେ ଅଭିନନ୍ଦନ ଜଣାଇଥିଲା। ୫ ମିନିଟ୍ ପର୍ଯ୍ୟନ୍ତ ଶାହରୁଖ୍‌ଙ୍କ ଫଟୋର ବିଜ୍ଞାପନ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିଲା। ଶାହରୁଖ୍‌ଙ୍କୁ ବୁର୍ଜ ଖଲିଫା କର୍ତ୍ତୃପକ୍ଷଙ୍କର ଥିଲା ଏହା ଏକ ସୁନ୍ଦର ଭେଟି। ଲକ୍‌-ଡାଉନ୍ ସମୟରେ ଦୁବାଇକୁ ପର୍ଯ୍ୟଟକ ଆସିବା ବନ୍ଦ ଥିବାରୁ ବୁର୍ଜ ଖଲିଫା ବିଜ୍ଞାପନ ପ୍ରଦର୍ଶନ ଦେଢ଼ ମାସ ସ୍ଥଗିତ ରଖାଯାଇ ଏବେ ପୁନର୍ବାର ଆରମ୍ଭ କରାଯାଇଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories