www.samajalive.in
Wednesday, December 10, 2025
26.1 C
Bhubaneswar

ଆନ୍ଦୋଳନରତ କୃଷକଙ୍କୁ ଶୀତ ପୋଷାକ ପାଇଁ ୧ କୋଟି ଦେଲେ ଦିଲଜିତ୍

ନୂଆଦିଲ୍ଲୀ : ଆନ୍ଦୋଳନ କରୁଥିବା କୃଷକଙ୍କୁ ସମର୍ଥନ କରିଛନ୍ତି କଣ୍ଠଶିଳ୍ପୀ-ଅଭିନେତା ଦିଲଜିତ୍ ଦୋସାଞ୍ଜ। ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଦିଲଜିତ୍। ଟଙ୍କା ଦାନ ସମ୍ପର୍କରେ ଦୋସାଞ୍ଜ ପ୍ରଚାର କରି ନଥିବାବେଳେ ପଞ୍ଜାବର କଣ୍ଠଶିଳ୍ପୀ ସିଙ୍ଗା ଏ ନେଇ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି। ଭିଡିଓ ସେୟାର କରି ସିଙ୍ଗା ଲେଖିଛନ୍ତି ଯେ, ଧନ୍ୟବାଦ ଭାଇ, ଆପଣ କୃଷକଙ୍କୁ ଶୀତ ପୋଷାକ ଦେବା ପାଇଁ ୧କୋଟି ଟଙ୍କା ଦେଇଛନ୍ତି ଏବଂ କେହି ଏ ବିଷୟରେ ଜାଣି ନାହିଁ। ଆପଣ ଏଭଳି ମହାନ କାମ କରି ମଧ୍ୟ କାହାକୁ ଜଣାଇ ନାହାନ୍ତି। ବକ୍ସର ବିଜୟନ୍ଦର ସିଂ କୃଷକଙ୍କୁ ସମର୍ଥନ ଜଣାଇବା ପୂର୍ବକ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଫେରାଇ ଦେବାକୁ ଘୋଷଣା କରିଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories