www.samajalive.in
Tuesday, December 9, 2025
15.1 C
Bhubaneswar

ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ବର୍ତ୍ତମାନ କରୋନା ମହାମାରୀ ସମୟରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ସ୍ପଷ୍ଟିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଛନ୍ତି।
ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ଚିଠିରେ ଉଲ୍ଲେଖ ଥିବା ସହ କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ଜାରି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ବୋର୍ଡ଼ ପରୀକ୍ଷା ପାଇଁ ସମୟ ନିର୍ଦ୍ଦଣ୍ଟ (ଟାଇମ ଫ୍ରେମ ) ପ୍ରସ୍ତୁତ କରିବା ପାଇଁ କହିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇଯିବ। ସମସ୍ତ ଉଚ୍ଚତର ଶିକ୍ଷା ଇଣ୍ଟରଲିଙ୍କ ଥିବାରୁ ଜାତୀୟ ଗାଇଡଲାଇନ ହେଉ।୨୦୨୦-୨୧ ବୋର୍ଡ଼ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ପଷ୍ଟ କରନ୍ତୁ। ଡିଜିଟାଲ ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାକୁ ବିଭିନ୍ନ ମାଧ୍ୟମ ନେଇଛୁ। ମାତ୍ର ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇନି ବୋଲି ଚିଠିରେ ଉଲ୍ଲେଖ ଥିବା ନେଇ ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories