www.samajalive.in
Thursday, December 11, 2025
26.1 C
Bhubaneswar

ଯୁବ ଓ ଛାତ୍ର ବିଜେଡିର ସାଙ୍ଗଠନିକ ବୈଠକ

ଫୁଲବାଣୀ: ଜିଲା ଯୁବ ଓ ଛାତ୍ର ବିଜେଡିର ଏକ ସାଙ୍ଗଠନିକ ବୈଠକ ଶୁକ୍ରବାର ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଗଠନର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ଜ୍ଞ।ପନ କରାଯିବା ସହ କନ୍ଧମାଳ ଜିଲାରେ ସଂଗଠନକୁ କିପରି ମଜବୁତ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଜିଲା ପରିଷଦ ଉପାଧ୍ୟକ୍ଷା ସାରଥି ମଲିକ, ସଦସ୍ୟା ଅନୁରାଧା ସାହୁ,ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଯୁବ ବିଜେଡି ସଭାପତି ବିଷ୍ନୁଚରଣ ମଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ନୂତନ କର୍ମକର୍ତ୍ତା ମାନେ ସେବା ମନୋଭାବ ରଖି କାମ କରିବା ସହ ଦଳକୁ ଜିଲାରେ ମଜବୁତ କରିବା ଦିଗରେ କାର୍ଯ୍ୟ କରନ୍ତୁ ବୋଲି ବକ୍ତା ମାନେ ସେମାନଙ୍କ ଅଭିଭାଷଣରେ ଯୁବ ଓ ଛାତ୍ର ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କନ୍ଧମାଳ ସାଂସଦ ସ୍ୱତନ୍ତ୍ର ଭାବେ କନ୍ଧମାଳ ଜିଲା ସଭାପତି, ଯୁବ ସଭାପତି ଓ ଛାତ୍ର ସଭାପତିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ସମସ୍ତ ୧୨ଟି ବ୍ଳକର ଯୁବ ଓ ଛାତ୍ର ବିଜେଡ଼ିର ସମସ୍ତ କର୍ମକର୍ତ୍ତାମାନେ ଏଥିରେ ସାମିଲ୍‍ ହୋଇଥିଲେ।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories