ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ : ଖେଳିଯାଇଛି ଖୁସିର ଲହରୀ

0

ସୁଆଣ୍ଡୋ : ଓଡ଼ିଶାର ସାଂସ୍କୃତିକ, ଶୈକ୍ଷିକ, ରାଜନୈତିକ, ସେବା, ତ୍ୟାଗ ଓ ତପସ୍ୟାର ଏନ୍ତୁଡିଶାଳ ଐତିହାସିକ ତପୋଭୂମି ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ଖବର ସତ୍ୟବାଦୀ ଜନସାଧାରଣ ପାଇବାପରେ ଖୁସିର ଲହରୀ ଖେଳିଯାଇଛି। ସତ୍ୟବାଦୀରେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବହାରି ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ।

Leave A Reply