www.samajalive.in
Wednesday, December 10, 2025
23.1 C
Bhubaneswar

୧୫୧୮ ସମୟର ‘ନୃତ୍ୟ ମହାମାରୀ’

ମହାମାରୀର ପ୍ରକୋପ କାହିଁ କେଉଁକାଳରୁ ରହିଆସିଛି। ଶହଶହ ବର୍ଷ ତଳେ ଜ୍ଞାନକୌଶଳ, ଚିକିତ୍ସା ସୁବିଧା ଏତେ ଉନ୍ନତ ନଥିବାରୁ ଅଧିକ ସଂଖ୍ୟାରେ ଲୋକେ ପ୍ରାଣ ହରାଉଥିଲେ। ବର୍ତ୍ତମାନ ବିଭିନ୍ନ ସୁବିଧା ଉପଲବ୍ଧ ଥିବାରୁ ମୃତ୍ୟୁ ସଂଖ୍ୟା ପୂର୍ବ ତୁଳନାରେ କମ୍ ରହିଛି। ଅନେକ ବର୍ଷ ତଳେ ବିଚିତ୍ର ପ୍ରକାରର ମହାମାରୀମାନ ବିଶ୍ବ ବ୍ୟାପୀ ଦେଖାଯାଉଥିଲା। ୫୦୨ ବର୍ଷ ତଳର ଘଟଣା ଅର୍ଥାତ୍ ୧୫୧୮ ଜୁଲାଇ ମାସ, ଫ୍ରାନ୍ସର ଷ୍ଟ୍ରାସ୍‌ବର୍ଗ ସହରର ରାସ୍ତାରେ ହଠାତ୍ ଜଣେ ମହିଳା ଆସି ନୃତ୍ୟ କଲେ।

କାହା ପ୍ରତି ପରବାୟ ନ କରି ମହିଳାଙ୍କ ନୃତ୍ୟ ଅନବରତ ଚାଲିଲା, କିଛି ସମୟ ପରେ ଅନ୍ୟ କେତେଜଣ ମହିଳା ଆସି ତାଳ ଦେଇ ନୃତ୍ୟ କଲେ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ଘଣ୍ଟାଘଣ୍ଟା ଧରି ନାଚିବା ପରେ ମଧ୍ୟ ସେମାନେ ଥକୁନଥାନ୍ତି। ସମୟକ୍ରମେ ଏହି ଦଳରେ ସଂଖ୍ୟା ବଢ଼ିଲା। ପ୍ରଥମ ଦିନ ୫୦ଜଣରୁ ଆରମ୍ଭ ହୋଇ ସଂଖ୍ୟା ୪୦୦ରେ ପହଞ୍ଚିଲା। ଏହି ଦଳରେ କେତେଜଣ ଡାକ୍ତର, ଉଚ୍ଚପଦସ୍ଥ କର୍ମଚାରୀ ମଧ୍ୟ ମିଶି ନୃତ୍ୟ କରୁଥିଲେ। ୨-୩ଦିନ ବିନା ବିଶ୍ରାମରେ ନାଚିବା କାରଣରୁ କେତେଜଣ ସେମାନଙ୍କ ମଧ୍ୟରୁ ପ୍ରାଣ ହରାଇଲେ। ଅନ୍ୟ ସହରରୁ ଡାକ୍ତର, ବିଶେଷଜ୍ଞ ଦଳ ଆସି ସେମାନଙ୍କୁ ଅଟକାଇ ଚିକିତ୍ସା କଲେ, ପରେ ଏହା ଏକପ୍ରକାର ‘ନୃତ୍ୟ ମହାମାରୀ’ ବୋଲି ଜଣାପଡ଼ିଥିଲା।

- Advertisement -

ବିଶେଷଜ୍ଞ ଦଳଙ୍କ ମତ ଥିଲା, ପରିବେଶ ପରିବର୍ତ୍ତନ ନଚେତ୍ କୌଣସି ଖାଦ୍ୟ ଖାଇବା ପରେ ହିଁ ଏଇ ମହାମାରୀ ବ୍ୟାପିଥିଲା। ଷ୍ଟ୍ରାସ୍‌ବର୍ଗ ସହରରୁ ଅନ୍ୟତ୍ର ମହାମାରୀ ବ୍ୟାପି ପାରିନଥିଲା। ମାସ କେଇଟାରେ ମହାମାରୀରେ ଆକ୍ରାନ୍ତ ସମସ୍ତ ଲୋକ ପ୍ରାଣ ହରାଇଥିଲେ। ଏହି ମହାମାରୀ ପଛର ପ୍ରକୃତ ସତ୍ୟ ଆଜି ମଧ୍ୟ ରହସ୍ୟଘେରରେ ରହିଛି।

Hot this week

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

Related Articles

Popular Categories