www.samajalive.in
Saturday, December 13, 2025
23.1 C
Bhubaneswar

ପାଦ ତଳ ମେହେନ୍ଦୀ ୨୦୨୦ର ନୂଆ ଷ୍ଟାଇଲ୍

ମହାମାରୀର ବର୍ଷ ଭାବେ ‘୨୦୨୦’ ଶେଷ ହେବାକୁ ଯାଉଛି। ବିଶ୍ବବ୍ୟାପୀ ଲକ୍-ଡାଉନ୍ ସମୟରେ ସମସ୍ତ ବ୍ୟବସାୟ ବିପୁଳ ମାତ୍ରାରେ କ୍ଷତି ସହିଛି। ନିୟମ କୋହଳ ହେବା ପରେ ପ୍ରତ୍ୟେକ କ୍ଷେତ୍ର କିଛି ନୂଆ କରିବାର ଚେଷ୍ଟାରେ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଆଦୌ ହେଳା କରୁନାହିଁ। ଚଳିତ ବର୍ଷ ଭାତରେ ବର୍ଣ୍ଣାଢ୍ୟ ବିବାହର ସଂଖ୍ୟା ମାତ୍ରାଧିକ ହ୍ରାସ ପାଇଥିବାବେଳେ ଏହା କାରଣରୁ ବିୟୁଟି ପାର୍ଲରର ବିୟୁଟିସିଆନ୍‌ମାନେ ମଧ୍ୟ କିଛି କମ୍ କ୍ଷତିସହିନାହାନ୍ତି। ବିବାହର ୪-୫ଦିନିଆ ଉତ୍ସବରେ ଭାବୀ ବଧୂ ସହ ପରିବାରର ଅନ୍ୟ ମହିଳା, ଯୁବତୀଙ୍କ ରୂପଚର୍ଯ୍ୟାରେ ବିୟୁଟିସିଆନ୍‌ଙ୍କ ବେପାର ବେଶ୍ ଭଲ ହେଉଥିଲା। ହେଲେ କରୋନା ମହାମାରୀ କାରଣରୁ ହାତଗଣତି କେତେଜଣଙ୍କ ଉପସ୍ଥିତିରେ ହିଁ ବିବାହ ସମ୍ପନ୍ନ କରିବାର ନିୟମ ଜାରି ହୋଇଛି। ଏଥିରେ ଅବା ମେକଅପ୍‌୍ର ପ୍ରଶ୍ନ ଉଠୁଛି କେଉଁଠୁ? ନିଜ ଉଦ୍ୟମରେ ବିୟୁଟିସିଆନ୍‌‌ମାନେ ପଛଘୁଞ୍ଚା ଦେଇନାହାନ୍ତି, ତାହାର ସୁନ୍ଦର ପ୍ରମାଣ ହେଉଛି ଏ ବର୍ଷର ନୂଆ ଷ୍ଟାଇଲ୍ ‘ପାଦ ତଳେ ମେହେନ୍ଦୀ ଡିଜାଇନ୍’। ବିବାହ ପାଇଁ ପ୍ରାୟ ସମସ୍ତ ଯୁବତୀ ମେହନ୍ଦୀ ଲଗାଇବାକୁ ପସନ୍ଦ କରନ୍ତି। ଚଳିତଥର ହାତ, ପାଦ ସହ ପାଦ ତଳେ ମେହେନ୍ଦୀ ଡିଜାଇନ୍‌ ଲୋକପ୍ରିୟ ହୋଇଛି। କେହିକେହି ସୁନ୍ଦର ଡିଜାଇନ୍ କରୁଥିବାବେଳେ କେତେଜଣ ପାଦ ତଳେ ସେମାନଙ୍କ ବିବାହ ତାରିଖକୁ ଉଲ୍ଲେଖ କରୁଛନ୍ତି। ମୁମ୍ବଇର ନିଧି ଶର୍ମା ଅକ୍ଟୋବର ଦ୍ବିତୀୟ ସପ୍ତାହରେ ବିବାହ କରିଛନ୍ତି। ମହାମାରୀ କାରଣରୁ ସେ ଜାକଜମକରେ ବିବାହ କରିପାରିନଥିଲେ ହେଲେ ନିଜ ମେକଅପ୍, ମେହେନ୍ଦୀକୁ ଭଲରେ କରିବାକୁ ମନ ଉଣା କରିନଥିଲେ। ପାଦତଳର ଏଇ ଡିଜାଇନ୍‌ ୨୦୨୦ର ନୂତନ ଟ୍ରେଣ୍ଡ ବୋଲି ତାଙ୍କର ମତ। ଏହି ମେହେନ୍ଦୀର ଦର ମଧ୍ୟ ବେଶ୍ ଚଢ଼ା। ଗୋଟିଏ ପାଦ ତଳେ ମେହେନ୍ଦୀ କରିବାକୁ ୧,୫୦୦-୪,୫୦୦ ଟଙ୍କା ପର୍ଯ୍ୟନ୍ତ ବିୟୁଟିସିଆନ୍ ନେଇଥାନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories