www.samajalive.in
Monday, December 15, 2025
27.1 C
Bhubaneswar

ପଶ୍ଚିମ ଓଡ଼ିଶା ବାଜା ମାଲିକ ସଂଘ ତରଫରୁ ଦାବି ପୂରଣ ପାଇଁ ବିକ୍ଷୋଭ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ବାଜା ମାଲିକ ସଂଘ ତରଫରୁ ମଙ୍ଗଳବାର ବିଭିନ୍ନ ଦାବି ପୂରଣ ସକାଶେ ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ପକ୍ଷରୁ ରାଜସ୍ୱ କମିଶନରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ ବାଜା ମାଲିକ ଓ କଳାକାରମାନେ ବିଗତ ୯ ମାସ ହେବ କରୋନା ସଙ୍କଟ ଯୋଗୁଁ କୌଣସି ପ୍ରକାରର କଳା ପ୍ରଦର୍ଶନ କରି ପାରିନାହାନ୍ତି। କଳା ପ୍ରଦର୍ଶନ କରି ହେଉଥିବା ଆୟରୁ ଆମେ ଆମର ଓ ପରିବାରର ଭରଣପୋଷଣ କରୁଥିବା ବେଳେ ତାହା ବନ୍ଦ ହୋଇ ଯାଇଥିବାରୁ ଅତ୍ୟନ୍ତ ଦୁଃଖକଷ୍ଟରେ ଜୀବନଯାପନ କରୁଛୁ। ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗାଇଡ ଲାଇନ ଜାରି କରୁଥିବା ବେଳେ ବିବାହ ପାଇଁ କେତେବେଳେ ୧୦୦ ଜଣ ତ କେତେବେଳେ ୨୦୦ ଜଣଙ୍କୁ ଅନୁମତି ପ୍ରଦାନ କରୁଛନ୍ତି। ବିବାହ ଆଦି ସାମାଜିକ କାର୍ଯ୍ୟକ୍ରମରେ ବାଜା କଳାକାର ମାନଙ୍କୁ ସାମିଲ କରାଗଲେ ପରିବାରର ଗୁଜୁରାଣ ମେଣ୍ଟାଇବାରେ ବିଶେଷ ସହାୟକ ହୁଅନ୍ତା। ଅନ୍ୟ ପଟେ ଧାର୍ମିକ ଅନୁଷ୍ଠାନ ଗୁଡିକର ସେବାୟତ ମାନଙ୍କୁ ସହାୟତା ଦିଆଯାଉଥିବା ବେଳେ କଳାକାର ଓ ବାଜାବାଲା ମାନଙ୍କୁ କୌଣସି ସହାୟତା ପ୍ରଦାନ କରାଯାଉ ନାହିଁ। ଏଣୁ ବିବାହ ତଥା ପର୍ବପର୍ବାଣୀ ଗୁଡିକରେ ବାଜା କଳାକାର ମାନଙ୍କୁ ସେମାନଙ୍କର କଳା ପ୍ରଦର୍ଶନ ପାଇଁ ଅନୁମତି, ସେବାୟତ ତଥା ଅନ୍ୟ ମାନଙ୍କ ପରି କଳାକାର ମାନଙ୍କୁ ସରକାରୀ ସହାୟତା ପ୍ରଦାନ ଓ କଳାକାର ମାନଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ରାଜସ୍ୱ କମିଶନରଙ୍କୁ ଦାବି ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ପ୍ରମୋଦ ଲୁହୁରା, ମୁଖ୍ୟ ଉପଦେଷ୍ଟା ନିହାଲ ସିଂ, ଉପ ସଭାପତି ଦିଲ୍ଲୀପ କୁମାର ବାଗ, ସମ୍ପାଦକ ସୁଶାନ୍ତ ବୁଡା, ସହ ସମ୍ପାଦକ ନକୁଳ ଖଡିଆ, କୋଷାଧ୍ୟକ୍ଷ ଅମ୍ଭୁଜକ୍ଷ ମୁନା ଙ୍କ ସମେତ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀ ଜିଲାର ବାଜା ମାଲିକ ଓ କଳାକାର ମାନେ ଉପସ୍ଥିତ ଥିଲେ। ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଏବଂ କଳା ଓ ସଂସ୍କୃତି ମନ୍ତ୍ରୀଙ୍କୁ ମଧ୍ୟ ରାଜସ୍ୱ କମିଶନରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।

 

- Advertisement -

 

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories