BJD Bijuli 480×75 Mob

ପୱନ କୁମାର ବଂଶଲଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ

BJD Bijuli 480×75 Mob

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମନମୋହନ ସିଂହ ସରକାରର ବରିଷ୍ଠ ନେତା ତଥା ରେଳମନ୍ତ୍ରୀ ପୱନ କୁମାର ବଂଶଲଙ୍କୁ ଦଳର କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଏହାପୂର୍ବରୁ ପୂର୍ବତନ ସାଂସଦ ସ୍ବର୍ଗତ ଅହମ୍ମଦ ପଟେଲ ଏହି ଦାୟିତ୍ୱ ତୁଲାଉଥିଲେ । ଦଳର ସଭାପତି ସୋନିଆ ଗାନ୍ଧୀ ବଂଶଲଙ୍କୁ ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ ଭାବେ କୋଷାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ସେ ପୂର୍ବରୁ ଦଳ ପ୍ରଶାସନର ଦାୟିତ୍ୱରେ ଅଛନ୍ତି।

ପୱନ କୁମାର ବଂଶଲ କିଏ

ଶାନ୍ତ, ସରଳ ଓ ଭଦ୍ର ଜୀବନଯାପନ କରୁଥିବା ପୱନ କୁମାର ବଂଶଲଙ୍କୁ ଜଣେ ଭଳ ନେତା ଭାବରେ ବିବେଚନା କରାଯାଏ। ଦୀର୍ଘ ସମୟ ଧରି ବଂଶଲ ରାଜନୀତିର ପୃଷ୍ଠଭୂମିରେ ଥିଲେ, କିନ୍ତୁ ଏହି ଦାୟିତ୍ବ ପାଇବା ପରେ ତାଙ୍କ ସ୍ଥିତି ପୁଣିଥରେ ଆଗ ଧାଡ଼ିରେ ଆସିଛି।

୭୨ ବର୍ଷ ବୟସ୍କ ପୱନ କୁମାର ବଂଶଲ, ଦଶମ, ୧୩, ୧୪ ଏବଂ ୧୫ତମ ଲୋକସଭାର ସଦସ୍ୟ ଥିଲେ।

ସେ ୟୁପିଏର ମନମୋହନ ସିଂହ ସରକାରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରଣାଳୟ ଆଦି ସମସ୍ତ ବିଭାଗରେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ କେନ୍ଦ୍ର ରେଳ ମନ୍ତ୍ରୀ ହୋଇଥିଲେ, କିନ୍ତୁ ତାଙ୍କ ଭଣଜା ବିବେକ ସିଙ୍ଗଲାଙ୍କ ଉପରେ ଲାଞ୍ଚ ଅଭିଯୋଗ ଆସିବା ପରେ ୩ ମଇ ୨୦୧୩ରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା।

କଂଗ୍ରେସ ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲଙ୍କ ସୂଚନା ଅନୁଯାୟୀ କୋଷାଧ୍ୟକ୍ଷ ଦାୟିତ୍ବ ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୱନ କୁମାର ବଂଶଲଙ୍କୁ ନିଯୁକ୍ତ କରାଯାଇଛି।

Comments are closed.