www.samajalive.in
Monday, December 15, 2025
27.1 C
Bhubaneswar

ଏଟିଏମରୁ ଟଙ୍କା ଉଠାଣ ନ ହୋଇ କଟିଲେ କ୍ଷତିପୂରଣ ଦେବ ବ୍ୟାଙ୍କ

ନୂଆଦିଲ୍ଲୀ : ଏଟିଏମ୍‌ରୁ ଟଙ୍କା ଉଠାଣ ବେଳେ କେତେକ ସମୟରେ ଆମେ ଉଠାଇଥିବା ଟଙ୍କା ପାଇ ନଥାଉ; ମାତ୍ର ଆମ ଆକାଉଣ୍ଟରୁ ଅର୍ଥ ଡେବିଟ୍‌ (କଟି) ହୋଇଯାଇଥାଏ। ଏହି ଡେବିଟ୍‌ ଅର୍ଥ ଆମେ ପରବର୍ତ୍ତୀ ସମୟରେ ଫେରିପାଇଥାଉ। କେତେକ ସମୟରେ ବ୍ୟାଙ୍କ ଏହି ଡେବିଟ୍‌ ଅର୍ଥ ଫେରାଇବାରେ ବିଳମ୍ବ କରିଥାଏ। ଆମେ ଏଥିପାଇଁ ବ୍ୟାଙ୍କ ନିକଟରେ ଅଭିଯୋଗ କରିଥାଉ। ଅଭିଯୋଗ ପରେ ଅନେକ ଦିନର ବିଳମ୍ବରେ ଏହି ଅର୍ଥ ଫେରିପାଉ।

ଏଥିପାଇଁ ଅନେକ ସମୟରେ ଆମେ ଆର୍ଥିକ ଚାପର ସମ୍ମୁଖୀନ ହୋଇଥାଉ। ତେବେ ଆଗକୁ ଏପରି ଆର୍ଥିକ ଚାପର ସମ୍ମୁଖୀନ ହେବାକୁ ପଡିବ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନିୟମ ଅନୁଯାୟୀ ବ୍ୟାଙ୍କ କର୍ତ୍ତୃପକ୍ଷ ୭ଦିନ ମଧ୍ୟରେ ଏହି ଟଙ୍କା ଫେରାଇବେ। ଆରବିଆଇ ତାଙ୍କର ଏହି ନିୟମରେ ଆଉ କିଛି ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତିତ ନିୟମ ଅନୁଯାୟୀ ଟଙ୍କା ଫେରାଇବାରେ ବ୍ୟାଙ୍କ ବିଳମ୍ବ କଲେ ଗ୍ରାହକଙ୍କୁ କ୍ଷତିପୂରଣ ଦେବ।

- Advertisement -

ଏପରିକି ଟଙ୍କା ଫେରାଇବାରେ ଯେତେଦିନ ବିଳମ୍ବ କରିବ ବ୍ୟାଙ୍କ ଦୈନିକ ୧୦୦ଟଙ୍କା ହିସାବରେ ସମ୍ପୃକ୍ତ ଗ୍ରାହକଙ୍କୁ କ୍ଷତିପୂରଣ ଦେବ। କେବଳ ଏଟିଏମରୁ ଟଙ୍କା ଉଠାଣ ନୁହେଁ କୌଣସି ଅନଲାଇନ ନେଣଦେଣ (ଟ୍ରାଞ୍ଜାକସନ) ସମୟରେ ଯଦି ଏପରି ସମସ୍ୟା ସୃଷ୍ଟି ହୁଏ ଗ୍ରାହକ ଏପରି କ୍ଷତିପୂରଣ ପାଇବେ। ସାଧାରଣତଃ ବୈଷୟକି ସମସ୍ୟା ଯେପରିକି ହାର୍ଡୱେର, ସଫ୍ଟୱେର ଓ ଯୋଯୋଯୋଗ ତ୍ରୁଟି କାରଣରୁ ଏଟିଏମ୍‌ର ଟଙ୍କା ନ ଉଠି ମଧ୍ୟ ଏହା ବୈଧ କାରବାର ବୋଲି ବିବେଚିତ ହୋଇଥାଏ ଓ ଆମ ଆକାଉଣ୍ଟରୁ ଟଙ୍କା ଡେବିଟ୍‌ ହୋଇଯାଇଥାଏ। ଏଟିଏମ୍ ଟ୍ରାଞ୍ଜାକସନ୍ ବିଫଳ ହେଲେ ଜଣେ ଗ୍ରାହକ ୟୁପିଆଇ ଆପ୍‌ ମାଧ୍ୟମରେ ଅଭିଯୋଗ କରିପାରିବେ। ଏଥିରେ ଗ୍ରାହକ ତାଙ୍କ ଟ୍ରାଞ୍ଜାକସନ ସମ୍ପର୍କରେ ତଥ୍ୟ ଦେବେ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories