ସାପ୍ତାହିକ ହାଟରେ ଟ୍ରାଫିକ ସମସ୍ୟା, ପୁଲିସ ଓ ବୁଦ୍ଧିଜୀବୀଙ୍କୁ ନେଇ ବୈଠକ

ପାଟଣା: ଘଟଗାଁ ବ୍ଲକ ଢେଙ୍କିକୋଟଠାରେ ପ୍ରତ୍ୟେକ ଶନିବାର ହେଉଥିବା ସପ୍ତାହିକ ହାଟ କେନ୍ଦୁଝର ଜିଲ୍ଲାର ପୁରାତନ ଏବଂ ବୃହତ୍ତମ ହାଟମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ଅସମ୍ପୂର୍ଣ୍ଣ ୨୦ ନମ୍ବର ଜାତୀୟ ରାଜପଥ ଯୋଗୁଁ ଏବେ ଏଠାରେ ବହୁ ମାତ୍ରାରେ ଟ୍ରାଫିକ ସମସ୍ୟା ଦେଖାଯିବା ଯୋଗୁଁ ପ୍ରତି ସପ୍ତାହ ଛୋଟ ମୋଟ କିଛି ନା କିଛି ଦୁର୍ଘଟଣା ଘଟୁଛି । ସମସ୍ୟାର ସମାଧାନ ପାଇଁ ଆଜି ଢେଙ୍କିକୋଟ ଫାଣ୍ଡିରେ ପୁଲିସ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

prayash

ଏଥିରେ ଘଟଗାଁ ଏସଡ଼ିପିଓ ରବିନ୍ଦ୍ର କୁମାର ମଲ୍ଲିକ, ଘଟଗାଁ ଥାନା ଅଧିକାରୀ ଶ୍ୟାମଘନ ବେହେରା, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡାଙ୍କ ସମେତ ଢେଙ୍କିକୋଟ ବଣିକ ସଂଘ ସଭାପତି ରାଜକିଶୋର ସାହୁ, ସମ୍ପାଦକ ଲଲାଟେନ୍ଦୁ ସାହୁ, ସରପଞ୍ଚଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ବାରିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ସମସ୍ୟାର ସମାଧାନ ପାଇଁ ଏବଂ ଦୁର୍ଘଟଣାକୁ ରୋକିବା ପାଇଁ ରାସ୍ତା କଡରେ ବସୁଥିବା ଉଠା ଦୋକାନ ଏବଂ ରାସ୍ତା କଡରେ ଥିବା ବେଆଇନ ନିର୍ମାଣକୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ସୋମବାର ଏନେଇ ପଞ୍ଚୟତରେ ଆଉ ଏକ ବୈଠକ ଆୟୋଜନ କରାଯାଇ ବୈଠକକୁ ନିୟନ୍ତ୍ରିତ ବଜାର କମିଟି ପ୍ରତିନିଧିଙ୍କୁ ଡାକିବାକୁ ସରପଞ୍ଚ ପ୍ରତିନିଧିଙ୍କୁ ପରାମର୍ଶ ଦିଆଯାଇଛି ‌।

Comments are closed.