www.samajalive.in
Monday, December 15, 2025
14.1 C
Bhubaneswar

୩ ଲକ୍ଷରୁ ଊର୍ଦ୍ଧ୍ବ ଜାଲ୍‍ ନୋଟ ଜବତ

ସୁନାବେଡ଼ା : ସେମିଳିଗୁଡ଼ା ବସ୍‍ଷ୍ଟାଣ୍ଡରୁ ଜଣେ ଯୁବକଙ୍କଠାରୁ ୩ଲକ୍ଷ ୨୭ହଜାର ୬ଶହ ଟଙ୍କାର ଜାଲ୍‍ ନୋଟ ସୁନାବେଡା ପୁଲିସ ଜବତ କରିଛି। ସୁନାବେଡ଼ା ଥାନା ଆଇଆଇସି ଭୀମସେନ ନାୟକଙ୍କ ସୂଚନା ଅନୁଯାୟୀ ଏସଟିଏଫ ଦଳ ଓ ସୁନାବେଡ଼ା ପୁଲିସ ସହଯୋଗରେ ଏହି ଜାଲ୍‍ ନୋଟ ଜବତ କରାଯାଇଛି। ନନ୍ଦପୁର ଥାନା ଅଞ୍ଚଳର ଲେକଡିଗୁଡାର ଅନାମ ଖିଲ(୩୩) ଏହି ଜାଲ୍‍ ନୋଟ ସହ ଗିରଫ ହୋଇଛନ୍ତି। ଅନାମ ଏହି ଜାଲ୍‍ ଟଙ୍କା ମାଳିଦୁଷୁରାର ଜଗଦୀଶ ନାମକ ବ୍ୟକ୍ତିଙ୍କଠାରୁ ଆଣି ଅନ୍ୟ କାହାକୁ ଦେବା ପାଇଁ ସେମିଳିଗୁଡ଼ା ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ଅନାମଙ୍କୁ ପିଛା କରି ଏସଟିଏଫ ଏବଂ ସୁନାବେଡ଼ା ପୁଲିସ ଜାଲ ନୋଟ ସହ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନାମଙ୍କଠାରୁ ୯୯ଟି ଦୁଇ ହଜାର ଟଙ୍କା, ୨୩୬ଟି ୫୦୦ଟଙ୍କା ଏବଂ ୧୧୬ଟି ଶହେ ଟଙ୍କାର ଜାଲ ନୋଟ ଜବତ କରାଯାଇଛି। ଅନାମଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏସଆଇ ନୀଳାଦ୍ରି କହଁର ତଦନ୍ତ କରୁଛନ୍ତି। କୋରାପୁଟ ଜିଲାରେ ଜାଲ ନୋଟ କାରବାରର ଏକ ର‍୍ୟାକେଟ୍‍ ରହିଥିବା ଅଲୋଚନା ହେଉଛି। ପୁଲିସ ବିଭାଗ ଏହାର ଫୁଙ୍ଖାନୁଫୁଙ୍ଖ ତଦନ୍ତ କରି ଲୋକଲୋଚନକୁ ଆଣିବା ଆବଶ୍ୟକତା ରହିଥିବା ଚର୍ଚ୍ଚା ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories