www.samajalive.in
Saturday, December 6, 2025
15.1 C
Bhubaneswar

କ୍ଷେତ୍ରୀୟ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜନସଚେତନତା

ସମ୍ବଲପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କ୍ଷେତ୍ରୀୟ ଜନ ସମ୍ପର୍କ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ କରୋନା ମହାମାରୀ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି ସକାଶେ ଏକ ମୋବାଇଲ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି। ଏହି କ୍ରମରେ ପୂର୍ବରୁ ବରଗଡ ଜିଲାରେ ଏହି ଅଭିଯାନ ଆରମ୍ଭ ହୋଇ ସାରିଥିବା ବେଳେ ମଙ୍ଗଳବାର ସୁନ୍ଦରଗଡ ଜିଲାରେ ଜନସଚେତନତା ସୃଷ୍ଟି ସକାଶେ ମୋବାଇଲ ପ୍ରଚାର(ରଥ) ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ପ୍ରଚାର ରଥ ଯୋଗେ ବିଭିନ୍ନ ବ୍ଲକରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଦୁଇଟି ପର୍ଯ୍ୟାୟରେ ୧୦ ଦିନ ଲେଖାଏଁ ସମୁଦାୟ ୨୦ ଦିନ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ। ପ୍ରଚାର ରଥର ଶୁଭାରମ୍ଭ ସୁନ୍ଦରଗଡ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ର ଫିତା କାଟି ଉଦଘାଟନ କରିଛନ୍ତି। ଏହି ଅବସରରେ ଡା. ମିଶ୍ର କହିଛନ୍ତି ଯେ କରୋନା ପ୍ରତିଷେଧକ ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁନ୍ଦରଗଡ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଭ୍ରାମ୍ୟମାଣ ପ୍ରଚାର ଅଭିଯାନ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହେବା ସହିତ ଏହି ଅଭିଯାନ ଜନସଚେତନତା ସୃଷ୍ଟି କରିବାରେ ଏକ ମାଇଲ ଖୁଣ୍ଟ ସଦୃଶ ଅଟେ। ଏହି କାର୍ଯ୍ୟକ୍ରମ କ୍ଷେତ୍ରୀୟ ଜନ ସମ୍ପର୍କ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ରାମେଶ୍ୱର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହେଉଛି। ସରକାରଙ୍କ ତରଫରୁ ସମ୍ବଲପୁର କ୍ଷେତ୍ରୀୟ ଜନ ସମ୍ପର୍କ କାର୍ଯ୍ୟାଳୟ ଅଧିନସ୍ଥ ବରଗଡ ଓ ସୁନ୍ଦରଗଡ ଜିଲାରେ ଏହି ଅଭିଯାନକୁ ଆରମ୍ଭ କରାଯାଇଥିବା ବେଳେ ପରବର୍ତ୍ତି ସମୟରେ ସମ୍ବଲପୁର ସମେତ ଅନ୍ୟ ଜିଲାମାନଙ୍କୁ ମଧ୍ୟ ସାମିଲ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories