ବୁର୍ଲା : ଆଜି ବୁର୍ଲା ଭିମସାର ଠାରେ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ ଡ଼ାକରାରେ ଭିମସାରର ୟୁଜି ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ତରଫରୁ ଆୟୁଷ ଡ଼ାକ୍ତରଙ୍କୁ ଅସ୍ତ୍ରୋପଚାର ଅନୁମତିକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା। ସରକାରଙ୍କର ନିର୍ଦ୍ଦେଶ ଦ୍ୱାରା ମିଥ୍ୟା ଚିକିତ୍ସାକୁ ପ୍ରୋତ୍ସାହନ ମିଳିବା ସହିତ ସର୍ଜରୀ କ୍ଷେତ୍ରରେ ଚିକିତ୍ସାର ଗୁଣବତ୍ତା ନିମ୍ନଗାମୀ ହେବ ବୋଲି ଭିମସାରର ଡ଼ାକ୍ତରୀ ୟୁଜି ଛାତ୍ରଛାତ୍ରୀ ପ୍ଲାଏକାର୍ଡ଼ ମାଧ୍ୟମରେ ବ୍ୟକ୍ତ କ ରିଥିଲେ। ଏହା ସହିତ ଜଣେ ଏମବିବିଏସ ଶିକ୍ଷା ସମାପ୍ତି ପରେ ଅନେକ ପରିଶ୍ରମ କରି ସର୍ଜିକାଲ ଶାଖାରେ ପ୍ରବେଶ କରନ୍ତି।
ବିଶେଷଜ୍ଞ ପ୍ରଫେସରଙ୍କ ତତ୍ୱାବଧାନରେ ୩ ବର୍ଷର ତାଲିମ ଗ୍ରହଣ ପରେ ଆହୁରୀ ତିନିବର୍ଷ ସିନିୟର ରେସିଡ଼େନ୍ସି ଡ଼ାକ୍ତର ଭାବରେ ମେଡ଼ିକାଲରେ ସେବା ଯୋଗାଇଥାନ୍ତି। ସଟକଟ ଭାବରେ ବିନା ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଆୟୁଷ ଡ଼ାକ୍ତର ମାନଙ୍କୁ ଅସ୍ତ୍ରୋପଚାର ଅନୁମତି ଦେବା ରୋଗୀମାନଙ୍କ ଜୀବନପ୍ରତି ବିପଦରେ ପକାଇବା ସହିତ ଚିକିତ୍ସାର ମାନ ଯଥେଷ୍ଟ ହ୍ରାସ ପାଇବ ବୋଲି ଆଇଏମଏ ସଦସ୍ୟ ମାନଙ୍କ ତରଫରୁ ବ୍ୟକ୍ତ କରାଯାଇଥିଲା। ବୁର୍ଲା ଭିମସାରର ଇଣ୍ଡିଆନ ମେଡ଼ିକାଲ ସଂଘର କର୍ମକର୍ତ୍ତାଙ୍କ ସହିତ ଅନ୍ୟାନ୍ୟ ମାନେ ତଥା ଭିମସାର ୟୁଜି ବା ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀ ଉପସ୍ତିତ ରହି ସରକାରଙ୍କ ପକ୍ଷରୁ ଅଣଯୋଗ୍ୟ ଡ଼ାକ୍ତରୀ ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ଆଇନଗତ ଅନୁମତି ବିରୋଧ କରୁଥିବା ମତପ୍ରକାଶ ପାଇଥିଲା। ଅନେକ ଡ଼ାକ୍ତରୀ ଛାତ୍ରଛାତ୍ରୀ ପ୍ଲାଏକାର୍ଡ଼ ମାଧ୍ୟରେ ବୁର୍ଲା ଭିମସାର ହସପିଟାଲ ମଧ୍ୟରେ ପ୍ଲାଏକାର୍ଡ଼ ମାଧ୍ୟମରେ ଏହାକୁ ବିରୋଧ କରିଥିଲେ। ଏହା ସହିତ ଆଗାମୀ ଡ଼ିସେମ୍ବର ୧୧ ତାରିଖରେ ସାରା ଦେଶରେ ଷ୍ଟ୍ରାଇକ କରାଯିବା ପାଇଁ ଡ଼ାକରା ଦିଆଯାଇଛି।



