www.samajalive.in
Wednesday, December 10, 2025
23.1 C
Bhubaneswar

ମଙ୍ଗଳବାର ଠାରୁ ବ୍ରିଟେନରେ ଟିକାକରଣ, ରାଣୀ ଏଲିଜାବେଥ ନେବେ ପ୍ରଥମ ଟିକା

ଲଣ୍ଡନ : ବ୍ରିଟେନରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାବେଳେ ରାଣୀ ଏଲିଜାବେଥ ଓ ରାଜକୁମାର ଫିଲିପ୍‌ ପ୍ରଥମେ ଏହି ଟିକା ନେବେ। ବ୍ରିଟେନ ସରକାର ଫାଇଜର ଟିକାକୁ ଟିକାକରଣ ନିମନ୍ତେ ଅନୁମତି ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମଚାରୀ, କରୋନା ଯୋଦ୍ଧା ଓ ୮୦ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କୁ ପ୍ରଥମେ ଟିକାକରଣ କରାଯିବ। ଏହି ବର୍ଗର ଲୋକଙ୍କୁ ଟିକାକରଣ ସମୟରେ ରାଣୀ ଏଲିଜାବେଥ (୯୪) ଓ ରାଜକୁମାର ଫିଲିପ୍ (୯୯) ପ୍ରଥମେ ଏହି ଟିକା ନେବେ।

କରୋନା ଟିକାକୁ ନେଇ ଯେଉଁ ଉଦ୍‌ବେଗ ଓ ଆଶଙ୍କା ରହିଛି ତାକୁ ଦୂର କରିବା ଲାଗି ରାଣୀ ଏଲିଜାବେଥ ଏହି ପଦକ୍ଷେପ ନେଇଛନ୍ତି। କରୋନା ଟିକାକୁ ନେଇ ବ୍ରିଟେନରେ ଅନେକ ନକାରାତ୍ମକ ବାର୍ତ୍ତା ସୋସିଆଲ ମିଡିଆରେ ପ୍ରଚାରିତ ହୋଇଛି। ଏହି ନକାରାତ୍ମକ ବାର୍ତ୍ତାକୁ ଦୂର କରିବା ଲାଗି ରାଣୀ ଏଲିଜାବେଥ ଏହି ପଦକ୍ଷେପ ନେଇଥିବା ରବିବାର ବ୍ରିଟିଶ ପ୍ରେସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ରିଟେନ ୪କୋଟି ଫାଇଜର ଟିକା ବରାଦ କରିଛି। ଏଥିରୁ ୮ଲକ୍ଷ ଟିକା ପହଞ୍ଚିସାରିଛି। ୨୧ ଦିନ ଅନ୍ତରରେ ଜଣପିଛା ଦୁଇଟି ଡୋଜ୍‌ର ଫାଇଜର ଟିକା ଦିଆଯିବ। ବ୍ରିଟେନ୍ ମୋଟ ଉପରେ ୩୦କୋଟି ଡୋଜ୍ ଟିକା ଆଣିବାକୁ ବୁଝାମଣା କରିଛି।

Hot this week

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

Related Articles

Popular Categories