www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ପାଇଁ ବଢ଼ୁଛି ଅନ୍-ଲାଇନ୍ ଠକେଇ

ମହାମାରୀ ସମୟରେ ସତର୍କ ରହିଲେ ହିଁ ଜୀବନ ସୁରକ୍ଷିତ ରହିବ। ଘରେ ରହି ଅନ୍‌ଲାଇନ୍ ସପିଙ୍ଗ୍ କରିବାକୁ ବିଶ୍ବର ପ୍ରମୁଖ ରାଷ୍ଟ୍ରମୁଖ୍ୟମାନେ ପରାମର୍ଶ ଦେଇଚାଲିଛନ୍ତି। ଆମ ଦେଶରେ ଅନ୍-ଲାଇନ୍ କିଣାବିକା ଗତ କିଛି ବର୍ଷ ମଧ୍ୟରେ ବଢ଼ିଥିବାବେଳେ ବିଦେଶୀ ଦେଶର ଲୋକ ଏଇ ପ୍ରଣାଳୀରେ ଜିନିଷ କିଣାରେ ସମ୍ପୂର୍ଣ୍ଣ ଅଭ୍ୟସ୍ତ। ବ୍ରିଟେନ୍, ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶରେ ଉନ୍ନତମାନର ସାମଗ୍ରୀ ଉଭୟ ଦୋକାନ, ଅନ୍-ଲାଇନ୍‌ରେ ମିଳେ। ହେଲେ ଏଇ କରୋନା ସେଠା ବ୍ୟବସାୟୀଙ୍କୁ ଠକାମିର ବାଟ ଶିଖାଇଛି କହିଲେ ଭୁଲହେବନି। ଗତ କିଛି ମାସ ମଧ୍ୟରେ ସେଠାରେ ଅନ୍-ଲାଇନ୍ ସପିଙ୍ଗ୍‌ରେ ଶତାଧିକ ଲୋକ ଠକେଇର ଶିକାର ହେଉଥିବାର ଅଭିଯୋଗ ଆସିଛି।

କେହି ବିବାହ ପୋଷାକ ବରାଦ୍ ଦେଇ ତ’ ଅନ୍ୟ କେହି ଅତ୍ୟାବଶ୍ୟକସାମଗ୍ରୀ କିଣି ଅସନ୍ତୋଷ ଜାହିର୍ କରିଛନ୍ତି। ସପିଙ୍ଗ୍‌ ମଲ୍, ଷ୍ଟୋର୍ ନଯାଇ ଲୋକେ ଘରୁ ଅନ୍-ଲାଇନ୍ ଏବେ କେଉଁ ଭରସାରେ କରିବେ, ଏହାର ପ୍ରଶ୍ନ ସେଠା ପ୍ରଶାସନକୁ ପଚାରିଛନ୍ତି। ଫ୍ଲୋରିଡାନିବାସୀ ୩୭ ବର୍ଷୀୟା ପିଙ୍କିଙ୍କର ମଧ୍ୟ ସମାନ ଅଭିଯୋଗ। ସେଠା ମେୟର୍‌ ଏକ ଭିଡିଓ ଜରିଆରେ ସ୍ଥାନୀୟ ଲୋକଙ୍କୁ ସମସ୍ତ ସାମଗ୍ରୀ, ପୋଷାକଇତ୍ୟାଦି ଅନ୍-ଲାଇନ୍‌ରେ ବରାଦ୍ କରିବାକୁ ଅନୁରୋଧ କରିଥିଲେ। ଫ୍ଲୋରିଡାର ଉତ୍ତର-ପ୍ରାନ୍ତରେ ଥିବା ଏଇ ଛୋଟ ସହରର ଲୋକସଂଖ୍ୟା ମଧ୍ୟ ମେୟର୍‌ଙ୍କ ଉପଦେଶ ମାନିଲେ।

- Advertisement -

ଅନ୍-ଲାଇନ୍ କମ୍ପାନୀଗୁଡ଼ିକ ଭଲ ରିଆତି ଦେବା ସହ ଯଥା ସମୟରେ ଗ୍ରାହକଙ୍କୁ ହୋମ୍ ଡେଲିଭରୀ ଦେଉଥିଲେ। ଏସବୁ ଭିତ​‌େ​‌ର ଠକାମି କିନ୍ତୁ ବନ୍ଦ ନଥିଲା। ଛୋଟ ସାମଗ୍ରୀରେ ଠକେଇ ହେଲେ; ଲୋକେ ସେସବୁକୁ ଦୃଷ୍ଟି ଦେଉନଥିଲେ। ବଡ଼ଧରଣର ଠକାମିର ଶିକାର ହେବା ପରେ ସ୍ଥାନୀୟ ଲୋକ ସ୍ବର ଉତ୍ତୋଳନ କରିଛନ୍ତି। ପିଙ୍କି ୧୦ ସପ୍ତାହ ତଳେ ୨୭ହଜାର ଟଙ୍କା ପଇଠ କରି ଅନ୍-ଲାଇନ୍‌ ସାଇଟ୍୍ରୁ ଏକ ସୁନ୍ଦର ସୋଫା ବରାଦ୍ କଲେ। ଏହାର ମୂଲ୍ୟ ୫୫ହଜାର ଟଙ୍କା ଥିବାବେଳେ ‘ଧନ୍ୟବାଦ ଜ୍ଞାପନ ଦିବସ’ ପାଇଁ ସୋଫାର ଦର ୨୭ହଜାର ଟଙ୍କା ଥିଲା। ଯଥା ସମୟରେ ଘରେ ପହଞ୍ଚିଥିଲା ସୋଫା, ଏହାର ପ୍ୟାକିଂ ଦେଖି ସେ ଓ ତାଙ୍କ ସ୍ବାମୀ ଆଶ୍ଚର୍ଯ୍ୟ ହେଲେ। କାରଣ ସୋଫାର ଆକାର ବହୁତ ଛୋଟ ଥିଲା। ଠକାମିରର ଶିକାର ହୋଇଥିବା ଜାଣି ସେମାନେ ଗ୍ରାହକ ସେବା ସହ ଯୋଗାଯୋଗ କଲେ, କର୍ମଚାରୀ କିନ୍ତୁ ପାଲଟା ଯୁକ୍ତି କଲେ। ପିଙ୍କି ଓ ତାଙ୍କ ସ୍ବାମୀ ଏ ବାବଦରେ ଏତଲା ଦେବାକୁ କହିବାରୁ ଗ୍ରାହକ ସେବା ଭୁଲ୍ ସ୍ବୀକାର କରି ଟଙ୍କା ଫେରସ୍ତ କରିବାକୁ ରାଜି ହୋଇଥିଲେ। ଆଗାମୀ ଦିନରେ ଲୋକେ କିଭଳି ଜିନିଷ କିଣିବେ, ସେ ନେଇ ଚିନ୍ତାରେ ପଡ଼ିଗଲେଣି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories