www.samajalive.in
Monday, December 15, 2025
15.1 C
Bhubaneswar

ଆନ୍ଧ୍ରରେ ଅଜଣା ରୋଗର ଆତଙ୍କ, ହସ୍ପିଟାଲରେ ଭର୍ତ୍ତି ହେଲେଣି ୩୦୦ ଆକ୍ରାନ୍ତ

ଏଲୁର : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଏଲୁର ସହରରେ ପ୍ରାୟ ୩୦୦ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଆକ୍ରାନ୍ତ ଲୋକମାନେ ହଠାତ ଅଚେତ ହୋଇପଡିବା ଓ ପାଟିରୁ ଫେଣ ବାହାରିବା ଦେଖାଯାଇଛି। ଯାହାକୁ ଅପସ୍ମାର ଭଳି ରୋଗର ଲକ୍ଷଣ। ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଏହି ଲକ୍ଷଣ ଦେଖାଯାଉଛି। ଆକ୍ରାନ୍ତ ଲୋକମାନେ ବିଭିନ୍ନ ବର୍ଗର। ସେମାନଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ଓ ଶିଶୁ। ସେମାନେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ନୁହନ୍ତି କି ​‌େସମାନେ କୌଣସି ଭୋଜି କିମ୍ବା ଉତ୍ସବରେ ସାମୂହିକ ଭାବେ ଯୋଗ ଦେଇ ନଥିଲେ। ରବିବାର ଏହି ଘଟଣା ଘଟିଥିବାବେଳେ ରାଜ୍ୟ ସରକାରଙ୍କର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଏଲୁର ଗସ୍ତ କରିଛନ୍ତି। ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ଏହା ସ୍ବାଭାବିକ ରହିଛି। ଜଣେ ୬ବର୍ଷ ବାଳିକାର ଅବସ୍ଥା ଗୁରୁତର ହେବାରୁ ତାକୁ ବିଜୟୱାଡା ପଠାଯାଇଛି। ବିଜୟୱାଡାରେ ଏକ ଜରୁରୀ ମେଡିକାଲ ସେଣ୍ଟର ଖୋଲାଯାଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅଲ୍ଲା ନାନି କହିଛନ୍ତି ଯେ ସମସ୍ତଙ୍କର କରୋନା ସ୍ବାବ ପରୀକ୍ଷା କରାଯାଇଥିବାବେଳେ ଏହା ନେଗେଟିଭ ରହିଛି।

ସ୍ବାସ୍ଥ୍ୟମନ୍ତ୍ରୀ ବିଭିନ୍ନ ହସ୍ପିଟାଲକୁ ଯାଇ ଆକ୍ରାନ୍ତ ରୋଗୀଙ୍କୁ ଭେଟିଛନ୍ତି। ତେବେ ଏହାକୁ ନେଇ ଆତଙ୍କିତ ନ ହେବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଦ୍ବାର ଦ୍ବାର ବୁଲି ସର୍ଭେ କରିବାକୁ କୁହାଯାଇଛି। ଜରୁରୀ ଔଷଧ ମହଜୁଦ ରଖିବାକୁ କୁହାଯାଇଛି। ସହରରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ସ୍ଥାପନ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯିବାକୁ କୁହାଯାଇଛି। ଦୂଷିତ ଜଳ କିମ୍ବା ଖାଦ୍ୟ ଯୋଗୁଁ ଏହା ହୋଇଥିବା ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ବ୍ୟକ୍ତିଗତ ଭାବେ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଜିଲା ସ୍ବାସ୍ଥ୍ୟ ଅଧିକାରୀ କେ ସୁନନ୍ଦ କହିଛନ୍ତି ଯେ ଆକ୍ରାନ୍ତ ଲୋକମାନେ ସୁସ୍ଥ ହେବା ପରେ ପୁନର୍ବାର ସେମାନଙ୍କ ଠାରେ ଲକ୍ଷଣ ଦେଖାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories