www.samajalive.in
Sunday, December 7, 2025
18.1 C
Bhubaneswar

ସମ୍ଭବ ଚାରିଟେବୁଲ୍ ଟ୍ରଷ୍ଟ ଦ୍ବାରା ସମାଜସେବୀ ମନୋଜ କୁମାର ପଟ୍ଟନାୟକ ସମ୍ବର୍ଦ୍ଧିତ

ନର୍ଲା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଛତିଆ ଅନ୍ତର୍ଗତ ଗୌଡପାଟଣା ସ୍ଥିତ ସମ୍ଭବ ଚାରିଟେବୁଲ୍ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ । ଆଜି ବାର୍ଷିକ ଉତ୍ସବ ତଥା ବିଶ୍ବ ଦିବ୍ୟାଙ୍ଗ ଦିବସ ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରମିଳା ସିଂ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଉଲ୍ଲେଖନୀୟ ସେବା ପାଇଁ ସମାଜସେବୀ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ସମାରୋହରେ ଯୋଗଦେଇଥିଲେ ।

ଏଠାରେ ପ୍ରକାଶଯୋଗ୍ୟ ଯେ, ଚଳିତ କୋଭିଡ଼ ୧୯ରେ ଦେଶବାସୀ ବହୁ କଷ୍ଟ ସ୍ବୀକାର କରିଥିବାବେଳେ ଗରିବ, ଖଟିଖିଆ, ଦାଦନ, ଦିନମଜୁରିଆଙ୍କ ଆର୍ଥିକ ମାନସିକ ଅବସ୍ଥା ସାଙ୍ଘାତିକ ହୋଇଛି ଏହି ପରିପ୍ରେକ୍ଷୀରେ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଗାଁ ଗାଁ ଯାଇ ଗରିବ ଦ୍ବାରରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ସାମଗ୍ରୀ, ମାସ୍କ, ସାନିଟାଇଜର୍ ଆଦି ବଣ୍ଟନ କରିଥିଲେ । ଏପରିକି ଅର୍ଦ୍ଧ ଦଗ୍ଧ ମହିଳାଙ୍କୁ ଚିକିତ୍ସା ପାଇଁ ଖଟିଆରେ ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ଥିବା ସ୍ଥାନକୁ ପହଞ୍ଚେଇ ଜିଲ୍ଲାରେ ଚର୍ଚ୍ଚିତ ହୋଇଥିଲେ । ଆଜି ସମ୍ବର୍ଦ୍ଧିତ ହୋଇ ନିଜର ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ମୋର କୃତୀତ୍ବ ନୁହେଁ ଏହା ମୋ ମାଟିର କୃତୀତ୍ବ । ଏହା ଜଣାପଡିବା ପରେ ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ଜିଲ୍ଲାରୁ ଜିଲ୍ଲା ବାହାରୁ ବହୁ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିଛି ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories