www.samajalive.in
Monday, December 15, 2025
27.1 C
Bhubaneswar

ଚାଇଲ୍ଡ ଲାଇନ ଓ ପୁଲିସ ସହାୟତାରେ ବନ୍ଦ ହେଲା ବାଲ୍ୟବିବାହ

ଦେବଗଡ଼:ଦେବଗଡ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମ ପଂଚାୟତର ଘୁରୁଡୁଖମଣ ଗ୍ରାମରେ ଆଜି ଏକ ବାଲ୍ୟ ବିବାହ ଉଦ୍ୟମ ହେଉଥିବା ବେଳେ ଏହାକୁ ଦେବଗଡ ଥାନା ପୁଲିସ ସହାୟତାରେ ରୋକିବାରେ ସଫଳ ହୋଇଛନ୍ତି ଦେବଗଡ ଜିଲା ପ୍ରଶାସନ ଓ ଚାଇଲ୍ଡଲାଇନ। ମିଳିଥିବା ସୂଚନା ଅନୁଯାୟୀ ଆଜି ବାରକୋଟ ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମ ପଂଚାୟତର ଘୁରୁଡୁଖମଣ ଗ୍ରାମର ଜଣେ ୧୭ ବର୍ଷର ନାବାଳିକାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ବେଦୀ ସାଜସଜ୍ଜା ଠାରୁ ଆରମ୍ଭ କରି ସମସ୍ତ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲା। ଅତିଥି ଓ ବରଯାତ୍ରୀ ପାଇଁ ଭୋଜିଭାତ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା। ବିବାହ ପାଇଁ ନିକଟସ୍ଥ ଦଣ୍ଡାସିଂହା ଗ୍ରାମ ପଂଚାୟତର ଜାମୁନାଳି ଗ୍ରାମରୁ ବରଯାତ୍ରୀ ମଧ୍ୟ ବାହାରି ସାରିଥିଲା। ମାତ୍ର ଏ ସମ୍ପର୍କରେ ସୂଚନା ପାଇ ଦିନ ପ୍ରାୟ ୨ ଟା ସମୟରେ ଦେବଗଡ ଚାଇଲ୍ଡଲାଇନର ସଂଯୋଜକ ରମାକାନ୍ତ ସାହୁ, ବାରକୋଟ ବ୍ଲକ ସିଡିପିଓ ତଥା ବଳ୍ୟ ବିବାହ ନିରୋଧ ଅଧିକାରୀ ପ୍ରବୀଣା ମିଶ୍ର ଓ ଦେବଗଡ ଥାନା ପୁଲି ସେଠାରେ ପହଂଚି ବିବାହ କରିବାକୁ ଥିବା ନାବାଳିକାଙ୍କର ବୟସ ସମ୍ବନ୍ଧୀୟ କାଗଜପତ୍ର ଯାଂଚ କରିବା ସହ ତାଙ୍କର ବୟସ ୧୭ ବର୍ଷ ୨ ମାସ ହୋଇଥିବା ଜାଣିବାକୁ ପାଇଥିଲେ।

ସେମାନେ ବିବାହ ବୟସ ହୋଇନଥିବା ଦର୍ଶାଇ ଏହି ବିବାହକୁ ବନ୍ଦ କରିବା ପାଇଁ କନ୍ୟାପିତାଙ୍କୁ ପରାମର୍ଶ ଦେବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ସେମାନେ ପାଟି ତୁଣ୍ଡ କରିଥିଲେ। ସୂଚନା ପାଇ ବରଯାତ୍ରୀ ମଧ୍ୟ ସେଠାକୁ ନଆସି ଅଧା ବାଟରେ ରହିଯିବା ସହ ସେଠାକୁ କେତେକ ପ୍ରତିନିଧିଙ୍କୁ ପଠାଇଥିଲେ। ତେବେ ସେଠାରେ ଥିବା ସିଡିପିଓ ଶ୍ରୀ ମିଶ୍ର, ଚାଇଲ୍ଡଲାନ ସଂଯୋଜକ ଓ ପୁଲିସ ଅଧିକାରୀ ଉଭୟ ବର ଓ କନ୍ୟା ପକ୍ଷଙ୍କୁ ବୁଝାଶୁଝା କରିବାସହ ବାଲ୍ୟ ବିବାହ ବେଆଇନ କାର୍ଯ୍ୟ ବୋଲି ବୁଝାଇବାରୁ ଶେଷରେ ବିବାହକୁ ଆଗାମୀ ୧୦ ମାସ ପର୍ଯ୍ୟନ୍ତ (ନାବାଳିକାର ବୟସ ୧୮ ବର୍ଷ ହେବା ପର୍ଯ୍ୟନ୍ତ) ସ୍ଥଗିତ ରଖିବାକୁ ରାଜି ହୋଇଥିଲେ ଓ ଏ ସମ୍ପର୍କୀତ ଏକ ଚୁକ୍ତିନାମାରେ ସ୍ୱାକ୍ଷର କରିଥିବା ଜଣାପଡିଛି। ଏ ଘଟଣା ଆଜି ଏଠାରେ ମୂଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

- Advertisement -

ତେବେ ଏହି ବାଲ୍ୟବିବାହ ବନ୍ଦ କରିବାକୁ ଯାଇଥିବା ଉଭୟ ପୁଲିସ ଓ ଚାଇଲଡ ଲାଇନ ଅଧିକାରୀ ସମ୍ପୃକ୍ତ ନାବାଳିକା କନ୍ୟାଙ୍କୁ ତଳେ ବସାଇ ତଥ୍ୟ ସଂଗ୍ରହ କରୁଥିବା ଜଣାପଡିଛି। ଜଣେ ମହିଳା ପୁଲିସ ଓ ଅନ୍ୟମାନେ ଚେୟାରରେ ବସିଥିବା ବେଳେ ସମ୍ପୃକ୍ତ ନାବାଳିକା କନ୍ୟାଙ୍କୁ ଚେୟାରରେ ବସିବା ପାଇଁ ନ କହିବା ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories