www.samajalive.in
Sunday, December 7, 2025
16.1 C
Bhubaneswar

ବୌଦ୍ଧରେ ମେଡିକାଲ କଲେଜ ସ୍ଥାପନ ନେଇ ବିଜେପିର ଦାବୀ 

ବୌଦ୍ଧ: ବୌଦ୍ଧ ଏକ କୃଷିଭିତ୍ତିକ ଜିଲା ହୋଇଥିବାବେଳେ ଅଧିକାଂଶ ଲୋକ ଗରୀବ ଶ୍ରେଣୀର ଅଟନ୍ତି। ବୌଦ୍ଧ ଜିଲା ରାଜ୍ୟର କେନ୍ଦ୍ର ସ୍ଥଳରେ ଅବସ୍ଥିତ। କିନ୍ତୁ ଜିଲାରେ ସ୍ୱାସ୍ଥ୍ୟ ସେବା ବହୁ ପଛରେ ରହିଛି। ଜିଲାର ଗୁରୁତର ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ବୁର୍ଲା, କଟକ କିମ୍ବା ବ୍ରହ୍ମପୁର ମେଡିକାଲ ଉପରେ ନିର୍ଭର କରିଥାଆନ୍ତି। ବୌଦ୍ଧରେ ସ୍ୱାସ୍ଥ୍ୟସେବା ପାଇଁ ପୋଡଶୀ ସୋନପୁର, ସମ୍ବଲପୁର, ରେଢାଖୋଲ, ଅନୁଗୋଳ ଜିଲାର ସୀମାନ୍ତବର୍ତ୍ତି ଗ୍ରାମଗୁଡିକର ଲୋକ ମଧ୍ୟ ନିର୍ଭର କରିଥାନ୍ତି। ସରକାର ଅନେକ ଜିଲ୍ଳାର ସଦରମହାକୁମା ଗୁଡିକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିବାବେଳେ ବୌଦ୍ଧ ଜିଲ୍ଳା ଏଥିରୁ ବାଦ ପଡିଛି। ତେଣୁ ବୌଦ୍ଧରେ ତୁରନ୍ତ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରିି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

ସରକାର ତୁରନ୍ତ ବୌଦ୍ଧଜିଲ୍ଳାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମେଡିକାଲ କଲେଜ ଘୋଷଣା କରନ୍ତୁ ବୋଲି ବିଜେପି ଦାବି କରିଛି। ଏହାବ୍ୟତୀତ କେନ୍ଦ୍ର ସରକାର ଗରୀବ ଲୋକଙ୍କ ରହିବା ପାଇଁ ମାଗଣାରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇ ଦେଇଆସୁଥିବା ବେଳେ ବୌଦ୍ଧ ଜିଲାରେ ଏହି ଯୋଜନାରେ ବହୁ ଅନିୟମିତା ହୋଇଛି। ଜିଲାର ତିନୋଟିଜାକ ବ୍ଳକରେ ବହୁ ମାତ୍ରାରେ ଘୋଟଲା ହୋଇଥିବାବେଳେ ଏହାର ତଦନ୍ତ ବର୍ତ୍ତମାନ ଜୋରସୋରରେ ଆରମ୍ଭ ହୋଇଛି। ଗୃହ ନିର୍ମାଣ ନକରି ହିତାଧିକାରୀଙ୍କ ଏକାଉଣ୍ଟ୍‍ରେ ଟଙ୍କା ଉଠାଣ ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଟଙ୍କା ଉଠା ଯାଇ ଆତ୍ମସାତ କରାଯାଇଛି। ଜିଲାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ନେଇ ପୂର୍ବରୁ ଜିଲା ବିଜେପି ପକ୍ଷରୁ ଏହାର ତଦନ୍ତ କରି ଦୃଢ ପଦକ୍ଷେପ ନେବାକୁ ଦାବୀ କରାଯାଇଥିଲା। ଏନେଇ ବୌଦ୍ଧ ଜିଲାପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହେବାସହିତ ଥାନାରେ ମଧ୍ୟ ମାମାଲା ରୁଜୁ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତଦନ୍ତ ଆରମ୍ଭ ହେବା ମାତ୍ରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ରାଜନୈତିକ ଚାପରେ ବଦଳି କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ତଦନ୍ତକୁ ବାଟବଣା କରିବା ପାଇଁ ଜିଲାରେ ମାତ୍ର ୮ ମାସ କାର୍ଯ୍ୟ କରିଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ବଦଳି କରାଯାଇଥିବାରୁ ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଯଦି ପ୍ରକଲ୍ପ ନିର୍ଦ୍ଦେଶକଙ୍କ ବଦଳି ବାତିଲ କରାନଯାଏ ,ତେବେ ଜିଲା ବିଜେପି ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ଜୋରସୋର କରାଯିବ ବୋଲି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ଦାବୀପତ୍ର ପ୍ରଦାନ ସମୟରେ ବରିଷ୍ଠ ବିଜେପି ନେତା ମାଗୁଣୀ ଚରଣ ଗାଇଗୌରିଆ, ମନୋରଂଜନ ଦାଶ, ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ବ୍ୟୋମକେଶ ମହାପାତ୍ର , ତାପସ ପଟ୍ଟନାୟକ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତାରାଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories