www.samajalive.in
Monday, December 15, 2025
17.1 C
Bhubaneswar

କୃଷକ ନେତା- ଅମିତ ଶାହା ବୈଠକ ଶେଷ : ଆସନ୍ତାକାଲି କୃଷି ଆଇନରେ ସଂଶୋଧନ ପାଇଁ ଲିଖିତ ପ୍ରସ୍ତାବ ଦେବେ ସରକାର

ନୂଆଦିଲ୍ଲୀ : ଆଜି ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବୈଠକ ଶେଷ ହୋଇଛି। ସରକାର କୃଷକ ନେତାଙ୍କ ମଧ୍ୟରେ ପାଞ୍ଚଥର ହୋଉଥିବା ବୈଠକରେ ଯେପରି ବିଫଳ ହୋଇଥିଲା । ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକ ନେତାଙ୍କ ବୈଠକରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। କେବଳ ଆସନ୍ତାକାଲି କେନ୍ଦ୍ର ସରକାର କୃଷକମାନଙ୍କୁ ନୂଆ କୃଷି ଆଇନରେ ସଂଶୋଧନ ପାଇଁ ଏକ ଲିଖିତ ପସ୍ତାବ ଦେବେ ଏବଂ ପ୍ରସ୍ତାବ ପରେ କୃଷକନେତାମାନେ ଆଲୋଚନା ପରେ ସରକାରଙ୍କ ସହ ପରବର୍ତ୍ତି ବୈଠକ କରିବେ ବୋଲି କୃଷକ ନେତା ହନନ ମୁଲ୍ଲା କହିଛନ୍ତି।


ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ ପରେ କୃଷକ ନେତା ହନନ ମୁଲ୍ଲା କହିଛନ୍ତି ସରକାର କୃଷି ଆଇନ ଫେରାଇ ନେବା ପାଇଁ ପ୍ରସ୍ତୁତ ନୁହନ୍ତି । ସରକାର ଆସନ୍ତାକାଲି ଆନ୍ଦୋଳନରତ କୃଷକମାନଙ୍କୁ ନୂଆ କୃଷି ଆଇନରେ ସଂଶୋଧନ ପାଇଁ ଏକ ଲିଖିତ ପସ୍ତାବ ଦେବେ। ସରକାରଙ୍କ ଲିଖିତ ପ୍ରସ୍ତାବ ଉପରେ ଚାଷୀନେତାମାନେ ଆଲୋଚନା କରିବା ପରେ ସରକାରଙ୍କ ସହ ପରବର୍ତ୍ତି ବୈଠକ କରିବେ । ଏଥି ସହିତ ଆସନ୍ତାକାଲି କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ କୃଷକ ନେତାମାନଙ୍କ ସହ ବୈଠକ ହେବ ନାହିଁ ବୋଲି କୃଷକ ନେତା ହନନ ମୁଲ୍ଲା କହିଛନ୍ତି।

- Advertisement -


ସୂଚନାଯୋଗ୍ୟ ୧୩ ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ସହ ଏହାରି ମଧ୍ୟରେ କେନ୍ଦ୍ର ସରକାର ୫ ଥର ଆଲୋଚନା କରିଥିଲେ ମଧ୍ୟ ସମସ୍ତ ବୈଠକ ବିଫଳ ହୋଇଥିଲା। ଯାହା ଫଳରେ ଆଜି ସାରା ଦେଶରେ କୃଷକ ସଙ୍ଗଠନମାନେ ଚକ ଅଖ ବନ୍ଦ କରିଥିଲେ। ଭାରତ ବନ୍ଦ ହେବା ପରେ ଆଜି ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ କୃଷକ ନେତାଙ୍କ ସହ ୧୩ ଜଣ କୃଷି ନେତା ଆଲୋଚନା କରିଥିଲେ । ଯେଉଁ ବୈଠକରେ କିଛି ନିଷ୍କର୍ଷ ବାହାରିବ ବୋଲି ଆଶ କରାଯାଉଥିଲା। କିନ୍ତୁ ଏହି ବୈଠକରେ କିଛି ନିଷ୍କର୍ଷ ବାହାରି ପାରିନାହିଁ। ଯାହା ଫଳରେ ଆସନ୍ତାକାଲି କେନ୍ଦ୍ର ସରକାର କୃଷକମାନଙ୍କୁ ନୂଆ କୃଷି ଆଇନରେ ସଂଶୋଧନ ପାଇଁ ଯେଉଁ ଲିଖିତ ପସ୍ତାବ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories