www.samajalive.in
Saturday, December 13, 2025
26.1 C
Bhubaneswar

ଖସୁଛି ପାରଦ : ଦକ୍ଷିଣ, ପଶ୍ଚିମରେ ଜାଡ଼ 

ଭୁବନେଶ୍ବର : ଧୀରେ ଧୀରେ ଶୀତପ୍ରକୋପ ବଢ଼ିବାରେ ଲାଗିଛି। ଉପକୂଳ ଓଡ଼ିଶାରେ ପାରଦ ବି​‌ଶେଷ ଖସୁ ନଥିବାବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଜାଡ଼ ଅନୁଭୂତ ହେଉଛି। ଏବେ ସୋନପୁର ରାଜ୍ୟର ସବୁଠୁ ଶୀତଳ ସହର। ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୭.୬ଡ଼ିଗ୍ରୀକୁ ଖସିବା ସହିତ ତାପମାତ୍ରା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳଠାରୁ କମ ରହିଛି।

ଅନୁରୂପ ଭାବେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ବି ସପ୍ତାହେ ଧରି ଅସମ୍ଭାଳ ଜାଡ଼ ଅନୁଭୂତ ହେଉଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୩ଡ଼ିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୯ଡ଼ିଗ୍ରୀକୁ ସେଲସିୟସକୁ ଖସିଛି। ଶିଳ୍ପ ସହର ଅନୁଗୋଳ ସମେତ ଭବାନିପାଟଣାରେ ୧୦ରୁ ୧୧ଡ଼ିଗ୍ରୀ ମଧ୍ୟରେ ଥିବାବେଳେ ତାଳଚେର, କୋରାପୁଟରେ ୧୨ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ୧୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା  ୧୫ଡ଼ିଗ୍ରୀ ସେଲସିୟସ ତଳେ ରହିଛି। ଆଗାମୀ ୫ଦିନ ଧରି ରାଜ୍ୟରେ ଶୀତପ୍ରକୋପ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

- Advertisement -

ଆସନ୍ତା ୨୪ଘଣ୍ଟା ମଧ୍ୟରେ ‌ଭଦ୍ରକ, ଯାଜପୁର, କନ୍ଧମାଳ, ଜଗତସିଂହପୁର, କଟକ, ପୁରୀ, ଅନୁଗୋଳ ଓ ଢ଼େଙ୍କାନାଳରେ ଘନ କୁହୁଡ଼ିର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପରବର୍ତ୍ତୀ ୨୪ଘଣ୍ଟା ପାଇଁ କଟକ, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଝାରସୁଗୁଡ଼ା, ସେନପୁର, ବୌଦ୍ଧ, ପୁରୀ, ନୟାଗଡ଼, କନ୍ଧମାଳ ଓ ଖୋର୍ଦ୍ଧା ଆଦି ଜିଲାରେ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories