www.samajalive.in
Monday, December 15, 2025
27.1 C
Bhubaneswar

ସାଇବର ଠକେଇ : ମହିଳାଙ୍କଠୁ ନେଇ ଗଲେ ୫ ଲକ୍ଷ

ଭୁବନେଶ୍ବର : ସାଇବର ଠକଙ୍କ ଅଭିନବ କୌଶଳରେ ପଡ଼ି ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଏଭଳି ଏକ ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ି ଜଣେ ମହିଳା ୫ଲକ୍ଷ ଟଙ୍କା ହରାଇଛନ୍ତି। ଲକ୍ଷ୍ମୀସାଗର ଥାନା ଅଞ୍ଚଳ‌େ‌ର ରହୁଥିବା ଆର୍ ସଙ୍ଗୀତାଙ୍କଠାରୁ ପ୍ରଲୋଭନ ଦେଖାଇ ସାଇବର ଠକମାନେ ପର୍ଯ୍ୟାୟକ୍ରମେ ୫ ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏନେଇ ଗତକାଲି ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।

ଆର୍ ସଙ୍ଗୀତାଙ୍କ ଅଭିଯୋଗ ଅନୁସାରେ ଫେସ୍‌ବୁକ୍‌ ମାଧ୍ୟମରେ ଲଣ୍ଡନର ସିଲାସ୍‌ ଫେରଡ୍ରିକ୍‌ ନାମକ ଜଣେ ମହିଳାଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିଥିଲେ। ତେବେ ତାଙ୍କ ସହିତ କିଛି ଦିନ ଚାଟିଂ କରିବା ପରେ ସେ ତାଙ୍କ ନିକଟକୁ ଏକ ଉପହାର ପାର୍ସଲ ପଠାଇଥିବା ନେଇ ଚାଟିଂରେ ସୂଚନା ଦେଇଥିଲେ। ତେବେ ଏହାର କିଛି ଦିନ ପରେ ପ୍ରିୟା ନାମକ ଜଣେ ମହିଳା ତାଙ୍କୁ ଟେଲିଫୋନ୍‌ କରିଥିଲା। ଦିଲ୍ଲୀ ବିମାନବନ୍ଦରରେ ତାଙ୍କ ଠିକଣାରେ ଏକ ପାର୍ସଲ ଆସିଛି ବୋଲି ସେ ସଙ୍ଗୀତାଙ୍କୁ ଜଣାଇଥିଲା। ତାଙ୍କୁ ଏହି କୋରିଅର୍‌ ବାବଦରେ ୧୫,୦୦୦ ଟଙ୍କା ଜମା କରିବାକୁ ହେବ ବୋଲି କହିଥିଲେ। ସଙ୍ଗୀତା ତା’ଠାରୁ ପାଇଥିବା ଆକାଉଣ୍ଟରେ ଏହି ଟଙ୍କା ଜମା କରିଦେଇଥିଲେ।

- Advertisement -

ତେବେ ଏହା ପରେ ପ୍ରିୟା ନାମକ ଏହି ମହିଳା ତାଙ୍କୁ ଟେଲିଫୋନ୍‌ କରି ଡରାଇ ଦେଇଥିଲେ। ଉକ୍ତ ପାର୍ସଲକୁ ସ୍କାନ୍‌ କରିବା ପରେ ସେଥିରେ ତାଙ୍କ ପାଖକୁ କେହି ଜଣେ ବ୍ରିଟିଶ ବିଦେଶୀ ମୁଦ୍ରା ପଠାଇଛି ବୋଲି କହିଥିଲେ। ତେଣୁ ଏହି ବାବଦରେ ତାଙ୍କୁ ଜୋରିମାନା ଦେବାକୁ ହେବ। ଏଥିପାଇଁ ତାଙ୍କୁ ୫୫ ହଜାର ଟଙ୍କା ଜମା କରିବାକୁ ସେ କହିଥିଲେ। ସଙ୍ଗୀତା ଟଙ୍କା ଜମା କରିଥିଲେ। ଏସ୍‌ କେ ଏଣ୍ଟରପ୍ରାଇଜର୍ସ ନାମକ ଏକ ସଂସ୍ଥାର ଆକାଉଣ୍ଟରେ ସେ ଟଙ୍କା ଜମା କରିଥିଲେ। ପରଦିନ ପୁଣି ତାଙ୍କ ପାଖକୁ ଆଉଥରେ କଲ୍‌ ଆସିଥିଲା ଏସବୁ ବିଦେଶୀ ମୁଦ୍ରାକୁ ସେ ଭାରତୀୟ ମୁଦ୍ରାରେ ବଦଳାଇବାକୁ ତାଙ୍କୁ ୧.୫୦ ଲକ୍ଷ ଟଙ୍କା ଜମା କରିବାକୁ ହେବ।

ଲୋଭରେ ପଡ଼ି ସଙ୍ଗୀତା ପୁଣି ଟଙ୍କା ଜମା କରିଥିଲେ। ପୁଣି ପରଦିନ ତାଙ୍କ ପାଖକୁ କଲ୍‌ ଆସିଥିଲା, ଉକ୍ତ ମହିଳା ଜଣକ କହିଥିଲା ଏତେ ପରିମାଣର ବିଦେଶୀ ମୁଦ୍ରା ବଦଳାଇବାକୁ ହେଲେ ଆର୍‌ବିଆଇର ଟିକସ ବାବଦରେ ତାଙ୍କୁ ୨,୮୦,୦୦୦ ଟଙ୍କା ଜମା କରିବାକୁ ହେବ। ଏସବୁ ଜମା କରିବା ପରେ ପୁନର୍ବାର ତାଙ୍କ ପାଖକୁ ଏକ ଇ-ମେଲ୍‌ ଆସିଥିଲା ଯେଉଁଥିରେ ତାଙ୍କୁ ଅର୍ଥ ମନ୍ତ୍ରାଳୟ ଓ ବିଶ୍ବ ବ୍ୟାଙ୍କରୁ ୪,୯୭,୧୫୧ ଟଙ୍କା ଜମା କରିବାକୁ ପଡ଼ିବ। ଏତେ ପରିମାଣର ଅର୍ଥ ସଙ୍ଗୀତା ଆଉ ଜମା କରିପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିଥିଲେ। ତେବେ ଏମ୍ପର୍କରେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେବାରୁ ଏହା ଏକ ପ୍ରକାର ସାଇବର ଠକେଇ ବୋଲି ଜାଣିବାକୁ ପାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories