www.samajalive.in
Saturday, December 13, 2025
23.1 C
Bhubaneswar

ହାଇଦରାବାଦ ବଜାର ୪୫୫ ବର୍ଷ ତଳର

ଭାରତର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ହାଇଦରାବାଦର ନାମ ବେଶ୍ ଜଣାଶୁଣା। ଶହଶହ ବର୍ଷ ତଳର ପୁରୁଣା ଦୋକାନ, ହଜାରହଜାର ବର୍ଷ ପୁରାତନ ଐତିହ୍ୟ କୀର୍ତ୍ତିରାଜି ସହ ରାମୋଜୀ ଫିଲ୍ମ ସିଟି ଦେଖିବାକୁ ପ୍ରତି ବର୍ଷ ହଜାରହଜାର ସଂଖ୍ୟାରେ ପର୍ଯ୍ୟଟକ ଦେଶବିଦେଶରୁ ଛୁଟିଆସନ୍ତି। ହାଇଦରାବାଦର ଚାର୍‌ମିନାର୍‌ ସ୍ଥାନୀୟ ଅଞ୍ଚଳର ସବୁଠୁ ଗହଳି ସ୍ଥାନ। ଚାରିପାଖରେ ଛୋଟ, ବଡ଼ ଦୋକାନ ଘେରି ରହିଥିବାବେଳେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼। ଚାର୍‌ମିନାର୍‌ ପାଖ ‘ଲାଡ୍ ବଜାର୍’ ଦୈନିକ ହଜାରହଜାର ଗ୍ରାହକ ଏଠାକୁ କିଣାକିଣି କରିବାକୁ ଆସିଥାନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୪୫୫ ବର୍ଷ ତଳର ଏଇ ବଜାର ପ୍ରଥମଥର ଲକ୍‌-ଡାଉନ୍‌ ସମୟରେ ଜନଶୂନ୍ୟ ହୋଇପଡ଼ିଥିଲା। ଦୀର୍ଘ ୪ ମାସ ସେଠାରେ ଦୋକାନ ବଜାର ବନ୍ଦ ରହିବା ପରେ ଏବେ ସ୍ବାଭାବିକ ଅବସ୍ଥାକୁ ଧୀରେଧୀରେ ଫେରୁଛି। ବଜାରର ଆରମ୍ଭକୁ ନେଇ ବିଭିନ୍ନ ଲୋକକଥାମାନ ଶୁଣିବାକୁ ମିଳେ। ସେ ଭିତରୁ ଗୋଟିଏ ଲୋକକଥା ଗୋଲକୁଣ୍ଡାରେ ଶାସନ କରୁଥିବା କୁତବ ଶାହି ସାମ୍ରାଜ୍ୟ ସହ ଜଡ଼ିତ। ୧୫୬୫ବେଳକୁ ହାଇଦରାବାଦରେ ଶାସନ କରୁଥିବା ମହମ୍ମଦ କୁତବ୍‌ ଶାହଙ୍କ ତାଙ୍କ ଅଲିଅଳୀ ଝିଅ ଲାଡଙ୍କ ପାଇଁ ଏଇ ବଜାରର ସ୍ଥାପନ କରିଥିଲେ। ଝିଅର ବିବାହ ନିମନ୍ତେ ଚାର୍‌ମିନାର୍‌ ପାଖରେ ଏକ ବଡ଼ ବଜାରର ଆରମ୍ଭ କରାଯିବା ସହ ସେଠାରେ ମହିଳା, ଯୁବତୀଙ୍କ ବ୍ୟବହାରରେ ଆସୁଥିବା ସମସ୍ତ ସାମଗ୍ରୀ, ପୋଷାକମାନ ବିକ୍ରି ହେଲା। ଗେହ୍ଲୀ ଝିଅ ଲାଡଙ୍କ ନାମ ଅନୁସାରେ ବଜାରର ନାମ ‘ଲାଡ୍ ବଜାର’ ରଖାଗଲା। ୪୦୦ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଥିବାବେଳେ ସେଠାରେ କେତୋଟି ଦୋକାନ ୪୧୦ ବର୍ଷ ପୁରୁଣା। ଲାଡ ବଜାରରେ ସବୁଠୁ ଅଧିକ ବିକ୍ରି ହେଉଥିବା ସାମଗ୍ରୀ ହେଉଛି ‘ଲାଖର ଚୁଡ଼ି’। ଭଳିକିଭଳି ରଙ୍ଗ ଓ ଡିଜାଇନ୍‌ର ଚୁଡ଼ି ଏଇ ବଜାରରେ ମିଳୁଥିବାବେଳେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଭିଡ଼ ଏଠାରେ ଅଧିକ। ଲାଡ ବଜାରରେ ଥିବା ଶହଶହ ପୁରୁଣା ଦୋକାନରେ କେବଳ ଚୁଡ଼ି ନୁହେଁ, ଗହଣା ଓ ସୁନ୍ଦର ଲେହଙ୍ଗା ମିଳେ। ୧୫୦ ଟଙ୍କାରୁ ଆରମ୍ଭ ହୋଇ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୁଡ଼ି ଏଇ ଲାଡ ବଜାରରେ ମିଳୁଥିବାବେଳେ ମୂଲଚାଲ ପାଇଁ ମଧ୍ୟ ବଜାରର ଲୋକପ୍ରିୟତା ରହିଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories