www.samajalive.in
Monday, December 15, 2025
16.1 C
Bhubaneswar

ହିମାୟୁନଙ୍କୁ ବାବରଙ୍କ ପିତା କହି ବିବାଦରେ ବିଜେପି ନେତା

ଜୟପୁର: ବିବାଦୀୟ ମନ୍ତବ୍ୟ ଦେଉଥିବା ତାଲିକାରେ ପୁଣି ଜଣେ ବିଜେପି ନେତା ନିଜ ନାମ ସାମିଲ୍‍ କରିଛନ୍ତି। ରାଜସ୍ଥାନର ବିଜେପି ରାଜ୍ୟ ସଭାପତି ମଦନ ଲାଲ୍‍ ସାଇନି ହିମାୟୁନ୍‍ଙ୍କୁ ବାବରଙ୍କ ପିତା ଭାବରେ ବର୍ଣ୍ଣନା କରିଛନ୍ତି।
ଅଲ୍‍ୱରରେ ଗୋଚାଲାଣ ଅଭିଯୋଗରେ ରାକବର ଖାନ୍‍ଙ୍କୁ ହତ୍ୟା ଘଟଣାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସାଇନି କହିଛନ୍ତି ଯେ ଦେଶ, ସମାଜ ଓ ଧର୍ମ ପ୍ରତି ସମସ୍ତଙ୍କ ସମ୍ମାନ ରହିବା ଉଚିତ। ଗାଈ, ବ୍ରାହ୍ମଣ ଓ ମହିଳାଙ୍କୁ ଅପମାନିତ କରାଯିବା ଉଚିତ ନୁହେଁ। ହୁମାୟୁନ୍‍ ତାଙ୍କ ମୃତ୍ୟୁ ପୂର୍ବରୁ ବାବରଙ୍କୁ ଡାକି କହିଥିଲେ ଭାରତରେ ଶାସନ କରିବାକୁ ହେଲେ ଗାଈ, ବ୍ରାହ୍ମଣ ଓ ମହିଳାଙ୍କୁ ସମ୍ମାନ ଦେବାକୁ ପଡ଼ିବ। ସେମାନଙ୍କ ସମ୍ମାନରେ ଆଞ୍ଚ ଆସିବା ଅନୁଚିତ। ସେମାନଙ୍କ ଅସମ୍ମାନ ଭାରତରେ ସହନୀୟ ନୁହେଁ। ମୁସଲିମ୍‍ ଶାସକ ଏପରିକି ଆଉରଙ୍ଗଜେବଙ୍କ ଅମଳରେ ମଧ୍ୟ ଗୋ ହତ୍ୟା ନିଷେଧ କରାଯାଇଥିଲା।
ସାଇନିଙ୍କ ଏହି ମତ ପରେ ପୁଣି ବିବାଦ ଉଠିଛି। କାରଣ ହିମାୟୁନ୍‍ଙ୍କ ମୃତ୍ୟର ୨୫ ବର୍ଷ ପୂର୍ବରୁ ବାବରଙ୍କ ମୃତ୍ୟୁ ଘଟିଥିଲା। ବାବରଙ୍କ ପୁତ୍ର ଥିଲେ ହିମାୟୁନ। କିନ୍ତୁ ସାଇନି ହିମାୟୁନ୍‍ଙ୍କୁ ବାବରଙ୍କ ପିତା ଭାବେ ଅଭିହିତ କରିଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories